Hindi News >>Home >>Odisha Entertainment

Urfi Javed: ଦୁବାଇରେ ପୋଲିସ ସହ ପଙ୍ଗା ନେଲେ ଉର୍ଫି, କ୍ୟାମେରା ଆଗରେ ବଖାଣିଲେ ପୁରା ଘଟଣା

Urfi Javed: ବିଗବସ ଓଟିଟି ଫେମ ଉର୍ଫି ଜାଭେଦ ପ୍ରାୟ ସବୁବେଳେ ରହିଥାଆନ୍ତି ଚର୍ଚ୍ଚାରେ । ତାଙ୍କର ଅତରଙ୍ଗି ଡ୍ରେସିଂ ସେନ୍ସକୁ ନେଇ ଜାଭେଦଙ୍କ ନାଁ ଏବେ ଚର୍ଚ୍ଚାରେ ରହିଆସୁଛି । ବର୍ତ୍ତମାନ ସେ ଦୁବାଇରେ ଅଛନ୍ତି । ଦୁବାଇ ଯିବା ଦିନ ଠାରୁ ମଧ୍ୟ ଉର୍ଫି ଅଧିକ ଚର୍ଚ୍ଚାରେ ରହୁଛନ୍ତି ।

Advertisement
ସୌଜନ୍ୟ-ସୋସିଆଲ ମିଡିଆ
Stop
Zee Odisha Desk|Updated: Dec 22, 2022, 11:27 AM IST

Urfi Javed:  ବିଗବସ ଓଟିଟି ଫେମ ଉର୍ଫି ଜାଭେଦ ପ୍ରାୟ ସବୁବେଳେ ରହିଥାଆନ୍ତି ଚର୍ଚ୍ଚାରେ । ତାଙ୍କର ଅତରଙ୍ଗି ଡ୍ରେସିଂ ସେନ୍ସକୁ ନେଇ ଜାଭେଦଙ୍କ ନାଁ ଏବେ ଚର୍ଚ୍ଚାରେ ରହିଆସୁଛି । ବର୍ତ୍ତମାନ ସେ ଦୁବାଇରେ ଅଛନ୍ତି । ଦୁବାଇ ଯିବା  ଦିନ ଠାରୁ ମଧ୍ୟ ଉର୍ଫି ଅଧିକ ଚର୍ଚ୍ଚାରେ ରହୁଛନ୍ତି । ବୁଧବାର(ଡିସେମ୍ବର ୨୧)ରେ  ଖବର ଆସିଥିଲା ଯେ, ଉର୍ଫି ଦୁବାଇର ଏକ ଖୋଲା ସ୍ଥାନରେ ଅଶ୍ଲିଳ ପୋଷାକ ପିନ୍ଧି ସୁଟ କରୁଥିବାରୁ ପୋଲିସ ତାଙ୍କୁ ହେପାଜତକୁ ନେଇ ଥାନାରେ ପଚରା ଉଚରା କରୁଥିଲା। ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି  । ପୋଲିସ ତାଙ୍କୁ ହେପାଜତକୁ ନେବା ଘଟଣାକୁ ଖଣ୍ତନ କରିଛନ୍ତି ଉର୍ଫି । 

କାହିଁକି ପୋଲିସ ସୁଟିଂ ସେଟକୁ ଆସିଥିଲା ?

ଶୁଣିବାକୁ ମିଳିଥିଲା ଯେ, ଉର୍ଫି ଖୋଲାସ୍ଥାନରେ ଅଶ୍ଲୀଳ ପୋଷାକ ପିନ୍ଧି ସୁଟ କରୁଥିବାରୁ ପୋଲିସ ସେହି ସେଟକୁ ଆସିଥିଲା । ହେଲେ ପୋଲିସ୍ ହେପାଜତକୁ ଯିବା ଘଟଣାକୁ ଭିତ୍ତିହୀନ ବୋଲି ଉର୍ଫି ଜାଭେଦ୍ କହିଛନ୍ତି। ଉର୍ଫି ଜାଭେଦ ତାଙ୍କ ସାକ୍ଷାତକାରରେ କହିଛନ୍ତି ଯେ, ଦୁବାଇ ପୋଲିସ ତାଙ୍କ ସେଟକୁ ଆସିଛି କିନ୍ତୁ ଏହାର କାରଣ ଭିନ୍ନ ଥିଲା। ବାସ୍ତବରେ, ଯେଉଁଠାରେ ଉର୍ଫି ଜାଭେଦ୍ ସୁଟିଂ କରୁଥିଲେ ସେହି ସ୍ଥାନରେ କୌଣସି ଏକ ସମସ୍ୟା ସୃଷ୍ଟି ହୋଇଥିଲା। ଉର୍ଫି ଜାଭେଦ୍ କହିଛନ୍ତି ଯେ ସୁଟିଂ ପାଇଁ ଏହି ସମୟ ସୀମା ସ୍ଥିର କରାଯାଇଛି। ସୁଟିଂ ଏକ ସର୍ବସାଧାରଣ ସ୍ଥାନରେ ଥିଲା ଏବଂ ପ୍ରଡକ୍ସନ ଟିମ୍ ସୁଟିଂର ସମୟ ସୀମାକୁ ବଢାଉ ନ ଥିଲା। ଯେଉଁଥିପାଇଁ ପୋଲିସକୁ ଏଠାକୁ ଆସିବାକୁ ପଡ଼ିଲା । ଏହା ପରେ ଅବଶିଷ୍ଟ ସୁଟିଂ ଶେଷ ହୋଇଥିଲା । ମୋର ପୋଷାକ ହେତୁ ଦୁବାଇ ପୋଲିସ ସେଠାକୁ ଆସି ନଥିଲା।

ଗୁଜବ କ'ଣ ଥିଲା ?
ନିକଟରେ ଉର୍ଫି ଜାଭେଦଙ୍କ ବିଷୟରେ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେ, ଉର୍ଫି ଜାଭେଦ ଅଶ୍ଲିଳ ପୋଷାକ ପିନ୍ଧି ଦୁବାଇର ଖୋଲା ରାସ୍ତାରେ ବୁଲାବୁଲି କରୁଛନ୍ତି । ଏବଂ ଏହା ମଧ୍ୟ କୁହାଯାଇଥିଲା ଯେ ଦୁବାଇର ସର୍ବସାଧାରଣ ସ୍ଥାନରେ ଏପରି ପୋଷାକ ପିନ୍ଧିବାକୁ ଅନୁମତି ଦିଆଯାଇନଥାଏ, ଯେଉଁଥି ପାଇଁ ଉର୍ଫିଙ୍କୁ ଅଟକ ରଖିଛି ଦୁବାଇ ପୋଲିସ । ଏବଂ ବର୍ତ୍ତମାନ ତାଙ୍କୁ ପଚରାଉଚରା କରାଯାଉଛି।

ଏହାବି ପଢନ୍ତୁ : Sara Ali Khan: ସୁଇମିଂ ପୁଲରେ ବୋଲ୍ଡ ଅନ୍ଦାଜରେ ନଜର ଆସିଲେ ସାରା, ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ ...

ନିକଟରେ  ଉର୍ଫିଙ୍କୁ ଉର୍ଫିଙ୍କୁ ଏବେ ଦୁଷ୍କର୍ମ ଓ ହତ୍ୟା ଧମକ ଦିଆଯାଇଥିଲା । ଏହାପରେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସରେ ଅଭିଯୋଗ ଦାଖଲ କରାଯାଇଛି ।
ସୂଚନାଯୋଗ୍ୟ, ଜଣେ ବ୍ୟକ୍ତି ହ୍ୱାଟସଆପ କଲ କରି ଉର୍ଫିଙ୍କୁ ଦୁଷ୍କର୍ମ ସହ ହତ୍ୟା ଧମକ ଦେଇଛନ୍ତି । କେବଳ ସେତିକି ନୁହେଁ ସେ ଉର୍ଫିଙ୍କୁ ବହୁତ ଗାଳି ବି କରିଛନ୍ତି । ଅଭିଯୁକ୍ତ ଜଣଙ୍କ ଉର୍ଫିଙ୍କୁ ଭିନ୍ନ ଭିନ୍ନ ମୋବାଇଲ ନମ୍ବରରୁ ଧମକ ଦେଇଥିବା ଜଣାପଡିଛି । ଏହାର କଲ ରେକର୍ଡିଂ ରହିଛି । ତେବେ ଉର୍ଫିଙ୍କୁ ଯିଏ ଧମକ ଦେଇଛନ୍ତି ସେ ହେଉଛନ୍ତି ନବୀନ ଗିରି । ତାଙ୍କ ନାଁରେ ମୁମ୍ବାଇର ଗୋରୋଗାଁଓ ପୋଲିସ ଷ୍ଟେସନରେ ଅଭିଯୋଗ କରାଯାଇଛି । ଅବଶ୍ୟ ଉର୍ଫିଙ୍କ ପାଇଁ ଏଭଳି ଧମକ କିଛି ନୂଆ କଥା ନୁହେଁ । ପୂର୍ବରୁ ବି ଉର୍ଫିଙ୍କୁ ଏଭଳି ଧମକ ମିଳିସାରିଛି ।

 

Read More
{}{}