Hindi News >>Home >>Odisha Entertainment

Urfi Javed: ସାଇକେଲ ଚେନ୍ ଛିଡି଼ଗଲା ବୋଲି ଡ୍ରେସ କରି ପିନ୍ଧିଦେଲେ ଉର୍ଫି, 'ଟ୍ରୋଲର୍ସ କହିଲେ ବାନ୍ତି ଲାଗୁଛି'

Urfi Javed Cycle Chain Dress: ସୋସିଆଲ ମିଡିଆ ସେନସେସନ୍ ଉର୍ଫି ଜାଭେଦ ।  ଅଜବ ଡ୍ରେସିଂ ସେନ୍ସ ପାଇଁ ସେ ସବୁବେଳେ ଲାଇମ ଲାଇଟରେ ରୁହନ୍ତି ।  ନିଜର ହଟକେ ପୋଷାକ ପରିଧାନ ରୁଚି ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ସାଇକେଲ ଚଲାଉ ଚଲାଉ ଝୁଣ୍ଟିପଡ଼ିଲେ ଆଉ ସେହି ଚେନରେ ଡ୍ରେସ ପିନ୍ଧି ଭିଡିଓ କଲେ। 

Advertisement
Urfi Javed: ସାଇକେଲ ଚେନ୍ ଛିଡି଼ଗଲା ବୋଲି ଡ୍ରେସ କରି ପିନ୍ଧିଦେଲେ ଉର୍ଫି, 'ଟ୍ରୋଲର୍ସ କହିଲେ ବାନ୍ତି ଲାଗୁଛି'
Stop
Rasmita Sahoo|Updated: Dec 26, 2022, 03:24 PM IST

Urfi Javed: ଉର୍ଫି ଜାଭେଦଙ୍କୁ କିଏ ନ ଜାଣେ। ତାଙ୍କର ଅଦ୍ଭୁତ ଅଦ୍ଭୁତ ଡ୍ରେସ ପିନ୍ଧା ଶୈଳିକୁ ନେଇ ସେ ସବୁ ବେଳେ ଟ୍ରୋଲର ଶିକାର ହୋଇଛନ୍ତି। ହେଲେ ତଥାପି ସେ ଏପରି ଫ୍ୟାଶନ କରିବାରେ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ। ଟେଲିଭିଜନ ଅଭିନେତ୍ରୀ ଉର୍ଫି ନିଜ ଇନଷ୍ଟାଗ୍ରାମରେ ସର୍ବଦା ସକ୍ରିୟ ରହିଥାନ୍ତି। ଇନଷ୍ଟାଗ୍ରାମରେ ନିଜର ଡ୍ରେସିଂ ସେନ୍ସ ଭିଡିଓ ପକାଇ କେତେବେଳେ ସମର୍ଥନ ତ କେତେବେଳେ ଟ୍ରୋଲର ଶିକାର ହୁଅନ୍ତି ଉର୍ଫି। ଉର୍ଫି ଏବେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଏହି ଭିଡିଓରେ ଦେଖାଯାଇଛି ଯେ ସେ ସାଇକେଲ ଚଲାଉଛନ୍ତି ହେଲେ ହଠାତ୍ ସାଇକେଲ ଚେନ ଛିଡି଼ଯାଉଛି। 

ଉର୍ଫି ଜାଭେଦ ସେହି ଭିଡିଓକୁ ସେୟାର କରି ଲେଖିଛନ୍ତି ଯେ, "Cycle ki chain !! Even I could’ve never thought dress from this! ଆଉ ଏହି ଭିଡିଓ ଦେଖିବା ପରେ ଫ୍ୟାନ୍ସ ମାନେ ଲେଖିଛନ୍ତି ଯେ, ଉର୍ଫି ତ ସାଇକେଲ ଚେନରେ ଡ୍ରେସ କରିଦେଲେ । ସେହିପରି ଆଉ ଜଣେ ଟ୍ରୋଲର୍ସ ତାଙ୍କ ଭିଡିଓ ଦେଖି କହିଛନ୍ତି ଯେ, ଏବେ ଉର୍ଫିଙ୍କ ଏମିତି ଫ୍ୟାଶନ ଦେଖି ବାନ୍ତି ଲାଗୁଛି । ସେପଟେ ଆଉ ଜଣେ ଲେଖିଛନ୍ତି ଯେ, ମୋ ସାଙ୍ଗର କୁର୍ତ୍ତା ନାଡା ବି ଢିଲା ହୋଇଗଲାଣି ତାକୁ ନେଇ ଡ୍ରେସ କରି ପିନ୍ଧିଦିଅ। ସେହିପରି ଆଉ ଜଣେ ଲେଖିଛନ୍ତି ଆରେ ଉର୍ଫିଜି ମୋ ସାଇକେଲ ଚେନ (Cycle Chain Dress) ନେଇ ଡ୍ରେସ କରି ପିନ୍ଧିଦେଲେ। 

Also Read: Urfi Javed: ନାଲି ଫର ଫର ସାନ୍ତାକ୍ଲଜ ହୋଇ ଫ୍ୟାନ୍ସଙ୍କୁ ଜଣାଇଲେ ଶୁଭେଚ୍ଛା

ସୋସିଆଲ ମିଡିଆରେ (Social Media) ଖୁବ ଚର୍ଚ୍ଚାରେ ରୁହନ୍ତି ଉର୍ଫି । କେତେବେଳେ  ଅଖା, ଘଣ୍ଟା, ପ୍ଲାଷ୍ଟିକ୍ ତାର ଏବଂ ଫୁଲର ପୋଷାକ ପିନ୍ଧି କ୍ୟାମେରା ଆଗକୁ ଆସନ୍ତି । ସେହିପରି ଗତକାଲି ଖ୍ରୀଷ୍ଟମାସ (Christmas) ରେ ବି ନିଜର ଫ୍ଯାଶନ ସେନ୍ସକୁ କ୍ୟାମେରା ଆଗକୁ ଆଣିଥିଲେ। ବଡ଼ଦିନ ଅବସରରେ ଉର୍ଫି  ନିଜ ଇନଷ୍ଟାରେ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଉର୍ଫି ଏକ ରେଡ କର୍ଲର ଡ୍ରେସ ପିନ୍ଧିଥିଲେ। 

Also Read:  Tunisha Sharma Suicide Rumour: ଗର୍ଭବତୀ ଥିବାରୁ ଆତ୍ମହତ୍ୟା କଲେ ତୁନିଶା !

ଫ୍ରଣ୍ଟ୍ କଟ୍ ପୋଷାକରେ ଉର୍ଫି ଜାଭେଦ୍ (Urfi Javed) ବହୁତ ଷ୍ଟାଇଲିସ୍ ଦେଖାଯାଉଥିଲେ ।  ଭିଡିଓ ସେୟାର କରିବାବେଳେ ଉର୍ଫି ଜାଭେଦ୍ ଲେଖିଥିଲେ - 'ତୁମର ସାନ୍ତା ଏଠାରେ ଅଛି ,ତୁମର ଇଚ୍ଛା ମୋତେ କୁହ' । ଇଣ୍ଟରନେଟରେ ଏହି ଭିଡିଓକୁ ଉର୍ଫିଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରଛନ୍ତି ।  ସେହିପରି ଆଜି ସାଇକେଲ ଚେନ ପିନ୍ଧି ଫ୍ୟାନ୍ସଙ୍କ ଆଗକୁ ଆସିଛନ୍ତି ଉର୍ଫି ଜାଭେଦ ।

Read More
{}{}