Hindi News >>Home >>Odisha Entertainment

Urvashi Rautela: ଉର୍ବଶୀଙ୍କୁ ଏପରି ବେଶ କରିବା ପାଇଁ ଋଷଭ ପନ୍ଥ ହିଁ ଦାୟୀ !

Urvashi Rautela: ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା । ତାଙ୍କୁ କିଏ ବା ନ ଜାଣେ ,କ୍ରିକେଟର ଋଷଭ ପନ୍ଥଙ୍କ ସହ ତାଙ୍କ ନାଁ ବର୍ତ୍ତମାନ ଯୋଡି ହୋଇ ରହୁଛି। ଯେଉଁଥି ପାଇଁ ଉର୍ବଶୀ ରୌତେଲା ଅନେକ ସମୟରେ ଟ୍ରୋଲର ଶୀକାର ମଧ୍ୟ ହୁଅନ୍ତି । ଏଭଳି ପରିସ୍ଥିତିରେ ଅଭିନେତ୍ରୀଙ୍କ ଆଉ ବିବୃତ୍ତି ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଚକିତ କରିଦେଇଛି ।

Advertisement
 Urvashi Rautela: ଉର୍ବଶୀଙ୍କୁ ଏପରି ବେଶ କରିବା ପାଇଁ ଋଷଭ ପନ୍ଥ ହିଁ ଦାୟୀ !
Stop
Zee Odisha Desk|Updated: Dec 02, 2022, 01:12 PM IST

Urvashi Rautela: ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା । ତାଙ୍କୁ କିଏ ବା ନ ଜାଣେ ,କ୍ରିକେଟର ଋଷଭ ପନ୍ଥଙ୍କ ସହ ତାଙ୍କ ନାଁ ବର୍ତ୍ତମାନ ଯୋଡି ହୋଇ ରହୁଛି। ଯେଉଁଥି ପାଇଁ ଉର୍ବଶୀ ରୌତେଲା ଅନେକ ସମୟରେ ଟ୍ରୋଲର ଶୀକାର ମଧ୍ୟ ହୁଅନ୍ତି । ଏଭଳି ପରିସ୍ଥିତିରେ ଅଭିନେତ୍ରୀଙ୍କ ଆଉ ବିବୃତ୍ତି ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଚକିତ କରିଦେଇଛି ।  ସେ ନିଜର  ବିବୃତ୍ତିରେ କହିଛନ୍ତି ଯେ, ଆରପି ମୋର ସହ-ଅଭିନେତା ,ଯାହାର ନାମ ରାମ ପୋଥିନେନି( Ram Pothineni) ଋଷଭ ପନ୍ଥ ନୁହଁନ୍ତି। 'ମୁଁ ଜାଣି ନଥିଲି ଯେ ଋଷଭ ପନ୍ଥଙ୍କୁ ଆରପି ମଧ୍ୟ କୁହାଯାଏ'। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, 'ନିକଟରେ ଉର୍ବଶୀ ଏକ ସାକ୍ଷାତକାର ଦେଇଥିଲେ । ସେ ଯେଉଁଥିରେ କହିଥିଲେ ଯେ,ଆରପି ତାଙ୍କୁ ହୋଟେଲର ଲବିରେ ଅପେକ୍ଷା କରି ରହିଥିଲେ ଏବଂ ତାଙ୍କୁ ଭେଟିବା ପାଇଁ ତାଙ୍କୁ ବାରମ୍ବାର ଡାକିଥିଲେ।'

ତେବେ, ଏହି ଘଟଣା ଉପରେ ସଫେଇ ଦେଇ ଉର୍ବଶୀ କହିଛନ୍ତି ଯେ,  ଲୋକମାନେ ସତ କଣ ଜାଣନ୍ତି । ଏବଂ ଏହି ପ୍ରସଙ୍ଗରେ ମିଥ୍ୟା ଖବର ପ୍ରସାରଣ କରନ୍ତି । ଲୋକମାନେ ସବୁବେଳେ ଅନୁମାନ କରନ୍ତି ଏବଂ ଏହା ବିଷୟରେ ଲେଖନ୍ତି । ଯେଉଁମାନେ ଏପରି ଗୁଜବ ଉପରେ ବିଶ୍ୱାସ କରନ୍ତି, ସେମାନେ ଟିକିଏ ଚିନ୍ତା କରିବା ଆବଶ୍ୟକ । ଯଦି ଜଣେ ୟୁଟ୍ବିବର (YouTuber) କିଛି କହୁଛି, ଏହାର ଅର୍ଥ ନୁହେଁ ଯେ. ଆପଣ ତାଙ୍କୁ ସିଧାସଳଖ ବିଶ୍ୱାସ କରିବା ଉଚିତ୍ ।  ଅନେକ ସମୟର ଉର୍ବଶୀ ନିଜର ପୋଷ୍ଟ ପାଇଁ ଟ୍ରୋଲର ମଧ୍ୟ ଶିକାର ହୁଅନ୍ତି । ନିକଟରେ ବିଶ୍ୱକପ ସମୟରେ ଯେତେବେଳେ ଉର୍ବଶୀ ବିମାନରେ ଥିବାର କିଛି ଫଟୋ ପୋଷ୍ଟ କରିଥିଲେ, ସେତେବେଳେ ତାଙ୍କୁ ମଧ୍ୟ କଡା ସମାଲୋଚନାର ଶୀକାର ହେବାକୁ ପଡିଥିଲା। 

ଏହାବି ପଢନ୍ତୁ : Jharana Das Death: ଶୋଇବାକୁ ଯାଇ ଚିର ନିଦ୍ରାରେ ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସ

ଏପରିକି କିଛି ୟୁଜର୍ସ, କହିଥିଲେ ଯେ, ଋଷଭ ପନ୍ଥଙ୍କୁ ଗୋଡାଇ ସେ ଅଷ୍ଟ୍ରେଲିଆରେ ମଧ୍ୟ ପହଞ୍ଚିଥିଲେ। ଏଭଳି ପରିସ୍ଥିତିରେ ଉର୍ବଶୀ ଏକ ପୋଷ୍ଟରେ ଏହାର ଉତ୍ତର ମଧ୍ୟ ଦେଇଥିଲେ । ସେ ଲେଖିଥିଲେ ଯେ, କେହି ତାଙ୍କର ଯତ୍ନ ନେଉ ନାହାଁନ୍ତି କିମ୍ବା ତାଙ୍କୁ ସମର୍ଥନ କରନ୍ତି ନାହିଁ। ଯିଏ ଦେଶର ପ୍ରତିନିଧିତ୍ୱ କରେ ସେ କ୍ରିକେଟର ହୁଅନ୍ତୁ କି ଅଭିନେତା ହୁଅନ୍ତୁ ସମ୍ମାନିତ ଦେବା ଉଚିତ୍। ସେ ଆହୁରୀ କହିଛନ୍ତି ଯେ, ଆମେ ପ୍ରାୟତଃ ଦେଖିଛୁ ଯେ ଅଭିନେତାଙ୍କ ଅପେକ୍ଷା କ୍ରିକେଟରଙ୍କୁ ଅଧିକ ସମ୍ମାନ ଦିଆଯାଏ। କ୍ରିକେଟରମାନେ ମଧ୍ୟ ଅଭିନେତାଙ୍କ ଅପେକ୍ଷା ଅଧିକ ରୋଜଗାର କରନ୍ତି । ଏହି ଜିନିଷଗୁଡ଼ିକ ମୋତେ ବ୍ୟଥିତ କରେ । ମୁଁ ବୁଝିପାରୁଛି ଯେ, ସେମାନେ ଦେଶ ପାଇଁ ଖେଳନ୍ତି କିନ୍ତୁ ଅଭିନେତାମାନେ ମଧ୍ୟ ଦେଶ ପାଇଁ ବହୁତ କିଛି କରିଛନ୍ତି । ଏବଂ ମୁଁ ମଧ୍ୟ ଅନେକ ଥର ଦେଶର ପ୍ରତିନିଧିତ୍ୱ କରିଛି। କିନ୍ତୁ ମୋତେ ଏ ତୁଳନା ଜମାବି ପସନ୍ଦ ନୁହେଁ ।'

Read More
{}{}