Hindi News >>Home >>Odisha Entertainment

Tunisha Sharma Suicide: ଆଜି ତୁନିଶାଙ୍କ ହେବ ଶେଷକୃତ୍ୟ, ଝିଅକୁ ହରାଇ ଚେତାଶୂନ୍ୟ ମାଆ

Tunisha Sharma Suicide: ଟିଭି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ଘଟଣା। ଝିଅର ଆତ୍ମହତ୍ୟାକୁ ନେଇ ଭାଙ୍ଗି ପଡିଛନ୍ତି ତୁନିଶାଙ୍କ ମାଆ । କାହିଁକିନା ତୁନିଶାଙ୍କ ମାଆ ଭାନିତା ନିଜ ୨୦ ବର୍ଷର ନିଜ ଝିଅକୁ ହରାଇଛନ୍ତି। ପ୍ରେମରେ ପ୍ରତାରଣ ଯୋଗୁଁ ୨୦ବର୍ଷ ବୟସରେ ଝିଅର ମୃତ୍ୟୁ ହୋଇଛି ବୋଲି କହିଛନ୍ତି ତୁନିଶାଙ୍କ ମାଆ । ନିଜ ଝିଅକୁ ହରାଇବା ପରେ ତୁନିଶାଙ୍କ ମାଆଙ୍କ ଅବସ୍ଥା ମଧ୍ୟ ଖରାପ ହୋଇପଡିଛି ।

Advertisement
ସୌଜନ୍ୟ-ସୋସିଆଲ ମିଡିଆ
Stop
Zee Odisha Desk|Updated: Dec 27, 2022, 01:05 PM IST

Tunisha Sharma Suicide: ଟିଭି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ଘଟଣା। ଝିଅର ଆତ୍ମହତ୍ୟାକୁ ନେଇ ଭାଙ୍ଗି ପଡିଛନ୍ତି ତୁନିଶାଙ୍କ ମାଆ । କାହିଁକିନା ତୁନିଶାଙ୍କ ମାଆ ଭାନିତା ନିଜ ୨୦ ବର୍ଷର ନିଜ ଝିଅକୁ ହରାଇଛନ୍ତି। ପ୍ରେମରେ ପ୍ରତାରଣ ଯୋଗୁଁ ୨୦ବର୍ଷ ବୟସରେ ଝିଅର ମୃତ୍ୟୁ ହୋଇଛି ବୋଲି କହିଛନ୍ତି ତୁନିଶାଙ୍କ ମାଆ । ନିଜ ଝିଅକୁ ହରାଇବା ପରେ ତୁନିଶାଙ୍କ ମାଆଙ୍କ ଅବସ୍ଥା ମଧ୍ୟ ଖରାପ ହୋଇପଡିଛି । ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଏଭଳି ପରିସ୍ଥିତିରେ ତୁନିଶାଙ୍କ ମାଆଙ୍କ ଭିଡିଓ ସାମ୍ନାକୁ ଆସିଛି  ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଭାନିତା ଶର୍ମାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀଙ୍କ ମୃତଦେହ ଦେଖିବା ପାଇଁ ତୁନିଶାଙ୍କ ମା ’ତାଙ୍କ ପରିବାର ସହିତ ସୋମବାର ବିଳମ୍ବିତ ରାତିରେ ଡାକ୍ତରଖାନାରେ ପହଞ୍ଚିଥିଲେ। ବର୍ତ୍ତମାନ ଡାକ୍ତରଖାନାରୁ ବାହାରକୁ ଆସୁଥିବା ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଦେଖିବା କ୍ଷଣି ଆପଣଙ୍କ ଆଖିରେ ମଧ୍ୟ ଲୁହ ଜକେଇ ଆସିବ । ଭିଡିଓରେ ଦେଖିବାକୁ ମିଳିଛି ଯେ, ଅସହାୟ ଅବସ୍ଥାରେ ଭାନିତା ଶର୍ମା ମେଡିକାଲରୁ ବାହାରକୁ ଆସୁଛନ୍ତି । ପରିବାର ସଦସ୍ୟ ଭାନିତାଙ୍କୁ ଧରି କାରକୁ ନେଇଥିବାର ନଜର ଆସିଛନ୍ତି। ଏବଂ କାରରେ ବସିଲା ପରେ ସେ ଚେତାଶୂନ୍ୟ ହୋଇ ଯାଉଛନ୍ତି ।

ତୁନିଶା ମୁମ୍ବାଇରେ ନିଜ ମାଆଙ୍କ ସହ ରହୁଥିଲେ। ତେବେ, ଆତ୍ମହତ୍ୟାର ଗୋଟିଏ ଦିନ ପୂର୍ବରୁ ନିଜ ମାଆଙ୍କୁ କହିଥିଲେ ଯେ, ସେ ସିଜାନ (Sheezan Khan)ଙ୍କୁ ଚାହାଁନ୍ତି । ଏବଂ ଆଗକୁ ମଧ୍ୟ ତାଙ୍କ ସହ ସମ୍ପର୍କରେ ରହିବାକୁ ଚାହାଁନ୍ତି । ଏବଂ ଭିନିତା ମଧ୍ୟ ସଜନଙ୍କ ସହ ଏନେଇ କଥା ହୋଇଥିଲେ। ତୁନିଶା ସହ ସିଜାନ ଆଗକୁ ସମ୍ପର୍କରେ ରହିବାକୁ ଚାହୁଁ ନ ଥିଲେ ବୋଲି ଭିନିତା ଅଭିଯୋଗ ଆଣିଛନ୍ତି । ତୁନିଶାର ମୃତ୍ୟୁ ପାଇଁ ସେ ବୟଫ୍ରେଣ୍ଡ ସିଜନା ଖାନଙ୍କୁ ଦାୟୀ କରିଛନ୍ତି । ପ୍ରେମରେ ପ୍ରତାରଣା ଓ ଅନ୍ୟ ଝିଅମାନଙ୍କ ସର୍ମ୍ପକ ରଖି ଧୋକା ଦେଇଥିବା ଯୋଗୁଁ ତୁନିଶା ବାଧ୍ୟ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଭିନିତା ଶର୍ମା । ଯିଏ ପ୍ରଥମ ଥର ପାଇଁ ମିଡିଆ ସାମ୍ନାକୁ ଆସି ଅଭିଯୁକ୍ତକୁ ଦଣ୍ଡ ଓ ମୃତ ଝିଅକୁ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି । ତୁନିଶାଙ୍କ ବୟଫ୍ରେଣ୍ଡ ସିଜନା ଖାନଙ୍କ କଠୋରରୁ କଠୋର ଦଣ୍ଡ ମିଳୁ ବୋଲି ମୃତ ତୁନିଶାଙ୍କ ମା ଦାବି କରିଛନ୍ତି । 

 

 
 
 
 

 
 
 
 
 
 
 
 
 
 
 

A post shared by TAHIR JASUS007 (@tahirjasus)

ଏହାବି ପଢନ୍ତୁ : Lucknow Suicide Case: ସାବଧାନ୍, ଅନଲାଇନ୍ ଗେମ ନେଉଛି ଶିଶୁଙ୍କ ଜୀବନ !

 

ସେପଟେ,  ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଅନ୍ତିମ ସତ୍କାର ଆଜି ମୁ୍ମ୍ବାଇରେ କରାଯିବ। ଏତେ କମ୍‌ ବୟସରେ ଡିସେମ୍ବର ୨୪ ତାରିଖରେ ଅଭିନେତ୍ରୀ ଦୁନିଆ ଛାଡ଼ି ଯିବା ପରେ ସାରା ଦେଶରେ ଶୋକରଛାୟା ଖେଳିଯାଇଛି। ସୂଚନ‌ାରୁ ଜାଣିବାକୁ ମିଳିଛି ‌ଯେ ଆଜି ତ‌ା‌ଙ୍କ ଅନ୍ତିମ ସତ୍କାର ଗଡ୍‌ଦେବ୍‌ ନାକା ରୋଡ୍‌ର ଶ୍ମଶାନରେ ହେବ।  ମହାରାଷ୍ଟ୍ରର ନାଇଗାଓଁରେ ଚାଲିଥିବା ସୁଟିଂ ସେଟରେ ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିଥିବା ନେଇ ଗତ ଶନିବାର ଖବର ଆସିଥିଲା। ଏହି ଖବର ଶୁଣିବା ପରେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଶୋକରଛାୟା ଖେଳି ଯାଇଥିଲା। ତୁନିଶାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ମୃତ୍ୟୁ ପରେ ତୁନିଶାଙ୍କ ମୁମ୍ବାଇର ଜେଜେ ହସ୍ପିଟାଲରେ ବ୍ୟବଚ୍ଛେଦ ହୋଇଥିଲା।

Read More
{}{}