Hindi News >>Home >>Odisha Entertainment

କାଲି ରାଘବ ଚଡ୍ଡା ଓ ପରିଣୀତିଙ୍କ ବିବାହ, ସାମିଲ୍ ହେବେନି ଭଉଣୀ ପ୍ରିୟଙ୍କା !

Parineeti Chopra Raghav chadda Wedding: ରାତି ପାହିଲେ ହାତକୁ ଦୁଇ ହାତ ହେବେ ବଲିଉଡ୍ ଅଭିନେତ୍ରୀ ପରିଣୀତି(Parineeti) ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଡ୍ଡା। ରବିବାର ଅର୍ଥାତ ଆସନ୍ତା କାଲି  ରାଜସ୍ଥାନ ଉଦୟପୁରରେ ହେବାକୁ ଯାଉଛି ଏହି ଦୁଇ ପ୍ରେମୀ ଯୁଗଳଙ୍କ ବାହାଘର।ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଖବର ମିଳିଛି। 

Advertisement
କାଲି ରାଘବ ଚଡ୍ଡା ଓ ପରିଣୀତିଙ୍କ ବିବାହ, ସାମିଲ୍ ହେବେନି ଭଉଣୀ ପ୍ରିୟଙ୍କା !
Stop
Priyambada Rana|Updated: Sep 23, 2023, 10:31 AM IST

Parineeti Chopra Raghav chadda Wedding: ରାତି ପାହିଲେ ହାତକୁ ଦୁଇ ହାତ ହେବେ ବଲିଉଡ୍ ଅଭିନେତ୍ରୀ ପରିଣୀତି(Parineeti) ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଡ୍ଡା। ରବିବାର ଅର୍ଥାତ ଆସନ୍ତା କାଲି  ରାଜସ୍ଥାନ ଉଦୟପୁରରେ ହେବାକୁ ଯାଉଛି ଏହି ଦୁଇ ପ୍ରେମୀ ଯୁଗଳଙ୍କ ବାହାଘର।ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଖବର ମିଳିଛି। ରାଜସ୍ଥାନରେ ଡେଷ୍ଟିନେସ ୱେଡିଂ ପାଇଁ ଦୁହେଁ ପ୍ଲାନିଂ କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଅତିଥି ବିବାହ ଡେଷ୍ଟିନେସନରେ ପହଞ୍ଚି ସାରିଥିବା ଜଣାପଡ଼ିଛି। ଆଉ କିଛି ଅତିଥି ଆଜି ପହଞ୍ଚିବା ନେଇ ମଧ୍ୟ ସୂଚନା ମିଳିଛି।

ତେବେ ନିକଟରେ ସୂଚନା ମିଳିଛି ଯେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା(ପରିଣୀତିଙ୍କ କଜନ୍) ନିଜ ସ୍ୱାମୀ ନିକ୍ ଜୋନସଙ୍କ ସହ ଏହି ବିବାହ ମହତ୍ସୋବରେ ସାମିଲ ହୋଇ ନ ପାରନ୍ତି। ତେଣୁ ବିବାହ ପୂର୍ବରୁ ପ୍ରିୟଙ୍କା(Priyanka Chopra)ନିଜ ସୋସିଆଲ ମିଡିଆ ପେଜରେ ପରିଣୀତିଙ୍କ ପାଇଁ ଏକ ସ୍ୱତନ୍ତ୍ର ବାର୍ତ୍ତା ଲେଖିଛନ୍ତି। ସେ ଲେଖିଛନ୍ତି ‘ମୋ ଛୋଟ ଭଉଣୀ, ତୁମର ଏତେ ବଡ଼ ଦିନରେ ତୁମକୁ ଅନେକ ଅନେକ ଅନେକ ଶୁଭେଚ୍ଛା ଓ ଭଲପାଇବା’।ପ୍ରିୟଙ୍କା ସୋସିଆଲ ମିଡିଆ ଜରିଆରେ ପାରିଣୀତି ଏବଂ ରାଘବଙ୍କୁ ଅଭିନନ୍ଦନ ଜଣାଇଛନ୍ତି କିନ୍ତୁ ସେ ଏହି ବିବାହରେ ସାମିଲ ହେବା ନେଇ ଏବେ ସନ୍ଦେହ ଲାଗି ରହିଛି।

ରିପୋର୍ଟ ଅନୁଯାୟୀ, ସମସ୍ତ ରୀତିନୀତି ବିବାହର ପ୍ରାୟ ଏକ ସପ୍ତାହ ପୂର୍ବରୁ ଆରମ୍ଭ ହେବ । ପଞ୍ଜାବୀ ରୀତିନୀତି ଅନୁଯାୟୀ ବିବାହ ହେବ । ସେପ୍ଟେମ୍ବର ୨୩ରେ ଉଦୟପୁରରେ ହଳଦୀ-ମେହେନ୍ଦୀ ଓ ସଂଗୀତ ସମାରୋହ ହେବ। ପରିଣୀତି-ରାଘବଙ୍କ ବିବାହ ଲୀଲା ପ୍ୟାଲେସ ହୋଟେଲରେ ହେବ । ଏହି ବାହାଘରରେ ଉଭୟଙ୍କ ପରିବାର ସଦସ୍ୟ, ଖାସ୍ ବନ୍ଧୁ, ବି-ଟାଉନ ସେଲିବ୍ରେଟିଙ୍କ ବ୍ୟତୀତ କିଛି ରାଜନେତା ଯୋଗ ଦେବା ନେଇ ସୂଚନା ମିଳିଛି । ବିବାହ ପରେ  ରାଘବଙ୍କ ପରିବାର ସେପ୍ଟେମ୍ବର ୩୦ ତାରିଖରେ ରିସେପ୍ସନ୍ ପାର୍ଟି  ଦେବେ । ତେବେ ଏନେଇ ଛପା ଯାଇଥିବା ଏକ ନିମନ୍ତ୍ରଣ ପତ୍ର ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଜ୍ ଚଣ୍ଡିଗଡ଼ରେ ରାଘବ-ପରିଣୀତିଙ୍କର ବିବାହ ଭୋଜିର ଆୟୋଜନ କରାଯିବ ବୋଲି ଲେଖାଯାଇଛି।

Also Read: Parineeti-Raghav Wedding: ହାତୀ, ଘୋଡ଼ା କି କାର୍ ନୁହେଁ, ଏଥିରେ ବରଯାତ୍ରୀ ନେଇ ଆସିବେ ରାଘବ ଚଢା

Read More
{}{}