Hindi News >>Home >>Odisha Entertainment

ବିବାହର ଦିନକ ପରେ ବିବାଦରେ ଅଭିନେତ୍ରୀ ନୟନତାରା, କ୍ଷମା ମାଗିଲେ ପତି ବିଗ୍ନେଶ ଶିବନ

ଗତ ଗୁରୁବାର ଉଭୟ ଦମ୍ପତି ବହୁତ ଧୁମଧାମରେ ବିବାହ କରିଥିଲେ । ବିବାହ ପର ଦିନ ଅର୍ଥାତ ଶୁକ୍ରବାର ନୟନତାରା ଏବଂ ନିର୍ଦ୍ଦେଶକ ବିଗ୍ନେଶ, ଭଗବାନଙ୍କ ଆଶୀର୍ବାଦ ନେବା ପାଇଁ ଆନ୍ଧ୍ର ପ୍ରଦେଶର ତିରୁପତିସ୍ଥିତ ପ୍ରଭୁ ଭେଙ୍କଟେଶ୍ୱରଙ୍କ ମନ୍ଦିରରେ ପହଞ୍ଚିଥିଲେ । ଉଭୟ ଦମ୍ପତି ପ୍ରଥମେ ମନ୍ଦିରର ନିଷିଦ୍ଧାଞ୍ଚଳରେ ହାତ ଧରାଧରି ହୋଇ ବୁଲିଥିଲେ । 

Advertisement
ସୌ- ସୋସିଆଲ ମିଡିଆ
Stop
Durga Madhaba Pattanayak|Updated: Jun 11, 2022, 06:25 PM IST

ଚେନ୍ନାଇ : ବିବାହ ପରେ ପରେ ବିବାଦରେ ଛନ୍ଦି ହେଲେ ଅଭିନେତ୍ରୀ ନୟନତାରା । ତାରକା ଦମ୍ପତି, ଅଭିନେତ୍ରୀ ନୟନତାରା ଏବଂ ନିର୍ଦ୍ଦେଶକ ବିଗ୍ନେଶ ଶିବନ ଗତ ଶୁକ୍ରବାର ମହାବଳୀପୁରମରେ ବିବାହର ଦିନକ ପରେ ତିରୁମାଲାର ତିରୁପତି ମନ୍ଦିରକୁ ଯାଇଥିଲେ । ଦର୍ଶନ କରିବାପରେ ମନ୍ଦିର ପରିସରରେ ଏକ ଫଟୋ ସୁଟ୍ ସମୟରେ ଏହି ଦମ୍ପତି ଚପଲ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଫଳରେ ମନ୍ଦିର ପ୍ରଶାସନ ସେମାନଙ୍କ ବିରୋଧରେ ଲିଗାଲ ନୋଟିସ ଜାରି କରିଛନ୍ତି ।

ଗତ ଗୁରୁବାର ଉଭୟ ଦମ୍ପତି ବହୁତ ଧୁମଧାମରେ ବିବାହ କରିଥିଲେ । ବିବାହ ପର ଦିନ ଅର୍ଥାତ ଶୁକ୍ରବାର ନୟନତାରା ଏବଂ ନିର୍ଦ୍ଦେଶକ ବିଗ୍ନେଶ, ଭଗବାନଙ୍କ ଆଶୀର୍ବାଦ ନେବା ପାଇଁ ଆନ୍ଧ୍ର ପ୍ରଦେଶର ତିରୁପତିସ୍ଥିତ ପ୍ରଭୁ ଭେଙ୍କଟେଶ୍ୱରଙ୍କ ମନ୍ଦିରରେ ପହଞ୍ଚିଥିଲେ । ଉଭୟ ଦମ୍ପତି ପ୍ରଥମେ ମନ୍ଦିରର ନିଷିଦ୍ଧାଞ୍ଚଳରେ ହାତ ଧରାଧରି ହୋଇ ବୁଲିଥିଲେ । ଦର୍ଶନ ପରେ, ସେମାନେ ମନ୍ଦିରରେ ଥିବାବେଳେ ନୟନତାରା ଶୀଘ୍ର ଶୀଘ୍ର ଫଟୋସୁଟ୍ କରୁଥିବା  ସମୟରେ ଚପଲ ପିନ୍ଧିଥିବାର ଶ୍ରଦ୍ଧାଳୁଙ୍କ ନଜର ଆସିଥିଲେ । ଯାହାକୁ ଭକ୍ତମାନେ ବିରୋଧ କରିଥିଲା । 

Also Read: Nayan and Wikki wedding; ସାତ ବର୍ଷ ପରେ ସାତ ଜନ୍ମର ସାଥି ହେଲେ ଅଭିନେତ୍ରୀ, ନିର୍ଦ୍ଦେଶକ

ଏହି ଦମ୍ପତିଙ୍କୁ ଯେଉଁ ଫଟୋଗ୍ରାଫରମାନେ ଘେରି ରହିଥିଲେ, ସେମାନେ ମଧ୍ୟ ଜୋତା ପିନ୍ଧିଥିବାର ନଜର ଆସିଥିଲେ । ତିରୁମାଲା ତିରୁପତି ଦେଶସ୍ଥାନମ୍‌ ବୋର୍ଡର ମୁଖ୍ୟ ଭିଜିଲାନ୍ସ ସିକ୍ୟୁରିଟି ଅଫିସର ନରସିମ୍ହା କିଶୋରଙ୍କ କହିବାନୁସାରେ, ନୟନତାରା ଏହି ପବିତ୍ର ସ୍ଥାନରେ ଚପଲ ପିନ୍ଧି ବୁଲୁଥିବାର ଦେଖିବାକୁ ମିଳିଥିଲା । ଏହା ଏମିତି ଏକ ପବିତ୍ର ସ୍ଥାନ, ଯାହାକୁ ସ୍ଥାନୀୟ ଲୋକ ବହୁତ ମହତ୍ତ୍ବ ଦେଇଥାନ୍ତି । ସିକ୍ୟୁରିଟି ଅଫିସର ଏହା ମଧ୍ୟ କହିଛନ୍ତି ଯେ, ନୟନତାରା ଏବଂ ବିଗ୍ନେଶ ସେମାନଙ୍କ ସହ ଫଟୋଗ୍ରାଫରଙ୍କୁ ମଧ୍ୟ ମନ୍ଦିର ଭିତରକୁ ଆଣିଥିଲେ ଯାହା ବେଆଇନ ଅଟେ । 

ତିରୁମାଲା ତିରୁପତି ଦେଶସ୍ଥାନମ୍ ବ୍ୟକ୍ତିଗତ କ୍ୟାମେରାକୁ ଅନୁମତି ଦିଏ ନାହିଁ । ନରସିଂହ କିଶୋର ଆହୁରି କହିଛନ୍ତି, ଆମର ସୁରକ୍ଷା ଟିମ ଏହାର ତୁରନ୍ତ ପ୍ରତିକ୍ରିୟା ଦେଇଛନ୍ତି । ଆମେ ସିସିଟିଭିରେ ମଧ୍ୟ ଦେଖିଛୁ ଯେ, ସେମାନେ ସେଠାରେ ଏକ ଫଟୋସୁଟ୍ କରିଥିଲେ । ନୟନତାରାଙ୍କ ଜୋତା ପିନ୍ଧି ମନ୍ଦିର ପରିସରରେ ବୁଲିବା ଫଟୋ ସାମ୍ନାକୁ ଆସିବା ପରେ ତାଙ୍କ ବିରୋଧରେ ଆକ୍ସନ ନିଆଯାଇଛି । ତେବେ ଉଭୟ ଦମ୍ପତି ଭଗବାନ ବାଲାଜୀ, ଟିଟିଡି ଏବଂ ଶ୍ରଦ୍ଧାଳୁଙ୍କୁ କ୍ଷମା ମାଗୁଥିବା ଏକ ଭିଡିଓ ଜାରି କରିବା ସତ୍ତ୍ୱେ ମଧ୍ୟ ଆମେ ନୋଟିସ ଜାରି କରିଛୁ ବୋଲି ସିକ୍ୟୁରିଟି ଅଫିସର ।

Also Read: Viral Videos : ନିଆଁ ଭଳି ବ୍ୟାପୁଛି 'ମାହିର୍ ମାଆ'ଙ୍କ ସାଇକେଲ ଭିଡିଓ

 

ବିବାଦର କିଛି ସମୟ ପରେ ବିଗ୍ନେଶ ଶିବନ ସ୍ପଷ୍ଟୀକରଣ ଦେଇ କହିଛନ୍ତି, "ଆମେ ସବୁବେଳେ ତିରୁପତିରେ ଆମର ବିବାହ ହେଉ ବୋଲି ଚାହୁଁଥିଲୁ କିନ୍ତୁ ସାମଗ୍ରୀ ପରିବହନ ଅସୁବିଧା କାରଣରୁ ଏହା ସମ୍ଭବ ହେଲାନାହିଁ ତେଣୁ ଆମ ବିବାହକୁ ଚେନ୍ନାଇରେ କରିବାକୁ ପଡି଼ଲା। ଏହା ଆମର ଏକ ଚମତ୍କାର ଦର୍ଶନ ଥିଲା ଏବଂ ଏହି ଦିନକୁ ଆମେ ସ୍ମୁତିରେ ସାଇତି ରଖିବାପାଇଁ  ମନ୍ଦିର ବାହାରେ ଏକ ଫଟୋ ଉଠାଇବାକୁ ଚାହୁଁଥିଲୁ କିନ୍ତୁ ଭିଡ଼ ଏବଂ ବିଶୃଙ୍ଖଳା ହେତୁ ଆମକୁ ବାହାରକୁ ଯାଇ ପୁନଃ ପ୍ରବେଶ କରିବାକୁ ପଡିଥିଲା । ଏସବୁ ଏତେ ଶୀଘ୍ର କରିବାକୁ ପଡ଼ିଲା ଯେ ଆମେ ଜୋତା ଖୋଲିବାକୁ ସମୟ ପାଇନଥିଲୁ ।" 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ ଇଶ୍ବରଙ୍କ ଉପରେ ଅହେତୁକ ବିଶ୍ୱାସ ରଖୁଥିବା ଏକ ଦମ୍ପତି ଅଟନ୍ତି । ତେବେ ଯେଉଁମାନେ ସେମାନଙ୍କର ଏହି ଭୁଲ୍ ଯୋଗୁଁ ଆହତ ହୋଇଛନ୍ତି ସେମାନଙ୍କ ନିକଟରେ ସେ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ ।

Read More
{}{}