Hindi News >>Home >>Odisha Entertainment

Tiger 3: ବକ୍ସ ଅଫିସରେ 'ଟାଇଗର-୩' ର କ୍ରେଜ୍, ପାଞ୍ଚ ଦିନରେ ଆୟ କଲା ଏତେ କୋଟି

Tiger 3 Collection WorldWide: ବକ୍ସ ଅଫିସରେ ଧମାଲ ମଚାଉଛି 'ଟାଇଗର-୩' (Tiger 3)। ଦୀପାବଳି ଅବସରରେ ଫିଲ୍ମଟି ପରଦାକୁ ଆସିଥିଲା। ପ୍ରଥମ ଦିନରୁ ହିଁ ଭଲ ବ୍ୟବସାୟ କରି ଆସୁଛି ସଲମାଲ ଖାନ୍ (Salman Khan) ଓ କ୍ୟାଟ୍ରିନା କୈଫଙ୍କ (Katrina Kaif) ଏହି ଫିଲ୍ମଟି।   ରିଲିଜ୍ ହେବାର ପଞ୍ଚମ ଦିନରେ ମଧ୍ୟ 'ଟାଇଗର-୩' (Tiger 3) ଭଲ ବ୍ୟବସାୟ କରିଛି। 

Advertisement
Tiger 3:  ବକ୍ସ ଅଫିସରେ 'ଟାଇଗର-୩' ର କ୍ରେଜ୍,  ପାଞ୍ଚ ଦିନରେ ଆୟ କଲା ଏତେ କୋଟି
Stop
Zee Odisha Desk|Updated: Nov 17, 2023, 03:33 PM IST

Tiger 3 Collection WorldWide: ବକ୍ସ ଅଫିସରେ ଧମାଲ ମଚାଉଛି 'ଟାଇଗର-୩' (Tiger 3)। ଦୀପାବଳି ଅବସରରେ ଫିଲ୍ମଟି ପରଦାକୁ ଆସିଥିଲା। ପ୍ରଥମ ଦିନରୁ ହିଁ ଭଲ ବ୍ୟବସାୟ କରି ଆସୁଛି ସଲମାଲ ଖାନ୍ (Salman Khan) ଓ କ୍ୟାଟ୍ରିନା କୈଫଙ୍କ (Katrina Kaif) ଏହି ଫିଲ୍ମଟି।  ଏହି ଫିଲ୍ମ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ବହୁତ ଲାଭ କରୁଛି । ବର୍ତ୍ତମାନ ଏହାର ବିଶ୍ୱବ୍ୟାପୀ ରୋଜଗାର ସଂଖ୍ୟା ପ୍ରକାଶ ପାଇଛି । ସାକ୍ନିଲ୍କଙ୍କ ରିପୋର୍ଟ ଅନୁଯାୟୀ, ସଲମାନ ଖାନଙ୍କ 'ଟାଇଗର-୩' ଚାରି ଦିନ ମଧ୍ୟରେ ସାରା ବିଶ୍ୱରେ ୨୭୦ କୋଟି ଟଙ୍କା ବ୍ୟବସାୟ କରିଥିବା ବେଳେ ପଞ୍ଚମ ଦିନର ରିପୋର୍ଟ ବର୍ତ୍ତମାନ ସାମ୍ନାକୁ ଆସିଛି । ରିଲିଜ୍ ହେବାର ପଞ୍ଚମ ଦିନରେ ମଧ୍ୟ 'ଟାଇଗର-୩' (Tiger 3) ଭଲ ବ୍ୟବସାୟ କରିଛି। 

Also Read: Puri News: ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ

ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍ ଙ୍କ ଏହି ଫିଲ୍ମଟି ପଞ୍ଚମ ଦିନରେ ପ୍ରାୟ ୧୯ କୋଟି ଟଙ୍କା ସଂଗ୍ରହ କରିଛି। ୨୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି।  ନଭେମ୍ବର ୧୨ ତାରିଖରେ ପରଦାକୁ ଆସିଥିଲା 'ଟାଇଗର-୩' (Tiger 3) ଖବର ଅନୁଯାୟୀ 'ଟାଇଗର-୩' (Tiger 3) ପ୍ରଥମ ଦିନରେ ୪୪.୫ କୋଟି ଟଙ୍କା ରୋଜଗାର କରିଥିଲା। ଦ୍ୱିତୀୟ ଦିନରେ ୫୯.୨୫ କୋଟି ଏବଂ ତୃତୀୟ ଦିନରେ ୪୪.୩ କୋଟି ଟଙ୍କା ରୋଜଗାର କରିଛି। ଚତୁର୍ଥ ଦିନରୁ 'ଟାଇଗର-୩' (Tiger 3) ର ସଂଗ୍ରହରେ ହ୍ରାସ ହୋଇଥିଲା। ଚତୁର୍ଥ ଦିନରେ  ଫିଲ୍ମଟି  ମାତ୍ର ୨୧.୧ କୋଟି ଟଙ୍କା ରୋଜଗାର କରିଥିଲା ​। ବର୍ତ୍ତମାନ ସାକ୍ନିଲ୍କଙ୍କ ପ୍ରାରମ୍ଭିକ ଆକଳନ ରିପୋର୍ଟ ଅନୁଯାୟୀ 'ଟାଇଗର-୩' (Tiger 3) ପଞ୍ଚମ ଦିନର ୧୮.୫୦ କୋଟି ଟଙ୍କା ବୋଲି କୁହାଯାଉଛି।

ସାକ୍ନିଲ୍କଙ୍କ ରିପୋର୍ଟ ଅନୁଯାୟୀ,  'ଟାଇଗର-୩' (Tiger 3) ଘରୋଇ ବକ୍ସ ଅଫିସରେ ଏ-ପର୍ଯ୍ୟନ୍ତ ମୋଟ ୧୮୭.୬୫ କୋଟି ଟଙ୍କା ସଂଗ୍ରହ କରିବାରେ ସକ୍ଷମ ହୋଇଛି । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ସଲମାନ ଖାନ-କ୍ୟାଟ୍ରିନା କୈଫ୍ ଙ୍କ ଅଭିନୀତ ଫିଲ୍ମଟି 'ଟାଇଗର-୩' (Tiger 3) ୩୦୦ କୋଟି ବଜେଟ୍ ରେ ନିର୍ମିତ ହୋଇଛି।   ସଲମାନ ଖାନ ଓ କ୍ୟାଟ୍ରିନା କୈଫଙ୍କ ବ୍ୟତୀତ ଏହି ଫିଲ୍ମରେ ଶାହରୁଖ ଖାନ ଓ ହ୍ରିତିକ ରୋଶନଙ୍କ କେମିଓ ଭୂମିକାରେ ନଜର ଆସିଛନ୍ତି। ଏଥିରେ ଇମ୍ରାନ ହାସମି ଭିଲିଆନ ଭୂମିକାରେ ନଜର ଆସିଛନ୍ତି । ୟଶ ରାଜ ଫିଲ୍ମ ପ୍ରଡକ୍ସନରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ମନୀଷ ଶର୍ମା।

 

 

 

 

{}{}