Hindi News >>Home >>Odisha Entertainment

Shah Rukh Khan: ଦୀର୍ଘ ଦିନ ପରେ 'ପଠାନ' କରିବା ଗୁମର କହିଲେ କିଙ୍ଗ ଖାନ, ଜାଣିଲେ ଆପଣ ବି ପ୍ରଶଂସା କରି ରହିପାରିବେନି

Shah Rukh Khan: କିଂଗ ଖାନ ସେହି ସମୟରେ ଝିଅ ସୁହାନାଙ୍କ ସମ୍ପର୍କରେ ଅଧିକ ଚିନ୍ତା କରିଆସୁଥିଲେ। ଝିଅ ସୁହାନା ସେଠାରେ ଯେପରି ଏକଲା ଫିଲ ନ କରନ୍ତି ସେନେଇ ସେ ସବୁବେଳେ ଚିନ୍ତାରେ ରହୁଥିଲେ। ଝିଅ ସୁହାନା ଯେବେ ବି ଫୋନ କରିବେ ସେ ସଙ୍ଗେ ସଙ୍ଗେ ଝିଅ ପାଖକୁ ଯାଇପାରିବେ।

Advertisement
Shah Rukh Khan: ଦୀର୍ଘ ଦିନ ପରେ 'ପଠାନ' କରିବା ଗୁମର କହିଲେ କିଙ୍ଗ ଖାନ, ଜାଣିଲେ ଆପଣ ବି ପ୍ରଶଂସା କରି ରହିପାରିବେନି
Stop
Zee Odisha Desk|Updated: Dec 18, 2022, 03:15 PM IST

Shah Rukh Khan:  ମୁମ୍ବାଇ: ବଲିଉଡ ସୁପରଷ୍ଟାର (Bollywood) ଶାହରୁଖ ଖାନଙ୍କ (Shah Rukh Khan) ଫିଲ୍ମକୁ ଲୋକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଶାହାରୁଖଙ୍କ ଫିଲ୍ମ ପଠାନ (Pathaan) ଖୁବଶୀଘ୍ର ମୁକ୍ତିଲାଭ କରିବ। ଶାହରୁଖ (Shah Rukh Khan) ବ୍ରହ୍ମାସ୍ତ୍ରରେ (Bramhastra) ଏକ ଛୋଟ ଭୂମିକାରେ ଶେଷ ଥର ପାଇଁ ନଜର ଆସିଥିଲେ। ତେବେ ଆସନ୍ତା ଜାନୁଆରୀ (January) ମାସରେ ଶାହରୁଖଙ୍କ (Shah Rukh Khan) ଅଭିନୀତ ପଠାନ (Pathaan) ମୁଭି ବଡ଼ ପରଦାରେ ରିଲିଜ କରିବ। ଏଥିପାଇଁ ଶାହରୁଖଙ୍କ () ପ୍ରଶଂସକମାନେ ବେଶ ଉତ୍ସାହିତ ରହିଥିବା ଦେଖିବାକୁ ମିଳିଛି। ତେବେ ଦୀର୍ଘ ୪ ବର୍ଷ ଧରି ସେ କାହିଁକି ଅଭିନୟ କରିନଥିଲେ ବୋଲି ପ୍ରଶ୍ନ ଉଠିଛି। ଏହାର ଉତ୍ତର ଶାହରୁଖ ନିଜେ ଦେଇଛନ୍ତି। 

ଏକ ସାକ୍ଷାତକାରରେ ଶାହରୁଖ କହିଛନ୍ତି କି ତାଙ୍କ ଝିଅ ସୁହାନାଙ୍କ ପାଇଁ ସେ ବିରତି ନେଇଥିଲେ। କିଙ୍ଗ ଖାନ କହିଛନ୍ତି ଯେ ସୁହାନା ନ୍ୟୁୟର୍କରେ ପଢିବାକୁ ଯାଇଥିଲେ। ମୁଁ ତାଙ୍କର ଫୋନ କଲ ପାଇଁ ଦୀର୍ଘ ୮ ମାସ ଧରି ଅପେକ୍ଷାରେ ରହିଥିଲି। କେବେ ବି ସେ ମୋତେ କଲ କରିପାରନ୍ତି। ଆଉ ନ୍ୟୁୟର୍କରେ ମୋର ଉପସ୍ଥିତିକୁ ଲୋଡ଼ି ପାରନ୍ତି। ସେଥିପାଇଁ ମୁଁ ଦୀର୍ଘ ୪ ବର୍ଷ ଧରି କୌଣସି ସିନେମା ସାଇନ କରିନଥିଲି। ତେବେ ଗୋଟିଏ ଦିନ ତାଙ୍କର କଲ ଆସିଥିଲା। ଆଉ ମୁଁ ତାଙ୍କୁ ପଚାରିଥିଲି କି ମୁଁ ଏବେ କାମକୁ ଯାଇ ପାରିବି କି। ସୁହାନା ମୋର ପ୍ରଶ୍ନ ଶୁଣି କହିଥିଲେ କି ଆପଣ କାମକୁ କାହିଁକି ଯାଉ ନାହାନ୍ତି। ମୁଁ କହିଥିଲି କି ମୋତେ ଲାଗିଲା ତୁମେ ମୋତେ ନ୍ୟୁୟର୍କ ଡକାଇପାର। ସେଠାରେ ତୁମେ ଏକଲାପଣ ଅନୁଭବ କରିପାର। ସେଥିପାଇଁ ମୁଁ କାମକୁ ଯାଉନାହିଁ।

କିଂଗ ଖାନ ସେହି ସମୟରେ ଝିଅ ସୁହାନାଙ୍କ ସମ୍ପର୍କରେ ଅଧିକ ଚିନ୍ତା କରିଆସୁଥିଲେ। ଝିଅ ସୁହାନା ସେଠାରେ ଯେପରି ଏକଲା ଫିଲ ନ କରନ୍ତି ସେନେଇ ସେ ସବୁବେଳେ ଚିନ୍ତାରେ ରହୁଥିଲେ। ଝିଅ ସୁହାନା ଯେବେ ବି ଫୋନ କରିବେ ସେ ସଙ୍ଗେ ସଙ୍ଗେ ଝିଅ ପାଖକୁ ଯାଇପାରିବେ। ଏହା ଭାବିକରି ସେ କୌଣସି କାମ କରୁନଥିଲେ। ସେ ସେଥିପାଇଁ ସବୁବେଳେ ଫ୍ରି ରହୁଥିଲେ। ସେ ଆହୁରି ମଧ୍ୟ କହିଥିଲେ କି କୋରୋନା କାଳ ରହିଥିବାରୁ ମଧ୍ୟ କାମ ଠାରୁ ଦୁରେଇ ରହିଥିଲେ। ତେବେ ଶେଷରେ ତାଙ୍କୁ ୟଶରାଜ ମୁଭିଜର ପଠାନ ଫିଲ୍ମ ପାଇଁ ସାଇନ କରିବାକୁ ପଡ଼ିଥିଲା। 

ଶାହରୁଖ ଆହୁରି ମଧ୍ୟ କହିଥିଲେ କି ସେ କେବଳ ଆକ୍ସନ ମୁଭି ସାଇନ କରିବେ। ସେ ଆହୁରି ମଧ୍ୟ କହିଥିଲେ କି ବର୍ତ୍ତମାନ ପର୍ଯ୍ୟନ୍ତ ସେ ଲଭ ଷ୍ଟୋରିଜ, ସୋସିଆଲ ଡ୍ରାମା ଓ ବ୍ୟାଡ଼ ବୟଜ ଭଳି ପ୍ରସଙ୍ଗ ଉପରେ ସିନେମାରେ ଅଭିନୀତ କରିସାରିଛନ୍ତି। ଆକ୍ସନ ଫିଲ୍ମ କରିବା ସୁଯୋଗ ବହୁତ କମ ଆସିଛି। ଏବେ ମୋର ବୟସ ୫୭ ଛୁଇଁଲାଣି। ଏଥିପାଇଁ ମୁଁ ଭାବୁଛି କି ମୋତେ ବର୍ତ୍ତମାନ କେବଳ ଆକ୍ସନ ମୁଭି ହିଁ କରିବାର ଆବଶ୍ୟକ ରହିଛି। ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ମୁଁ ଆଉ ଆକ୍ସନ ଫିଲ୍ମ କରିପାରିବି ନାହିଁ। ଏଠାରେ କହି ରଖୁଛୁ କି ଶାହରୁଖଙ୍କ ଫିଲ୍ମ ପଠାନ ଆସନ୍ତା ଜାନୁଆରୀ ୨୫ ତାରିଖରେ ରିଲିଜ କରିବାକୁ ଯାଉଛି। 

Read More
{}{}