Hindi News >>Home >>Odisha Entertainment

The kerala story: ବ୍ୟାନ ଓ ବିବାଦ ମଧ୍ୟରେ ହିଟ୍ “ଦି କେରଳ ଷ୍ଟୋରୀ”, ୫ ଦିନରେ କଲାଣି ଏତିକି କୋଟିର ଆୟ

The kerala story:  ବିବାଦ ସତ୍ତ୍ବେ ଫିଲ୍ମଟି ଭଲ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି। ରିଲିଜର ୫ ଦିନ ମଧ୍ଯରେ ଚଳଚ୍ଚିତ୍ରଟି ବକ୍ସ ଅଫିସ କଲେକ୍ସନରେ ୫୦ କୋଟିରୁ ଅଧିକ ରୋଜଗାର କରିଛି । ପ୍ରକାଶ ଥାଉ କି, ମଇ ୫ ତାରିଖରେ ବଡ଼ ପରଦାରେ ରିଲିଜ ହେବା ଦିନ ଫିଲ୍ମଟି ପ୍ରଥମ ଦିନର ପ୍ରାୟ ୮ କୋଟି ରୋଜଗାର କରିଥିଲା । ଓପନିଂର ପ୍ରଥମ ସପ୍ତାହ ଶେଷରେ ଏହା ମୋଟ ୩୫ କୋଟି କଲେକ୍ସନ କରିଥିଲା । 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: May 10, 2023, 12:33 PM IST

The kerala story: ଅଦା ଶର୍ମା ଷ୍ଟାରର (Adah Sharma) “ଦି କେରଳ ଷ୍ଟୋରୀ”କୁ ("The Kerala Story") ନେଇ ଗୋଟେ ପଟେ ବିବାଦ ଥମିବାର ନାଁ ନେଉ ନଥିବା ବେଳେ ଅନ୍ୟପଟେ ଫିଲ୍ମଟି କିନ୍ତୁ ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିବାରେ ଲାଗିଛି । ସିନେମା ରିଲିଜର ୩ ଦିନ ପରେ ପଶ୍ଚିମବଙ୍ଗ ସରକାର ଏହି ସିନେମା ଉପରେ କଟକଣା ଲଗାଇଛନ୍ତି । ରାଜ୍ୟରେ ଶାନ୍ତି ଭଙ୍ଗ ହେବା ଆଶଙ୍କା ଥିବାରୁ ମୁଖ୍ୟମନ୍ତ୍ରୀ (Mamata Banerjee) ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ବିଭିନ୍ନ ବିବାଦ ସତ୍ତ୍ବେ ଫିଲ୍ମଟି ଭଲ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି। ରିଲିଜର ୫ ଦିନ ମଧ୍ଯରେ ଚଳଚ୍ଚିତ୍ରଟି ବକ୍ସ ଅଫିସ କଲେକ୍ସନରେ ୫୦ କୋଟିରୁ (The kerala story box office collection) ଅଧିକ ରୋଜଗାର କରିଛି । ପ୍ରକାଶ ଥାଉ କି, ମଇ ୫ ତାରିଖରେ ବଡ଼ ପରଦାରେ ରିଲିଜ ହେବା ଦିନ ଫିଲ୍ମଟି ପ୍ରଥମ ଦିନର ପ୍ରାୟ ୮ କୋଟି ରୋଜଗାର କରିଥିଲା । ଓପନିଂର ପ୍ରଥମ ସପ୍ତାହ ଶେଷରେ ଏହା ମୋଟ ୩୫ କୋଟି କଲେକ୍ସନ କରିଥିଲା । ରବିବାର ଦିନ ଫିଲ୍ମଟି ସର୍ବାଧିକ ୧୬.୪୦ କୋଟି ବ୍ୟବସାୟ କରିଥିଲା, ପରେ ସୋମବାର ଦିନ ୧୦.୦୭ କୋଟି ବ୍ୟବସାୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୫ମ ଦିନରେ ସିନେମାଟି ୧୧ କୋଟି ବକ୍ସ ଅଫିସ୍ କଲେକ୍ସନ୍ ସହ ବର୍ତ୍ତମାନ ସୁଦ୍ଧା ଏହା ପ୍ରାୟ ୫୭.୬୨ କୋଟି ରୋଜଗାର କରିବାରେ ସକ୍ଷମ ହୋଇଛି ।

ମଙ୍ଗଳବାର ସଂଧ୍ୟାରେ ଦିଲ୍ଲାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଈରାନୀ (Smriti Irani) ଓ ନାଗପୁରରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ (Devendra Fadnavis) ଏହି ସିନେମାକୁ ଦେଖିବା ସହ ଏହାକୁ ପ୍ରଶଂସା ମଧ୍ଯ କରିଛନ୍ତି  । ଏହି କାହାଣୀ ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ପହଁଞ୍ଚିବା ଦରକାର ବୋଲି ଦେବେନ୍ଦ୍ର ଫଡ଼ନାଭିସ ମତ ଦେଇଛନ୍ତି । ରିଲିଜ ହେବା ପୂର୍ବରୁ କେରଳ ସରକାର ଏହାକୁ ବ୍ୟାନ କରିବା ନେଇ ଦାବି କରିଥିଲେ । କେରଳ ମୁଖ୍ୟମନ୍ତ୍ରୀ (kerala cm Pinarayi Vijayan) ବିରୋଧୀ ଦଳ ନେତା ଓ କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରିବା ସହିତ ଏକ ମିଥ୍ୟା ପ୍ରଚାରମୂଳକ ଚଳଚ୍ଚିତ୍ର ବୋଲି କହିଥିଲେ । ଫିଲ୍ମ ଆରମ୍ଭରୁ ଏହା ଏକ କାଳ୍ପନିକ କାହାଣୀ ବୋଲି ଦର୍ଶାଯାଇଥିବାରୁ କେରଳ ହାଇକୋର୍ଟ (kerala high court) ସିନେମା ଉପରେ ବ୍ୟାନ ଲଗାଇବାକୁ ମନା କରିଥିଲେ ।

ସୂଚନା ଥାଉ କି, ଏହି ଚଳଚ୍ଚିତ୍ରକୁ ଗତ ଶନିବାର ଦିନ ଟ୍ୟାକ୍ସ ଫ୍ରି (Tax free) ଘୋଷଣା କରିଥିଲେ ମଧ୍ଯପ୍ରଦେଶ ସରକାର (Madhya Pradesh Government) । ବିଜେପି ଓ ହିନ୍ଦୁ ସଙ୍ଗଠନ ପକ୍ଷରୁ ମଧ୍ଯପ୍ରଦେଶ ମୁଖ୍ୟମନ୍ତ୍ରୀ  ଶିବରାଜ ସିଂ ଚୌହ୍ବାନଙ୍କୁ ଫିଲ୍ମକୁ କର ମୁକ୍ତ କରିବା ନେଇ ପ୍ରସ୍ତାବ ଦେଇଥିଲେ । ପରେ ଏକ ଟ୍ବିଇଟ ଭିଡ଼ିଓ ମାଧ୍ଯମରେ ମଧ୍ଯପ୍ରଦେଶ ସରକାର ଏହି ଫିଲ୍ମକୁ ଚଚ୍ଚଚିତ୍ରକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଥିଲେ । ଟ୍ବିଇଟ କରି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ (CM Shivraj Singh Chouhan Chief minister of Madhya Pradesh) ଲେଖିଥିଲେ ଯେ, ଆତଙ୍କବାଦର ଭୟାବହ ସତ୍ୟତାକୁ ଉନ୍ମକ୍ତ କରିଥିବା “ଦି କେରଳ ଷ୍ଟୋରୀ” ଚଳଚ୍ଚିତ୍ରକୁ ମଧ୍ଯପ୍ରଦେଶ ସରକାର କର ମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ସ୍ପର୍ଶକାତର ବିଷୟବସ୍ତୁ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି ସୁଦୀପ୍ତ ସେନ । 'ଦି କେରଳ ଷ୍ଟୋରି' କାହାଣୀ କେରଳର ତିନି ହିନ୍ଦୁ ଝିଅଙ୍କ ଉପରେ ପର୍ଯ୍ୟବେସିତ । କିପରି ସେମାନଙ୍କୁ ଚରମପନ୍ଥୀ ମାର୍ଗକୁ ଅଣାଯାଇ ଧର୍ମାନ୍ତରିତ କରିବା ପରେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟରେ ଭର୍ତ୍ତି କରାଯାଇଛି ତାହାକୁ ନେଇ କାହାଣୀଟି ଗତିଶୀଳ ।

'ଦି କେରଳ ଷ୍ଟୋରି' 'ଷ୍ଟାର୍ କାଷ୍ଟ୍ 

'ଦି କେରଳ ଷ୍ଟୋରି'ର ନିର୍ଦ୍ଦେଶନା ଦେଇଛନ୍ତି ସୁଦୀପ୍ତୋ ସେନ୍। ଏହି ଫିଲ୍ମରେ ଅଦା ଶର୍ମା (Adah Sharma), ଯୋଗିତା ବିହାନୀ, ସିଦ୍ଧ ଇଡନାନୀ ଓ ସୋନିଆ ବାଲାନି ଗୁରୁତ୍ୱପୂର୍ଣ୍ଣ ଭୂମିକା ନଜର ଆସିଛନ୍ତି ।

 

 

 

Read More
{}{}