Hindi News >>Home >>Odisha Entertainment

Sunny Leone: ସୋସିଆଲ ମଡିଆରେ ନିଆଁ ଲଗାଇଲା ସନ୍ନିଙ୍କ ବୋଲ୍ଡ ଫଟୋ, ଫ୍ୟାନ୍ସ ହେଲେ ତାଜୁବ

Actress Sunny Leone: ବଲିଉଡର ଅଭିନେତ୍ରୀ ସନ୍ନି ଲିଓନି (Sunny Leone)। ସେ ନିଜ ଫିଟ୍‌ନେସ୍, ହଟନେସ୍‌ ଏବଂ ଷ୍ଟାଇଲ୍‌ରେ ସବୁ ଯୁବ ଅଭିନେତ୍ରୀଙ୍କୁ ବି ପଛରେ ପକେଇ ଦେବେ । ସେ ନିଜ ଅନ୍ଦାଜର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖନ୍ତି ।

Advertisement
Sunny Leone: ସୋସିଆଲ ମଡିଆରେ ନିଆଁ ଲଗାଇଲା ସନ୍ନିଙ୍କ ବୋଲ୍ଡ ଫଟୋ, ଫ୍ୟାନ୍ସ ହେଲେ ତାଜୁବ
Stop
Zee Odisha Desk|Updated: Sep 13, 2022, 03:11 PM IST

Actress Sunny Leone: ବଲିଉଡର ଅଭିନେତ୍ରୀ ସନ୍ନି ଲିଓନି (Sunny Leone)।  ସେ ନିଜ ଫିଟ୍‌ନେସ୍, ହଟନେସ୍‌ ଏବଂ ଷ୍ଟାଇଲ୍‌ରେ ସବୁ ଯୁବ ଅଭିନେତ୍ରୀଙ୍କୁ ବି ପଛରେ ପକେଇ ଦେବେ  ।  ସେ ନିଜ ଅନ୍ଦାଜର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖନ୍ତି । ସନ୍ନି ଲିଓନି ଜଣେ ଜଣାଶୁଣା ଭାରତୀୟ ଅଭିନେତ୍ରୀ, ମଡେଲ ଓ ପୂର୍ବତନ ପର୍ଣ୍ଣଷ୍ଟାର (Ex Pornstar Sunny Leone)।  ସନ୍ନି ବଲିଉଡରେ ଏକାଧିକ ଫିଲ୍ମ କରିବା ସହ  କେତେକ ଆଇଟମ ସଙ୍ଗରେ ମଧ୍ୟ ଦର୍ଶକଙ୍କ ମନ ଜିଣିଛନ୍ତି ।  ସନ୍ନି ବଲିଉଡ୍ ଇଣ୍ତଷ୍ଚ୍ରି ସହିତ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ରୁହନ୍ତି ।  ନିକଟରେ ସନ୍ନିଙ୍କର କିଛି ବୋଲ୍ଡ ଫଟୋସୁଟ କରାଯାଇଥିଲା ।  ନିଜ ଇନଷ୍ଟାରେ ସନ୍ନି ନିଜର ୨ଟି ଫଟୋ  ସେୟାର କରିଛନ୍ତି। ଯେଉଁଥିରେ ଫ୍ୟାନ୍ସଙ୍କ ସହ କିଛି ସେଲିବ୍ରେଟିଙ୍କ କମେଣ୍ଟସ୍ ମଧ୍ୟ ଆସିଛି। 

ଗୋଟିଏ ଫଟୋରେ ସନ୍ନି ହାଲକା ଗୋଲାପୀ ରଙ୍ଗର ଏକ ସିଲକ୍ ହାଲକା ପ୍ଲାଜୋ (silk plazo with silk slip pink crop top) ପିନ୍ଧିଥିବା ବେଳେ କ୍ରପ୍ ଟ୍ରପ୍ ମଧ୍ୟ ପିନ୍ଧିଛନ୍ତି । ତାହା ସହ ଗୋଲାପୀ ଓ କମଳା ରଙ୍ଗର ଏକ ସ୍ରଗ୍ (silk pink and orange oversize shrug) ପିନ୍ଧିଛନ୍ତି । ଯେଉଁଥିରେ ସନ୍ନି ବହୁତ ସୁନ୍ଦର ଦେଖାଯାଉଛନ୍ତି। ଯେଉଁ ଫଟୋରେ ସନ୍ନିଙ୍କର ୫୦୫,୫୭୪ ଲାଇକ୍ ସହ ବହୁ କମେଣ୍ଟସ ମଧ୍ୟ ଆସିଛି।  ସେହିଭଳି ଆଉ ଏକ ଫଟୋରେ ସନ୍ନି ହାଲକା ସବୁଜ ରଙ୍ଗର ସ୍କର୍ଟ ଓ ଟପ୍ ପିନ୍ଧିଥିବା ଦେଖିବାକୁ ମିଳିଛି। ଯେଉଁଥିରେ ସେ ହଟ୍ ଦିଶୁଛନ୍ତି। ସନ୍ନିଙ୍କର ଏ ଫଟୋରେ ମଧ୍ୟ ମିଲିୟନ୍ସ ଲଇକ ଓ କମେଣ୍ଟସ ମଧ୍ୟ ଆସିଛି। 

ଏହାବି ପଢନ୍ତୁ : Mahima Chaudhry Birthday:ଜାଣନ୍ତୁ କିପରି କ୍ୟାନସର ସହ ଲଢିଥିଲେ ଏ ଅଭିନେତ୍ରୀ

ସନ୍ନି ଲିଓନିଙ୍କ ହାତରେ ବର୍ତ୍ତମାନ ଏକାଧିକ ବଡ ପ୍ରୋଜେକ୍ଟ ଥିବା ବେଳେ  ୨୦୨୨- ୨୦୨୩ରେ ତାଙ୍କର କେତେକ ଫିଲ୍ମ ମଧ୍ୟ ପରଦାକୁ ଆସିବ। ଚଳିତ ମାସ ୧୫ ତାରିଖରେ ତାଙ୍କର ଏକ ମୁଭି ଓଃ ! ମାଇଁ ଘୋଷ୍ଟ (Oh! My Ghost)  ପରଦାକୁ ଆସିବ।  ଯାହା ଏକ କମେଡି ହରର ମୁଭି।  ଏଥିରେ ସନ୍ନିଙ୍କ ସହ ନଜର ଆସିବେ ରାଜପାଲ ୟାଦବ ଓ ରକୁଲ ପ୍ରିତ୍ ସିଂ। ଫିଲ୍ମଟି ଦର୍ଶକଙ୍କୁ ମନକୁ ଛୁଇଁବ ବୋଲି ଆଶା ରଖିଛି ଓଃ ! ମାଇଁ ଘୋଷ୍ଟର ପୁରା ଟିମ୍।  

 

 
 
 
 

 
 
 
 
 
 
 
 
 
 
 

A post shared by Sunny Leone (@sunnyleone)

 
 
 
 

 
 
 
 
 
 
 
 
 
 
 

A post shared by Sunny Leone (@sunnyleone)

୧୯୮୧ ମସିହା ମେ ୧୩ ତାରିଖରେ ସନ୍ନି କାନାଡ଼ାରେ ଜଣେ ଭାରତୀୟ ଶିଖ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସନ୍ନିଙ୍କ ପ୍ରକୃତ ନାମ କରଣଜିତ କୌର ଭୋହରା (Karenjit Kaur Vohra)  । କିନ୍ତୁ ସେ ନିଜ ଷ୍ଟେଜ ନାଁରେ ଅଧିକ ପରିଚିତ । ଚଳଚ୍ଚିତ୍ର ଦୁନିଆରେ ପ୍ରଥମ କରି  ୨୦୧୨ରେ ପୂଜା ଭଟ୍ଟଙ୍କ ରହସ୍ୟ-ରୋମାଞ୍ଚ ଚଳଚ୍ଚିତ୍ର ଜିସ୍ମ ୨ରେ ଦେଇ ପାଦ ଥାପିଥିଲେ । ତା ପରେ ଜ୍ୟାକପଟ (୨୦୧୩ ), ରାଗିଣି ଏମ.ଏମ.ଏସ ୨ (୨୦୧୪) ଓ ଏକ ପହେଲି ଲୀଲା (୨୦୧୫) ଚଳଚ୍ଚିତ୍ର ଗୁଡ଼ିକରେ ନଜର ଆସିଥିଲେ ସନ୍ନି । ସେହିପରି ୨୦୧୭ରେ ତେରା ଇନ୍ତେଜାର (Tera Intezaar ) ଓ ୨୦୧୯ରେ ଏକ ମାଲାୟଲମ୍ ଫିଲ୍ମ ମଧୁରା ରାଜା (Malayalam film Madhura Raja ) ରେ ନଜର ଆସିଥିଲେ ସନ୍ନି।

 

 

Read More
{}{}