Hindi News >>Home >>Odisha Entertainment

Sushant Singh Rajput Murder Case: ସୁଶାନ୍ତଙ୍କ ହତ୍ୟାକାଣ୍ତକୁ ନେଇ ବଢୁଛି ସସପେନ୍ସ , ପିଏମ ମୋଦିଙ୍କ ଠାରୁ ସୁରକ୍ଷା ମାଗିଲେ ଅଭିନେତାଙ୍କ ଭଉଣୀ

Sushant Singh Rajput Murder Case: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ପୁରା ଦେଶକୁ ସ୍ତବ୍ଧ କରିଦେଇଥିଲା। କିନ୍ତୁ ଦିର୍ଘ ଅଢେଇ ବର୍ଷ ପରେ ପରେ ତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ସହ ଜଡିତ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

Advertisement
Sushant Singh Rajput Murder Case: ସୁଶାନ୍ତଙ୍କ ହତ୍ୟାକାଣ୍ତକୁ ନେଇ ବଢୁଛି ସସପେନ୍ସ , ପିଏମ ମୋଦିଙ୍କ ଠାରୁ ସୁରକ୍ଷା ମାଗିଲେ ଅଭିନେତାଙ୍କ ଭଉଣୀ
Stop
Zee Odisha Desk|Updated: Dec 27, 2022, 10:53 AM IST

Sushant Singh Rajput Murder Case: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ପୁରା ଦେଶକୁ ସ୍ତବ୍ଧ କରିଦେଇଥିଲା। କିନ୍ତୁ ଦିର୍ଘ ଅଢେଇ ବର୍ଷ ପରେ ପରେ ତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ସହ ଜଡିତ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ୨୦୨୦ ମସିହାରେ ଜୁନ ମାସରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ପୋଷ୍ଟ ମର୍ଟମ କପୁର୍ ହସ୍ପିଟାଲରେ କରାଯାଇଥିଲା। ସେତେବେଳେ ଦାବି କରାଯାଇଥିଲା ଯେ ଅଭିନେତାଙ୍କ ଦେହରେ କୌଣସି ଚିହ୍ନ ବା ଦାଗ ନ ଥିଲା । ଏହା ଆତ୍ମହତ୍ୟା ମାମଲା ବୋଲି କୁହାଯାଇଥିଲା।

ବର୍ତ୍ତମାନ କପୁର୍ ହସ୍ପିଟାଲର ଶବ ବ୍ୟବଚ୍ଛେଦ ବିଭାଗର କର୍ମକର୍ତ୍ତା ରୂପ କୁମାର ଶାହା ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ସୁଶାନ୍ତ ସିଂଙ୍କ ମୃତଦେହ ପହଞ୍ଚିବା ପରେ ସେ ମଧ୍ୟ ସେଠାରେ ଥିଲେ। ସୁଶାନ୍ତ ଆତ୍ମହତ୍ୟା କରିନାହାଁନ୍ତି କିନ୍ତୁ ତାଙ୍କୁ ହତ୍ୟା କରାଯାଇଥିଲା। ଏଭଳି ପରିସ୍ଥିତିରେ ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ରୂପ କୁମାରଙ୍କ ସୁରକ୍ଷା ଦାବି କରିଛନ୍ତି।

ଏହାବି ପଢନ୍ତୁ : Happy Birthday Salman Khan: ପିଲାବେଳେ ଟଙ୍କା ଜାଳିଥିଲେ ସଲମାନ୍ , ଜାଣନ୍ତୁ ଭାଇଜାନଙ୍କ ବିଷୟରେ କିଛି ରୋଚକ କଥା

ପିଏମ ମୋଦିଙ୍କ ଠାରୁ ସାହାଯ୍ୟ ମାଗିଲେ ସୁଶାନ୍ତଙ୍କ ଭଉଣୀ :

ରୂପକୁମାରଙ୍କ ଭିଡିଓ ଭାଇରାଲ ହେବା ମାତ୍ରେ ଶ୍ୱେତା ଟ୍ୱିଟ କରିଛନ୍ତି  । ସେ ଟୁଇଟରେ କରିଛନ୍ତି ଯେ, ରୂପକୁମାର ନିରାପଦରେ ରହିବା ଆମ ସମସ୍ତଙ୍କ ଦାୟିତ୍ବ । ସୁଶାନ୍ତଙ୍କ ମାମଲାରେ ସିବିଆଇ ଠିକ୍ ସମୟରେ ପ୍ରତିଶ୍ରୁତିବଦ୍ଧ ରହିଥିଲା। ଏଭଳି ପରିସ୍ଥିତିରେ ଶ୍ୱେତା ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଟ୍ୱିଟ କରିଛନ୍ତି।

ରୂପ କୁମାର କହିଛନ୍ତି ଯେ ସୁଶାନ୍ତଙ୍କ ବେକରେ ଥିବା ଚିହ୍ନଗୁଡ଼ିକ ରଶି ଲଗାଇବାର ଚିହ୍ନ ପରି ମନେ ହେଉ ନ ଥିଲା। ଅଭିଯୁକ୍ତମାନେ ଏଭଳି ପ୍ଲାନ କରି ଖସି ଯିବାକୁ ଯୋଜନା କରିଥିଲେ।  ଯେତେବେଳେ ରୂପ କୁମାର ଏହି ବିଷୟରେ ତାଙ୍କ ବରିଷ୍ଠ ଅଧିକାରୀଙ୍କୁ କହିଥିଲେ , ସେତେବେଳେ ତାଙ୍କ ବିଭାଗୀୟ ଅଧିକାରୀମାନେ ଏହି ମାମଲାକୁ ସ୍ଥଗିତ ରଖିଥିଲେ ଏବଂ ପରେ ଆଲୋଚନା କରିବାକୁ କହିଥିଲେ।

 

ସୂଚନା ଅନୁସାରେ, ୨୦୨୦ ମସିହା ଜୁନ ୧୪ ତାରିଖରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ତାଙ୍କ ଘରୁ ମୃତ ଅବସ୍ଥାରେ ପୋଲିସ୍ ଉଦ୍ଧାର କରିଥିଲା। ସୁଶାନ୍ତଙ୍କ ମୃତ୍ୟୁ ଖବରରେ ସ୍ତବ୍ଧ ହୋଇଯାଇଥିଲା ପୁରା ବଲିଉଡ୍ । ସୁଶାନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନଥିଲେ ପରିବାର, ବନ୍ଧୁବାନ୍ଧବ, ଫ୍ୟାନ୍ସ ଏବଂ ସାଥୀ କଳାକାର। ପରେ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ଲୋକେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ଦାୟୀ କରିଥିଲେ। ପୋଲିସ ମାମଲାର ଯାଞ୍ଚ କରିବା ପରେ ସାମ୍ନାକୁ ଆସିଥିଲା ବଲିଉଡରେ  ଡ୍ରାଗ୍ସ  ଓ ଗଞ୍ଜେଇ କାରବାର ଲିଙ୍କ୍। ପରେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ତ  ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଚାର୍ଜସିଟ୍ ଦାଲଖ କରିଥିଲା ଏନସିବି। ରିୟା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଅନେକ ଥର ଡ୍ରାଗ୍ସ କ୍ରୟ କରିବା ସହ ତାଙ୍କୁ ନିୟମିତ ଡ୍ରଗ୍ସ ଯୋଗାଇ ଆସୁଥିବା ଏନସିବି ଚାର୍ଜସିଟରେ ଉଲ୍ଲେଖ କରିଥିଲା। ଏହି ମାମଲାରେ ୩୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ମୋଟ ୩୮ଟି ମାମଲା ଦାଏର କରାଯାଇଥିଲା । ଏଥିରେ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୋଭିକ ଚକ୍ରବର୍ତ୍ତୀ ମଧ୍ୟ ସାମିଲ ଥିଲେ । 

 

Read More
{}{}