Hindi News >>Home >>Odisha Entertainment

Thalapathy Vijay: ୨୨ ବର୍ଷ ପରେ ପତ୍ନୀଙ୍କ ଠାରୁ ଅଲଗା ହେବେ କି ବିଜୟ?

Thalapathy Vijay Divorce News: ଆଜିକାଲି ଉଭୟଙ୍କ ଦାମ୍ପତ୍ୟ ଜୀବନ ବିଷୟରେ ଅନେକ ଗୁଜବ ପ୍ରଚାରିତ ହେଉଛି। ଥଲାପଥୀ ବିଜୟ ଏବଂ ତାଙ୍କ ପତ୍ନୀ ସଙ୍ଗୀତାଙ୍କ ବିବାହ ବିଚ୍ଛେଦ ଖବର ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛି। କୁହାଯାଉଛି ୨୨ ବର୍ଷର ସମ୍ପର୍କ ପରେ ଉଭୟ ବିଚ୍ଛେଦ ହେବାକୁ ଯାଉଛନ୍ତି ! 

Advertisement
Thalapathy Vijay: ୨୨ ବର୍ଷ ପରେ ପତ୍ନୀଙ୍କ ଠାରୁ ଅଲଗା ହେବେ କି ବିଜୟ?
Stop
Rasmita Sahoo|Updated: Jan 06, 2023, 12:16 PM IST

Thalapathy Vijay: ସାଉଥ୍ ସୁପରଷ୍ଟାର୍ ଥଲାପଥି ବିଜୟ ଏବେ କିଛିଦିନ ହେବ ତାଙ୍କ ଅପକମିଂ ଚଳଚ୍ଚିତ୍ର ବାରିସୁ ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା ଯାହା ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି। ଏହି ସମୟରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବଡ ଖବର ମଧ୍ୟ ସାମ୍ନାକୁ ଆସୁଛି । ଦାବି ହେଉଛି ଯେ ଅଭିନେତା ୨୨ ବର୍ର ବୈବାହିକ ଜୀବନ ପରେ ତାଙ୍କ ପତ୍ନୀଙ୍କଠାରୁ ବିବାହ ବିଚ୍ଛେଦ କରିବାକୁ ଯାଉଛନ୍ତି। ଏହି ପ୍ରସଙ୍ଗରେ କେତେ ସତ୍ୟତା ଅଛି ଆସନ୍ତୁ ଜାଣିବା।  

ଥଲାପଥୀ ବିଜୟ ଏବଂ ତାଙ୍କ ପତ୍ନୀ ସଂଗୀତା(Thalapathy Vijay Wife Sangeetha) ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଏକ ସୁନ୍ଦର ଦମ୍ପତି। ତାଙ୍କର ପ୍ରେମ କାହାଣୀ ମଧ୍ୟ ଏକ ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ । ତେବେ ଆଜିକାଲି ଉଭୟଙ୍କ ଦାମ୍ପତ୍ୟ ଜୀବନ ବିଷୟରେ ଅନେକ ଗୁଜବ ପ୍ରଚାରିତ ହେଉଛି। ଥଲାପଥୀ ବିଜୟ ଏବଂ ତାଙ୍କ ପତ୍ନୀ ସଙ୍ଗୀତାଙ୍କ ବିବାହ ବିଚ୍ଛେଦ ଖବର ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛି। ଯେତେବେଳେ ବିଜୟଙ୍କ ଉଇକିପିଡ଼ିଆ ପୃଷ୍ଠାରେ କୁହାଯାଇଥିଲା ଯେ ସେ ଏବଂ ତାଙ୍କ ପତ୍ନୀ ପରସ୍ପର ସହମତି ଅନୁଯାୟୀ ବିବାହ ବିଚ୍ଛେଦ ନେବାକୁ ଯାଉଛନ୍ତି। ସେପଟେ କିଛି ସୂତ୍ର ଅନୁସାରେ କୁହାଯାଉଛି ଯେ ଏହି ଗୁଜବ ଭିତ୍ତିହୀନ।

ଏକ ମନୋରଞ୍ଜନ ଧର୍ମୀ ୱେବସାଇଟ ଖବର ମୁତାବକ, ବିଜୟ ଓ ତାଙ୍କ ପତ୍ନୀଙ୍କ ବିବାହ ବିଚ୍ଛେଦ ଖବର (Vijay Divorce News) ଭିତ୍ତିହୀନ। ଏବଂ ଏହି ଖବର କେବେ ଓ କାହା ଯୋଗେ ଭାଇରାଲ ହେଲା ତାହା ମଧ୍ୟ କିଛି ଜଣାନାହିଁ।ବାସ୍ତବରେ ଏହା କୁହାଯାଉଛି ଯେ ସଂଗୀତା ଫିଲ୍ମ ଭାରିସୁର ଅଡିଓ ଲଞ୍ଚରେ ଯୋଗ ଦେଇନଥିଲେ। ଏହା ବ୍ୟତୀତ ସେ ଏଟଲି ଏବଂ ପ୍ରିୟାଙ୍କ ସାଦକୁ ମଧ୍ୟ ଯାଇ ନଥିଲେ। କୁହାଯାଉଛି ଯେ ଷ୍ଟାରଙ୍କ ପତ୍ନୀ ସେମାନଙ୍କ ପିଲାମାନଙ୍କ ସହିତ ଆମେରିକାରେ ଛୁଟି କାଟୁଛନ୍ତି ଏବଂ ସେଥିପାଇଁ ସେ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇପାରିନଥିଲେ। ଏପରିକି ଆନୁଷ୍ଠାନିକ ଭାବେ ସେମାନଙ୍କ ବିବାହ ବିଚ୍ଛେଦ ବିଷୟରେ କିଛି ନିଶ୍ଚିତ ହୋଇନାହିଁ |

ଏମିତି ଥିଲା ବିଜୟ ଓ ସଙ୍ଗୀତାଙ୍କ ପ୍ରେମ ସମ୍ପର୍କ (Thalapathy Vijay Wife Sangeetha Love Story)

ବର୍ଷ ୧୯୯୬ରେ, ଚେନ୍ନାଇରେ ଏକ ଶୁଟିଂ କାର୍ଯ୍ୟସୂଚୀ ସମୟରେ ବିଜୟଙ୍କୁ ତାଙ୍କ ପ୍ରଶଂସକ ସଂଗୀତା ଙ୍କ ସହ ପରିଚିତ କରାଯାଇଥିଲା। ସେ ବିଜୟଙ୍କୁ ଭେଟିବା ପାଇଁ ବ୍ରିଟେନରୁ ଭାରତ ଆସି ତାଙ୍କ ଚଳଚ୍ଚିତ୍ରରେ ବିଜୟଙ୍କ ଅଭିନୟକୁ ପ୍ରଶଂସା କରିଥିଲେ। ବିଜୟ ଏଥିରେ ବହୁତ ପ୍ରଭାବିତ ହୋଇଥିଲେ ଏବଂ ପରଦିନ ସେ ସଙ୍ଗୀତାଙ୍କୁ ତାଙ୍କ ଘରକୁ ଆସି ପରିବାରକୁ ଭେଟିବାକୁ କହିଥିଲେ। ଖୁବ୍ ଶୀଘ୍ର ଦୁହେଁ ପରସ୍ପରକୁ ପସନ୍ଦ କରିବା ଆରମ୍ଭ କଲେ ଏବଂ ସେମାନଙ୍କ ପିତାମାତା ମଧ୍ୟ ରାଜି ହୋଇଥିଲେ।

ଅଗଷ୍ଟ ୨୫, ୧୯୯୯ରେ, ଏହି ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ପରମ୍ପରାରେ ସେମାନେ ବିବାହ କରିଥିଲେ। ବିଜୟ ଏବଂ ସଂଗୀତା ସେମାନଙ୍କର ପ୍ରଥମ ସନ୍ତାନ ଜେସନ ସଞ୍ଜୟଙ୍କୁ ବିବାହର ଏକ ବର୍ଷ ପରେ ସ୍ୱାଗତ କରିଥିଲେ ଏବଂ ସେପ୍ଟେମ୍ବର ୨୦୦୫ରେ ସେମାନଙ୍କର ଦିବ୍ୟା ଶାଶାକୁ ଏ ଦୁନିଆକୁ ସ୍ୱାଗତ ଜଣାଇଥିଲେ। 

Also Read: Samantha Health Update: ସୁସ୍ଥ ହେଲେ ସାମନ୍ଥା, ଜାଣନ୍ତୁ ଅଭିନେତ୍ରୀଙ୍କୁ ହୋଇଥିବା Myositis ରୋଗ କେତେ ଭୟଙ୍କର !

Also Read:  Suhana Khan: ପ୍ରେମରେ ପଡିଲେ କିଙ୍ଗ ଖାନଙ୍କ ଲାଡଲୀ, ଜାଣନ୍ତୁ କିଏ ହେବେ ଶାହରୁଖ ଖାନଙ୍କ ଜ୍ବାଇଁ ?

Read More
{}{}