Hindi News >>Home >>Odisha Entertainment

ଓଡ଼ିଆ ଇଣ୍ଡଷ୍ଟ୍ରୀରେ ବିଦ୍ୟୁତ୍ ଜମାଲ୍ !

ଅଭିଜିତଙ୍କ ଫିଟ୍ ଫିଗର ଦେଖି ଦର୍ଶକ ଟିକେ କନଫ୍ୟୁଜ ହୋଇଯାଇଛନ୍ତି। ଦ୍ୱନ୍ଦରେ ପଡିଥିବା ଅଭିଜିତଙ୍କୁ ଫ୍ୟାନ୍ସମାନେ ଓଲିଉଡର ବିଦ୍ୟୁତ ଜମାଲ ବୋଲି କହୁଛନ୍ତି। 

Advertisement
ଡିଜାଇନ୍ ଫଟୋ
Stop
Tapaswini Mohalik|Updated: Apr 16, 2022, 02:10 PM IST

ନୂଆଦିଲ୍ଲୀ: ଓଡ଼ିଆ ଏଣ୍ଟଟେନମେଣ୍ଟ ଇଣ୍ଡଷ୍ଟ୍ରୀରେ ନିଜ ଅଭିନୟର ଜଲୱା ସାଙ୍ଗକୁ ଆକ୍ସନ ଦେଖାଉଛନ୍ତି ହ୍ୟାଣ୍ଡସମ୍ ହିରୋ ଅଭିଜିତ୍ ପାତ୍ର। ସ୍ୟାଡ, ରୋମାନ୍ସ ପରେ ଏବେ ଅଭିଜିତ ନିଜ ଫ୍ୟାନଙ୍କୁ ଆକ୍ସନର ତଡ଼କା ଭେଟି ଦେଉଛନ୍ତି। ଏକାଧିକ ମ୍ୟୁଜିକ୍ ଭିଡିଓରେ ନିଜର ସୁନ୍ଦର ଓ ଜୀବନ୍ତ ଅଭିନୟ ପାଇଁ ଆକ୍ସନ ହିରୋ ଅଭିଜିତ୍ ପାତ୍ର  ବେସ୍ ଲୋକପ୍ରିୟ ହୋଇପାରିଛନ୍ତି। ଚକଲେଟ୍ ଚେହେରା ସାଙ୍ଗକୁ ଫିଟ୍ ଫିଗର, ଅଭିନୟର ଅନ୍ଦାଜ ଓ ଆକ୍ସନର ଦେଖି ଫିମେଲ୍ ଫ୍ୟାନ୍ ମଧ୍ୟ ଫ୍ଲାଟ୍ ହେଉଛନ୍ତି। 

ନିଆରା ଅଭିନୟ ପାଇଁ ଓଡ଼ିଆ ମୋନରଞ୍ଜନ ଦୁନିଆରେ ଅଭିଜିତ୍ ପାତ୍ର ନିଜର ଭିନ୍ନ ଏକ ପରିଚୟ ସୃଷ୍ଟି କରିପାରିଛନ୍ତି। କିନ୍ତୁ ଏବେ ଅଭିଜିତଙ୍କ ପାଖରେ ଫୁରସତ୍ ନାହିଁ। ତାଙ୍କ ଯିଦିଆ ମନ ଯାଦୁଗରୀ ନୈନା ପାଖରେ ହଜି ଯାଇଛି, କିନ୍ତୁ ରିୟଲରେ ନୁହେଁ ଏହା ରିଲ୍ ଲାଇଫରେ ଘଟିଛି। କାରଣ ଅଭିଜିତ ଭିନ୍ନ ସ୍ୱାଦର ମ୍ୟୁଜିକ୍ ଭିଡିଓ "ନୈନା ତୋ ଯାଦୁଗରୀ "ନୈନା" ଗୀତ ଦର୍ଶକ ପାଇଁ ଆଣିଛନ୍ତି। "ନୈନା"ର ଅଡିଓ ରିଲିଜ୍ ହୋଇସାରିଛି। ଅଡିଓରେ ଭିଡିଓର କିଛି ମଧ୍ୟ ଝଲକ ରହିଛି। ଅଭିଜିତ୍ ଏହି ଗୀତ ମଧ୍ୟମରେ ଓଡିଶାର ଦର୍ଶକଙ୍କୁ ଜବରଦସ୍ତ ମୋନରଞ୍ଜନର ଖୋରାକ୍ ପରସିଛନ୍ତି।

Also Read: କଙ୍ଗନାଙ୍କୁ କପି କରି ଆଲିଆ ଟ୍ରୋଲ! ବିବାହ ଫଟୋ ଭାଇରାଲ

"ନୈନା"ରେ ଭରପୁର ରୋମାନ୍ସ ସାଙ୍ଗକୁ ଅଭିଜିତଙ୍କ ଆକ୍ସନ୍ ଛୁଙ୍କ ବି ରହିଛି।  ଅଭିଜିତଙ୍କ ଅଭିନିତ ଏକ ସ୍ୟଡ୍ ସଙ୍ଗ "ଅଧାବାଟେ ହାତ ମୋର ଦେଲୁ ତୁ ଛାଡ଼ି" ମଧ୍ୟ ରିଲିଜ୍ ହୋଇଯାଇଛି। "ନୈନା" ଓ "ଅଧାବାଟେ ହାତ ମୋର ଦେଲୁ ତୁ ଛାଡ଼ି" ଏହି ଦୁଇଟି ଗୀତ ଭିନ୍ନ ସ୍ୱାଦ ରହିଛି। "ଧନ ମରିଯିବି ତୋ ବିନା" ଗୀତ ମାଧ୍ୟମରେ ଅଭିଜିତ୍, ଓଡ଼ିଆ ଇଣ୍ଡଷ୍ଟ୍ରୀକୁ ଏଣ୍ଟ୍ରି କରିଥିଲେ। ଏହି ଗୀତକୁ ଲକ୍ଷାଧିକ ଦର୍ଶକଙ୍କ ଭଲ ରେସପନ୍ସ ମିଳିଛି। ଅଭିଜିତଙ୍କ "ତୋର ମୋର ପ୍ରେମ ଦୁନିଆ ଜାଣିବ", "ଗୋରିଆ",  "ବୋଧେ ପ୍ରେମ ହେଇଗଲା" ରିଲିଜ୍ ଅପେକ୍ଷାରେ ରହିଛି।

 

ଏହାଛଡ଼ା ଚଳିତ ଭ୍ୟାଲେଣ୍ଟାଇନରେ ପ୍ରେମି ଯୁଗଳଙ୍କୁ "ଲାଜ ଭିଜା ଆଖି" ଗୀତ ଏକ ରୋମାଣ୍ଟିକ୍ ଗିପ୍ଟ ଦେଇଥିଲେ। ଏଥିରେ ଭରପୁର ରୋମାଣ୍ଟିକ ଛୁଙ୍କ ରହିଛି। ସେହିଭଳି "କାହିଁ ହେଲା ଦେଖା", "ଚାଲିଗଲେ ମୋ ଠୁ ଦୂରକୁ", "ମୋ ପ୍ରେମ ତତେ ଅଜଣା", "ପ୍ରିୟତମା", "ପ୍ରେମର ହିସାବ", "ହଲଚଲ୍" ଭଳି ଗୀତରେ ମ୍ୟୁଜିକ ଭିଡିଓ ଜରିଆରେ ମଲ୍ଟି ଟ୍ୟାଲେଣ୍ଟେଡ୍ ଅଭିଜିତ ପାତ୍ର ଦର୍ଶକଙ୍କ ଭଲପାଇବା ସାଉଁଟୁଛନ୍ତି। ଅଭିଜିତଙ୍କ ଫିଟ୍ ଫିଗର ଦେଖି ଦର୍ଶକ ଟିକେ କନଫ୍ୟୁଜ ହୋଇଯାଇଛନ୍ତି। ଦ୍ୱନ୍ଦରେ ପଡିଥିବା ଅଭିଜିତଙ୍କୁ ଫ୍ୟାନ୍ସମାନେ ଓଲିଉଡର ବିଦ୍ୟୁତ ଜମାଲ ବୋଲି କହୁଛନ୍ତି। 

Also Read: ଣବୀର-ଆଲିଆଙ୍କ ବିବାହର ଖୁଣ ବାହାର କଲେ କେଆରକେ, ଟ୍ୱିଟ୍ କରି କଲେ ଟାର୍ଗେଟ୍

ଅଭିଜିତ୍ ଏକାଧାରରେ ଜଣେ ଅଭିନେତା, ମଡେଲ ଓ ଫିଟନେସ୍ ଫ୍ରୀକର୍। ପେଶାରେ ଜଣେ IT ସେକ୍ଟରରେ ନେଟୱର୍କ ଇଞ୍ଜିନିୟର କିନ୍ତୁ ନିଶା ହେଉଛି ଅଭିନୟ। ତାଙ୍କ ବାପା ଅଜିତ ପାତ୍ର ଜଣେ ବରିଷ୍ଠ ଆଇନଜୀବୀ। ପରିବାର ଲୋକଙ୍କର ଦୂର ଦୂର ପର୍ଯ୍ୟନ୍ତ କଳା ସହିତ ସଂପର୍କ ନଥିଲେ ମଧ୍ୟ ଆଗଧାଡ଼ିର କଳାକାର ଭାବେ ଅନୁଗୁଳର ପୁଅ ଅଭିଜିତ୍ ନିଜର ପରିଚୟ ବନାଇଛନ୍ତି। ଆଗକୁ ଚଳଚ୍ଚିତ୍ରରେ ଅଭିନୟ ପାଇଁ ପ୍ରାୟସ ଓ ପ୍ରଚେଷ୍ଟା ଜାରି ରଖିଛନ୍ତି। ଅଭିନୟ କ୍ଷେତ୍ରରେ କିଛି ନୂଆ ଓ ଭିନ୍ନ କରିବାର ଆଶା ନେଇ ଓଡିଆ ମୋନରଞ୍ଜନ ଦୁନିଆରେ ପାଦ ରଖିଛନ୍ତି।

Read More
{}{}