Hindi News >>Home >>Odisha Entertainment

Shakti Kapoor: କାହିଁକି ଚାପୁଡା ଖାଇଥିଲେ ଶକ୍ତି କପୁର ?

Shakti Kapoor : ୮୦ ଦଶକର ଅଭିନେତା ଶକ୍ତି କପୁର । ନିଜର ଦମଦାର ଅଭିନୟ ପାଇଁ ଆଜିବି ଦର୍ଶକଙ୍କ ହୃଦୟରେ ରାଜ୍ କରୁନନ୍ତି ସେ । ନିକଟରେ ସେ  'ଦି କପିଲ ଶର୍ମା ଶୋ' କୁ ଆସିଥିଲ । ଆଉ କପିଲଙ୍କ ସହ ମନଭରି କଥା ବି ହୋଇଥିଲେ । ଆଉ ପୁରୁଣା ଦିନ କଥା ମନେ ପକାଇ ଭାବ ବିହ୍ବଳ ହୋଇ ପଡିଥିଲେ।

Advertisement
ସୌଜନ୍ୟ : ସୋସିଆଲ ମିଡିଆ
Stop
Zee Odisha Desk|Updated: Dec 06, 2022, 02:56 PM IST

Shakti Kapoor : ୮୦ ଦଶକର ଅଭିନେତା ଶକ୍ତି କପୁର । ନିଜର ଦମଦାର ଅଭିନୟ ପାଇଁ ଆଜିବି ଦର୍ଶକଙ୍କ ହୃଦୟରେ ରାଜ୍ କରୁନନ୍ତି ସେ । ନିକଟରେ ସେ  'ଦି କପିଲ ଶର୍ମା ଶୋ' କୁ ଆସିଥିଲ । ଆଉ କପିଲଙ୍କ ସହ ମନଭରି କଥା ବି ହୋଇଥିଲେ । ଆଉ ପୁରୁଣା ଦିନ କଥା ମନେ ପକାଇ ଭାବ ବିହ୍ବଳ ହୋଇ ପଡିଥିଲେ। ସେ ସେଠାରେ ଏମିତି ଏକ କଥା କହିଥିଲେ ଯେ ସେଠାରେ ଉପସ୍ଥିତ ଥିବ ଦର୍ଶକ ତାଙ୍କ କଥା ଶୁଣି ଚକିତ ହୋଇ ଯାଇଥିଲେ। ଯେଉଁ ଅଭିନେତା ଭିଲେନ ହୋଇ ଅନେକଙ୍କୁ ଡରାଇ ଧମକାଉଛନ୍ତି । ସେ ପୁଣି ଆଉ କାହା ଚାପୁଡା ଖାଇ ତଳେ ପଡିଯିବେ । ହଁ ଆଜ୍ଞା ଠିକ ଏମିତି ହିଁ ଶକ୍ତି କପୁରଙ୍କ ସହ ଘଟିଥିଲା । ସେ ଯେତେବେଳେ,୧୯୮୩ରେ ଫିଲ୍ମ 'ମଓ୍ବାଲି'ରେ  ସୁଟିଂ କରୁଥିଲେ ସେତେବେଳେ ସେ ତାଙ୍କ ସହ ଅଭିନେତା  କଦର ଖାନଙ୍କ ଠାରୁ ଚାପୁଡା ଖାଇଥିଲେ।  ଚାପୁଡାଏ ଏତେ ଜୋରଦାର ଥିଲା ଯେ, ସେ ତଳେ ପଡି ଯାଇଥିଲେ।  ସେହିପିରି ଦ୍ବିତୀୟ ସୁଟରେ ମଧ୍ୟ  ଅରୁନ ଇରାନୀ ମଧ୍ୟ ତାଙ୍କୁ ଚାପୁଡା ମାରିଥିବାର ସେ କହିଥିଲେ।

 

ଠିକ୍ ସେହିପରି ମଧ୍ୟ ତୃତୀୟ ସୁଟରେ ମଧ୍ୟ ତାଙ୍କ ସହ ସମାନ ଘଟଣା ଘଟିଥିଲା । ସେତେବେଳେ ତାଙ୍କୁ ଅନୁଭବ ହୋଇଥିଲା ଯେ,  ତାଙ୍କ କ୍ୟାରିୟର ଶେଷ ହୋଇଛି ବୋଲି ଭାବି ସେ ବିରକ୍ତ ହୋଇଯାଇଥିଲେ । କେ ବାପାୟା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଥିଲେ ଏବଂ କାଦର ଖାନ ମଧ୍ୟ ଏହି ଚଳଚ୍ଚିତ୍ରର ଏକ ଅଂଶ ଥିଲେ। 'ମୁଁ କାଦର ଖାନଙ୍କ ନିକଟକୁ ଯାଇ ତାଙ୍କୁ କହିଲି, ମୁଁ ତୁମର ପାଦତଳେ ପଡ଼ିଯାଉଛି। ଦୟାକରି ସନ୍ଧ୍ୟାରେ ମୋର ଟିକେଟ୍ ବୁକ୍ କରନ୍ତୁ । ମୁଁ ଏହି ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଚାହୁନାହିଁ । ମୋର କ୍ୟାରିୟର ଶେଷ ହୋଇଛି ଏବଂ ମୁଁ ଏପର୍ଯ୍ୟନ୍ତ ବିବାହ ବି କରିନାହିଁ । ' ଶକ୍ତି ଆହୁରି କହିଛନ୍ତି ଯେ ସେ କେବଳ ଭିରୁ ଦେବଗନଙ୍କ ପରାମର୍ଶରେ ଇଣ୍ଡଷ୍ଟ୍ରିରେ ରହିବାକୁ ପରେ ସ୍ଥିର କରିଥିଲେ । 

ସେ କିପରି ଫିଲ୍ମ ପାଇଲେ ସେ ବିଷୟରେ ଶକ୍ତି ମଧ୍ୟ ଶୋ'ରେ  ମଧ୍ୟ ଆଲୋଚନା କରିଥିଲେ।  'ମୁଁ ଗୁଲଫି ପେଣ୍ଟାଲଙ୍କ ସହ ସେତେ ପେ ସତେ ଫିଲ୍ମରେ କାମ ଆରମ୍ଭ କରିଥିଲି। ଏହି ମୋର ପ୍ରଥମ କମେଡି ଫିଲ୍ମ ଥିଲା। ସେ କହିଛନ୍ତି ଯେ, ଯେତେବେଳେ ରାଜ ସିପି ଏକ ହାସ୍ୟ ଅଭିନୟ ପାଇଁ ମୋ ପାଖକୁ ଆସିଲେ, ମୋତେ ଲାଗିଲା ଯେପରି ମୋର ଭିଲେନ୍ ଭୂମିକା ପାଇଁ ମୋତେ ପ୍ରଶଂସା କରାଯାଉଛି, ତେବେ ସେମାନେ ମୋତେ କାହିଁକି ପସନ୍ଦ କରୁଛନ୍ତି ? ” ସେ ମଧ୍ୟ ଜଣେ ହାସ୍ୟ ଅଭିନେତା?   ଏହା ପ୍ରକୃତରେ ଏକ ଭଲ ଚଳଚ୍ଚିତ୍ର ଥିଲା । ' ୮୦ ଦଶକରୁ କ୍ୟାରିୟର ଆରମ୍ଭ କରିଥିବା ଶକ୍ତି କପୁର ଏକାଧିକ ଫିଲ୍ମରେ ଅଭିନୟ କରିଛନ୍ତି । ଖାସ କରି ତାଙ୍କୁ ଭିଲେନ ଓ କମେଡି ଭୂମିକାରେ ଦର୍ଶକ ତାଙ୍କୁ ଦେଖିବାକୁ ପାଇଛନ୍ତି ।  ସମ୍ପ୍ରତି, ସେ ମାଲାୟାଲମ୍ ଚଳଚ୍ଚିତ୍ର ଲୁସିଫର୍ ରେ ନଜର ଆସିଥିଲେ ଏବଂ ଚଳିତ ବର୍ଷ ଆରମ୍ଭରେ ମୁକ୍ତିଲାଭ କରିଥିବା ୱେବ୍ ଶୋ' ଗିଲଟି ମାଇଣ୍ତରେ ମଧ୍ୟ ମଧ୍ୟ ଅଭିନୟ କରିଥିଲେ । 

ଏହାବି ପଢନ୍ତୁ : Paresh Rawal: ଥାନାକୁ ଟଣା ହୋଇପାରନ୍ତି Paresh Rawal, ଗୁଜୁରାଟ ନିର୍ବାଚନ ପ୍ରଚାର ବେଳେ କରିଥିଲେ ଏମିତି କାମ

 

Read More
{}{}