Hindi News >>Home >>Odisha Entertainment

Bollywood Celebrities Holiday: ବିଦେଶରେ ଛୁଟି କାଟୁଛନ୍ତି ସୈଫଙ୍କ ପରିବାର, ଫଟୋ ଭାଇରାଲ...

Bollywood Celebrities Holiday:  ସୈଫ୍ ଅଲ୍ଲୀ ଖାନ୍(Saif Ali Khan ) । ସ୍ତ୍ରୀ କରୀନା କପୁର (Kareena Kapoor Khan) ଓ ଦୁଇ ପୁଅ ତାଇମୁର ଓ ଜୟ ସାଙ୍ଗରେ ବିଦେଶରେ ଛୁଟି କାଟୁଛନ୍ତି । ଏହି ନବାବ ପରିବାର ( London) ଲଣ୍ତନ ସହରରେ ଛୁଟି କାଟୁଛନ୍ତି । ତାଙ୍କର କିଛି ଫଟୋ ସୋସିଆଲ ମିଡି଼ଆରେ ଭାଇରାଲ ହେବାରେ ଲାଗିଛି ।

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: Jun 24, 2023, 02:23 PM IST

Bollywood Celebrities Holiday: ବଲିଉଡ଼ ଅଭିନେତା ସୈଫ୍ ଅଲ୍ଲୀ ଖାନ୍(Saif Ali Khan ) । ସ୍ତ୍ରୀ କରୀନା କପୁର (Kareena Kapoor Khan) ଓ ଦୁଇ ପୁଅ ତାଇମୁର ଓ ଜୟ ସାଙ୍ଗରେ ବିଦେଶରେ ଛୁଟି କାଟୁଛନ୍ତି । ଏହି ନବାବ ପରିବାର ( London) ଲଣ୍ତନ ସହରରେ ଛୁଟି କାଟୁଛନ୍ତି । ତାଙ୍କର କିଛି ଫଟୋ ସୋସିଆଲ ମିଡି଼ଆରେ ଭାଇରାଲ ହେବାରେ ଲାଗିଛି । ଗୋଟଏ ଫଟୋରେ ଦେଖିବାକୁ ମିଳିଛି ଯେ,କରୀନା ଓ ସୈଫ୍ ହାତ ଧରାଧରି ହୋଇ ଚାଲୁଛନ୍ତି । ଏବଂ ଆଉ ଏକ ଫଟୋରେ ଦେଖିବାକୁ ମିଳିଛି ଯେ, କରୀନା ଓ ସୈଫ୍ ଓ ତାଙ୍କର ଦୁଇ ପୁଅ କେଉଁ ସ୍ଥାନକୁ ଏକ ସକାଳ ସମୟରେ ବୁଲିବାକୁ ଯାଉଛନ୍ତି । ତେବେ,ଏହି ଫଟୋ ଗୁଡିକ କରୀନା ନିଜ ଫ୍ୟାନ୍ସ ପାଇଁ ଥିବା ଟ୍ବିଟରରେ ସେୟାର କରିଛନ୍ତି । ସେହିପରି (Kareena Kapoor Khan FC) ଫ୍ୟାନ୍ସ କ୍ଲବରେ କରୀନା ସୈଫ ଓ ତାଙ୍କର ଆଉ ଦୁଇଟି ଫଟୋ ସେୟାର କରିଛନ୍ତି।  ଫଟୋରେ ଉଭୟ ବହୁତ କୁଲ୍ ଲାଗୁଥିବା ଦେଖିବାକୁ ମିଳିଛି । 

 

Kareena shares photos from a walk with her family pic.twitter.com/U4DU7RNKbQ

ଯଦି ଆମେ ସୈଫଙ୍କ କାମ ବିଷୟରେ କଥା ହେବା ତେବେ, ସୈଫ୍ ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ' ନିକଟରେ ରିଲିଜ୍ ହୋଇଛି।  ଚର୍ଚ୍ଚିତ ସିନେମା ‘ଆଦିପୁରୁଷ’ ମୁକ୍ତିଲାଭ ପରେ ସଂଳାପକୁ ନେଇ ଦେଖାଦେଇଥିବା ବିବାଦ ପରେ ବିବାଦିତ ସଂଳାପଗୁଡ଼ିକୁ ବଦଳାଯାଇଛି । ବହୁ ବାଦ ବିବାଦ ପରେ ମୁକ୍ତିଲାଭ ହୋଇଥିଲା ସିନେମା ‘ଆଦିପୁରୁଷ’ । ରାମାୟଣରେ ଏପରି ବିଦ୍ରୂପ ସଂଳାପ ଦର୍ଶକଙ୍କ ଭାବନାକୁ କୁଠାରଘାତ କରିଥିଲା । ଅନ୍ୟପଟେ ଏହାକୁ ନେଇ ହୋଇଥିବା ବିବାଦରେ ତୁରନ୍ତ ଶୁଣାଣି କରିବାକୁ ଦିଲ୍ଲୀ କୋର୍ଟ ମନା କରିଛନ୍ତି । ଏବଂ ଆସନ୍ତା ଜୁନ ୩୦ରେ ଏହାର ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି ଦିଲ୍ଲୀ କୋର୍ଟ ।

Also Read: Nabarangpur Vigilance Raid: ଉପଜିଲ୍ଲାପାଳଙ୍କ ଘରେ ରେଡ୍ ପରେ ଜବରଦସ୍ତ ସେଲିବ୍ରେସନ୍ କଲେ ସ୍ଥାନୀୟ ବାସିନ୍ଦା, ଆଉ କିଛି ଜଣ କଲେ ଏଭଳି କିଛି କାମ...

ନିକଟରେ, କରୀନା କପୁରଙ୍କ ଏକ ଫଟୋ ଭାଇରାଲ ହୋଇଥିଲା।  କରୀନା ପୁଣି ପ୍ରେଗନେଣ୍ଟ ଥିବା ନେଇ ଚର୍ଚ୍ଚା ଜୋର ଧରୁଛି। ଭାଇରାଲ ଫଟୋରେ କରୀନା କପୁରଙ୍କୁ କଳା ରଙ୍ଗର ଟପ୍ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହା ସହିତ କରୀନା ଏକ ସ୍ଲିଙ୍ଗ୍ ବ୍ୟାଗ୍ ରଖିଛନ୍ତି, କରୀନା ଏହି ଫଟୋରେ ବିନା ମେକଅପ୍‌ରେ ସୁନ୍ଦର ଦେଖାଯାଉଛନ୍ତି। କିନ୍ତୁ ସମସ୍ତ ପ୍ରଶଂସକଙ୍କ ନଜର କରୀନାଙ୍କ ପେଟରେ ଅଟକଛି। କରୀନାଙ୍କ ଏହି ଫଟୋ ଦେଖିବା ପରେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ବିଶ୍ୱାସ କରନ୍ତି ଯେ ସେ ତୃତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି। ସେ ପ୍ରେଗନେଣ୍ଟ ଥିବା ପରି ଦେଖାଯାଉଛି, ଯାହାକୁ ସେ କଳା ପୋଷାକ ପିନ୍ଧି ଲୁଚାଇ ପାରିବେ ନାହିଁ। ଏଥି ସହିତ, କିଛି ସୋସିଆଲ ମିଡିଆ ୟୁଜର ଏହା ମଧ୍ୟ କହିଛନ୍ତି ଯେ କରୀନାଙ୍କ ଏହା ପୁରୁଣା ଫଟୋ ଅଟେ। କରୀନାଙ୍କୁ ପ୍ରାୟ ସଭିଏଁ ବେବୋ ବୋଲି ସମ୍ବୋଧନ କରିଥାନ୍ତି । କରୀନା କପୁର ୨୦୦୦ ମସିହାରେ ହିନ୍ଦୀ କଥାଚିତ୍ର ରିଫୁଜୀ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଅଶୋକା କଭି ଖୁସି କଭି ଗମ୍, ଚାମେଲି ଆଦି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିବାପରେ ସେ ନିଜକୁ ପ୍ରତିଷ୍ଠିତ କରାଇଥିଲେ । କରୀନା ୬ଟି ଫିଲ୍ମ ଫେୟାର ପୁରସ୍କାର ପାଇଛନ୍ତି ।କରୀନା କପୁର ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ୨୦୧୨ରେ ବିବାହ କରିଥିଲେ ।

{}{}