Hindi News >>Home >>Odisha Entertainment

Satish Kaushik: ପିତାଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ି ଏହି ଫଟୋ ସେୟାର କଲେ ୧୧ ବର୍ଷର କୁନି ଝିଅ ବଶିଂକା, ଇମୋସନାଲ ହେଲେ ଫ୍ୟାନ୍ସ

Satish Kaushik:ପରଲୋକରେ କିମ୍ବଦନ୍ତୀ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ । ଗୁରୁବାର ଦିନ ୬୬ ବର୍ଷ ବୟସରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି।  ସତୀଶଙ୍କ ମୃତ୍ୟୁ ପରେ ଝିଅ ବଶିଂକା ପିତାଙ୍କ ଉଦ୍ଦେଶ୍ୟରେ ଏକ ପୋଷ୍ଟ ସେୟାର କରିଛନ୍ତି ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Mar 10, 2023, 10:29 AM IST

Satish Kaushik:ପରଲୋକରେ କିମ୍ବଦନ୍ତୀ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ(Satish Kaushik) । ଗୁରୁବାର ଦିନ ୬୬ ବର୍ଷ ବୟସରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି। ସତୀଶଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଛି ପୂରା ଫିଲ୍ମ ଇଣ୍ତଷ୍ଟ୍ରି । ‘ମୌସୁମ’ ଚଳଚ୍ଚିତ୍ରରୁ ସହକାରୀ ନିର୍ଦ୍ଦେଶକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ ସତୀଶ । ତେବେ କେତେକ ଫିଲ୍ମରେ ତାଙ୍କ ଦମଦାର ଅଭିନୟକୁ ବେଶ ପସନ୍ଦ କରୁଥିଲେ ଦର୍ଶକ ।

ଗୁରୁବାର ଦିନ ସତୀଶଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି। ଏଥିରେ ତାଙ୍କର ବହୁ ନିକଟତର ବନ୍ଧୁ ଭାବବିହ୍ବଳ ହୋଇଥିବା ଦେଖିବାକୁ ମିଳିଥିଲା । ପିତାଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ୧୧ ବର୍ଷର କୁନି ଝିଅ ବଶିଂକା । ସତୀଶଙ୍କ ମୃତ୍ୟୁ ପରେ ଝିଅ ବଶିଂକା ପିତାଙ୍କ ଉଦ୍ଦେଶ୍ୟରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେୟାର ହୋଇଥିବା ଏହି ଫଟୋରେ ପିତା ସତୀଶଙ୍କୁ ବଶିଂକା ଆଲିଙ୍ଗିନ କରିଛନ୍ତି । ଉଭୟ ବେଶ ଖୁସର ସହ କ୍ୟାମେରାକୁ ପୋଜ ଦେଉଥିବା ଦେଖିବାକୁ ମିଳିଛି । ଫଟୋରୁ ଉଭୟଙ୍କ ବଣ୍ତିଙ୍ଗ ବେଶ ଷ୍ଟ୍ରଙ୍ଗ ଥିବା ଜଣାପଡୁଛି। ଏହି ଫଟୋ ସେୟାର କରି ଝିଅ ବଶିଂକା କୌଣସି କ୍ୟାପସନ ଲେଖିନାହାନ୍ତି ବରଂ ଏକ ହାର୍ଟ ଇମୋଜି ଦେଇ ସେ ଏହି ଫଟୋ ସେୟାର କରିଥିବା ଦେଖିବାକୁ ମିଳିଛ । ଏହି ଫଟୋ ଦେଖି ଫ୍ୟାନ୍ସ ଇମୋସନାଲ ହୋଇପଡ଼ିଛନ୍ତି । ଏହି ପୋଷ୍ଚରେ କମେଣ୍ଟ କରି ଫ୍ୟାନ୍ସ  ବଶିଂକାକୁ ଧର୍ଯ୍ୟ ଧରିବା ସହ ଷ୍ଟ୍ରଙ୍ଗ ରହିବାକୁ କହୁଥିବା ଦେଖିବାକୁ ମିଳିଛି । କୁନି ଝିଅ ବଶିଂକା ପିତାଙ୍କୁ ବେଶ ଭଲ ପାଉଥିଲେ । ସତୀଶ ମଧ୍ଯ ତାଙ୍କ ପରିବାର ସହ ବହୁତ କ୍ଲୋଜ୍ ଥିଲେ । ବିଭିନ୍ନ ସମୟରେ ସେ ନିଜ ପତ୍ନୀ ଓ ଝିଅଙ୍କ ସହ ଇଣ୍ଟାଗ୍ରାମରେ ଫଟୋ ସେୟାର କରୁଥିଲେ । ଏହି ଫଟୋକୁ ବହୁତ ପସନ୍ଦ କରୁଥିଲେ ଫ୍ୟାନ୍ସ  । ପିତାଙ୍କ ପରି ବଶିଂକା ମଧ୍ୟ ମଲଟି ଟାଲେଣ୍ଟେଟ ଅଟନ୍ତି । ସେ ସୋସିଆଲ ମିଡ଼ିଆରେ ବେଶ ଆକ୍ଟିଭ ରହୁଥିବା ବେଳେ ରିଲ୍ସ ଭିଡ଼ିଓ ମଧ୍ୟ ବନାନ୍ତି ।  ଏଥିରେ କୁନି ଝିଅ ବଶିଂକାଙ୍କ ଜବରଦସ୍ତ ଆକ୍ଟିଙ୍ଗ ଓ ଏକ୍ସପ୍ରେସନ ଦେଖିବାକୁ ମିଳିଥାଏ । ବଶିଂକା ନିଜ ପିତାଙ୍କର ମଧ୍ୟ ରିଲ୍ସ ଭିଡ଼ିଓ ବନାଇଥାଆନ୍ତି । ବାପା ଓ ଝିଅଙ୍କ ଏହି ଭିଡ଼ିଓକୁ ବହୁତ ପସନ୍ଦ କରୁଥିଲେ ଫ୍ୟାନ୍ସ । ନିଜ ଝିଅକୁ ସେଟେଲ ଦେଖିବାକୁ ଚାହୁଁଥିବା ଏହି ଅଭିନେତା ଝିଅ ବଡ଼ ହେବା ଆଗରୁ ଆରପାରିକି ଚାଲିଯାଇଛନ୍ତି ସତୀଶ ।

Also Read-Satish Kaushik: ମୃତ୍ୟୁ ପୂର୍ବରୁ ଏହା କରୁଥିଲେ ସତୀଶ, ଭାଇରାଲ ହେଉଛି ଶେଷ ଫଟୋ..

ପ୍ରକାଶଥାଉ କି, ବଶିଂକା ସତୀଶଙ୍କ ଦ୍ବିତୀୟ ସନ୍ତାନ ଅଟନ୍ତି । ସତୀଶ ଓ ପତ୍ନୀ ରାଶିଙ୍କ ଏକ ପୁଅ ମଧ୍ୟ ଥିଲା । କିନ୍ତୁ ଜନ୍ମର ୨ ବର୍ଷ ପରେ ପୁ୍ଅଟିର ମୃତ୍ୟୁ ହୋଇଥିଲା । ଏଥିରେ ଭାଙ୍ଗି ପଡ଼ିଥିଲେ ସତୀଶ । ପୁଅ ମୃତ୍ୟୁର ପ୍ରାୟ ୧୬ ବର୍ଷ ପରେ ବଶିଂକା ଜନ୍ମ ହୋଇଥିଲେ । ତାଙ୍କ ଜନ୍ମ ସରୋଗେସି ପଦ୍ଧତିରେ ହୋଇଥିଲା। ୫୬ ବର୍ଷ ବୟସରେ ୨ୟ ଥର ପାଇଁ ବାପା ହୋଇଥିଲେ ସତୀଶ ।

 

 

Read More
{}{}