Hindi News >>Home >>Odisha Entertainment

Satish Kaushik Death Case: ସତୀଶ କୌଶିକଙ୍କ ମୃତ୍ୟୁ ମାମଲାରେ ଆସିଲା ନୂଆ ଟ୍ବିଷ୍ଟ, ଫାର୍ମ ହାଉସ୍‌ରୁ ମିଳିଲା ଆପତ୍ତିଜନକ ଔଷଧ

Satish Kaushik Death Case : ଆଉ ନାହାଁନ୍ତି ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ (Satish Kaushik death)। ହୃଦଘାତର ତାଙ୍କର ମୃତ୍ୟୁ ହୋଇଛି । କିନ୍ତୁ ତାଙ୍କ ମୃତ୍ୟୁ ଘଟଣା ବର୍ତ୍ତମାନ ନୂଆ ମୋଡ ନେଇଛି । ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ବିଜୱାସନ ସ୍ଥିତ ଫାର୍ମ ହାଉସ୍‌ରୁ କିଛି ଆପତ୍ତିଜନକ ଔଷଧ (some medicines)ମିଳିଛି।

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: Mar 11, 2023, 12:42 PM IST

Satish Kaushik Death Case : ଆଉ ନାହାଁନ୍ତି ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ (Satish Kaushik death)। ହୃଦଘାତର ତାଙ୍କର ମୃତ୍ୟୁ ହୋଇଛି । କିନ୍ତୁ ତାଙ୍କ ମୃତ୍ୟୁ ଘଟଣା ବର୍ତ୍ତମାନ ନୂଆ ମୋଡ ନେଇଛି । ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ବିଜୱାସନ ସ୍ଥିତ ଫାର୍ମ ହାଉସ୍‌ରୁ କିଛି ଆପତ୍ତିଜନକ ଔଷଧ (some medicines)ମିଳିଛି। ହୋଲି ଖେଳି ସାରିବା ପରେ ଏହି ଫାର୍ମ ହାଉସ୍‌ରେ(farmhouse) ସତୀଶଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ନେବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ସତୀଶଙ୍କ (bollywood actor satish kaushik)ବନ୍ଧୁ ବିକାଶ ମାଲୁଙ୍କ ଏହି ଫାର୍ମ ହାଉସ୍‌ ବୋଲି ଜଣାପଡ଼ିଛି।

ଫାର୍ମ ହାଉସ୍‌ରୁ (farmhouse) ଜବତ ଆପତ୍ତିଜନକ ଔଷଧ (some medicines) କାହା ପାଇଁ ଥିଲା ? କିଏ ଏହାକୁ ବ୍ୟବହାର କରୁଥିଲେ ? ସମ୍ପୃକ୍ତ ବ୍ୟକ୍ତିଙ୍କ ସତୀଶଙ୍କ (bollywood actor satish kaushik) ସହ କୌଣସି ସମ୍ପର୍କ ଥିଲା ନା ନାହିଁ ? ଏସବୁ ନେଇ ପୋଲିସ (Delhi Police )ଯାଞ୍ଚ ଚଳାଇଛି। ତଦନ୍ତ ବେଳେ ଜଣାପଡ଼ିଛି, କିଛି ବର୍ଷ ପୂର୍ବେ ବିକାଶଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। କେବେ ଓ କିଏ ଏହି ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ଏନେଇ ପୋଲିସ୍‌ ଏବେ ଛାନ୍‌ଭିନ୍‌ ଚଳାଇଛି। କିନ୍ତୁ ବର୍ତ୍ତମାନ ସୁଧା ପୋଲିସ୍ ହାତରେ ସେଭଳି କିଛି ଠୋସ୍ ପ୍ରମାଣ ଲାଗି ନାହିଁ । ଏହାଛଡ଼ା ହୋଲି ଦିନ ଫାର୍ମ ହାଉସ୍‌କୁ ଯେଉଁ ୧୦ରୁ ୧୨ ଜଣ ଲୋକ ଆସିଥିଲେ, ସେମାନଙ୍କ ସମ୍ପର୍କରେ ପୋଲିସ୍‌ ତଥ୍ୟ ଯୋଗାଡ଼ କରୁଛି। ହେଲେ ସତୀଶଙ୍କ (bollywood actor satish kaushik) ପୋଷ୍ଟମର୍ଟମରେ କିଛି ସନ୍ଦିଗ୍ଧ ମିଳି ନଥିବା ପୋଲିସ୍‌ କହିଛି। ହାର୍ଟ ଆଟାକ୍‌ ଯୋଗୁଁ ସତୀଶଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ହେଲେ ଏସବୁ ଭିତରେ ଫାର୍ମ ହାଉସ୍‌ରୁ ଆପତ୍ତିଜନକ ଔଷଧ ମିଳିବା ଘଟଣା ସତୀଶଙ୍କ ମୃତ୍ୟୁ ମାମଲାକୁ ଏକ ନୂଆ ମୋଡ଼ ଦେଇଛି। 

 

Also Read : Payal Ghosh: 'ମୁଁ ସୁଶାନ୍ତ ସିଂ ରାଜପୁତ ନୁହେଁ, ଯଦି ମରିବି ସମସ୍ତଙ୍କୁ ଫେସେଇବି'

Also Read : Puri News: ପୁରୀରେ ପୁଣି ଲାଗିଲା ନିଆଁ , ହୁତହୁତ୍ ହୋଇ ଜଳିଲା ରେଳ ଷ୍ଟେସନର...

ସତୀଶ କୌଶିକ ୪ ଦଶନ୍ଧିରୁ ଅଧିକ ସମୟ ଧରି ଇଣ୍ଡଷ୍ଟ୍ରିରେ ରହିଆସିଛନ୍ତି, ତେଣୁ ଏମିତି କେହି ନାହିଁ, ଯିଏ ତାଙ୍କୁ ଜାଣନ୍ତି ନାହିଁ । ସତୀଶ ଏକାଧାରାରେ ଜଣେ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଥିଲେ । ଫିଲ୍ମ ମିଷ୍ଟର ଇଣ୍ଡିଆର ‘କ୍ୟାଲେଣ୍ଡର’ ହେଉ କି ଦିୱାନା ମସ୍ତାନାର ପପୁ ପେଜର ସତିଶଙ୍କୁ ଦେଇଛି ଭିନ୍ନ ପରିଚୟ । ସେହିପରି ଫିଲ୍ମର ରାମଲଖନରେ ‘ କାଶୀରାମ’ ଚରିତ୍ର ସବୁବେଳେ ଲୋକଙ୍କ ମନରେ ରହିବେ । ନିଜର ଅଭିନୟ କ୍ୟାରିୟରରେ ସତିଶ ଭିନ୍ନ ଭିନ୍ନ ପ୍ରକାରର ଚରିତ୍ରରେ ଅଭିନୟ କରିଛନ୍ତି । ଆଉ ତାଙ୍କର ସବୁ ଅଭିନୟ ଜୀବନ୍ତ ଥିବାବେଳେ ଫ୍ୟାନ୍ସଙ୍କ ମନକୁ ଛୁଇଁଥାଏ । ତାଙ୍କର ଏହି ଚମତ୍କାର ଅଭିନୟ ସବୁବେଳେ ଫ୍ୟାନ୍ସଙ୍କ ମନରେ ଜୀବନ୍ତ ରହିବ । ସତୀଶ ୧୦ରୁ ଉର୍ଦ୍ଧ୍ୱ ଫିଲ୍ମର ନିର୍ଦ୍ଦେଶନା ସହ ଶତାଧିକ ଫିଲ୍ମରେ ଅଭିନୟର ଛାପ ଛାଡି ଯାଇଛନ୍ତି । ୧୯୫୬ ମସିହାରେ ହରିୟାଣାରେ ସତୀଶ ଜନ୍ମଗ୍ରହଣ କରିଥିଲେ। ୧୯୮୨ ମସିହାରେ ଫିଲ୍ମ ‘ମାସୁମ୍’ ଜରିଆରେ ସତୀଶ ତାଙ୍କର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ସେ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ଛାତ୍ର ଥିଲେ।

Read More
{}{}