Hindi News >>Home >>Odisha Entertainment

Sara Ali Khan: ସୁଇମିଂ ପୁଲରେ ବୋଲ୍ଡ ଅନ୍ଦାଜରେ ନଜର ଆସିଲେ ସାରା, ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ ...

Sara Ali Khan: ସୈଫ୍ ଅଲ୍ଲୀ ଖାନ୍ ଓ ଅମ୍ରିତା ସିଂଙ୍କ ଲାଡଲୀ ହେଉଛନ୍ତି ସାରା ଅଲ୍ଲୀ ଖାନ୍ । ବର୍ତ୍ତମାନ ସାରା ବଲିଉଡରେ ଜଣେ ଆଗଧାଢିର ଅଭିନେତ୍ରୀ ଭାବରେ ଗଣା। ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରୁହନ୍ତି ସାରା। ନିଜ ଲାଇଫରେ ଘଟୁଥିବା ଅଧିକାଂଶ ଘଟଣାବଳୀକୁ ସେ ନିଜ ଫ୍ୟାନ୍ସଙ୍କ ସହ ସେୟାର କରିବାକୁ ଭୁଲନ୍ତି ନାହିଁ।

Advertisement
Sara Ali Khan: ସୁଇମିଂ ପୁଲରେ ବୋଲ୍ଡ ଅନ୍ଦାଜରେ ନଜର ଆସିଲେ ସାରା, ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ ...
Stop
Zee Odisha Desk|Updated: Dec 22, 2022, 10:50 AM IST

Sara Ali Khan: ସୈଫ୍ ଅଲ୍ଲୀ ଖାନ୍ ଓ ଅମ୍ରିତା ସିଂଙ୍କ ଲାଡଲୀ ହେଉଛନ୍ତି ସାରା ଅଲ୍ଲୀ ଖାନ୍ । ବର୍ତ୍ତମାନ ସାରା ବଲିଉଡରେ ଜଣେ ଆଗଧାଢିର ଅଭିନେତ୍ରୀ ଭାବରେ ଗଣା। ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରୁହନ୍ତି ସାରା। ନିଜ ଲାଇଫରେ ଘଟୁଥିବା ଅଧିକାଂଶ ଘଟଣାବଳୀକୁ  ସେ ନିଜ ଫ୍ୟାନ୍ସଙ୍କ ସହ ସେୟାର କରିବାକୁ ଭୁଲନ୍ତି ନାହିଁ। ଅଧିକାଂଶ ସମୟରେ ସେ ନିଜ ଇନଷ୍ଟାରେ ନିଜର ଫଟୋ ଓ ଭିଡିଓ ମଧ୍ୟ ସେୟାର କରନ୍ତି । ନିକଟରେ ସାରା ନିଜ ଇନଷ୍ଟାରେ ତାଙ୍କର କିଛି ବୋଲ୍ଡ ଫଟୋ ଓ ଭିଡିଓ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ସାରାଙ୍କ ପ୍ରଶଂସକମାନେ ଖୁବ ପସନ୍ଦ କରିଛନ୍ତି । 

ସୁଇମିଂପୁଲରେ ବୋଲ୍ଡ ଅନ୍ଦାଜରେ ନଜର ଆସିଲେ ସାରା : 

 
 
 
 

 
 
 
 
 
 
 
 
 
 
 

A post shared by Voompla (@voompla)

ତେବେ, ସାରା ନିଜ ଇନଷ୍ଟାରେ ସୁଇମିଂ ପୁଲର କିଛି ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ବଲିଉଡର ଏହି ଡିଭା ସୁଇମିଂ ପୁଲରେ ନିଜର କ୍ବାଲିଟି ଟାଇମକୁ ଉପଭୋଗ କରୁଛନ୍ତି । ସୁଇମିଂ ପୁଲରେ ସାରା ଏକ ରେଡ୍ ବିକିନି ପିନ୍ଧି ପାଣି ଭିତରୁ ବାହାରୁ ଥିବା ଦେଖିବାକୁ ମିଳିଛି ।  ଏହି ଭିଡିଓରେ ସାରା ଖୁବ ହଟ୍ ଏବଂ ବୋଲ୍ଡ ଦେଖାଯାଉଛନ୍ତି। ତେବେ, ଏଥିରେ ପ୍ରଶଂସକଙ୍କ କାଫି କମେଣ୍ଟ ଓ ଲାଇକ୍ ମଧ୍ୟ ଆସିଛି । ସେପଟେ ଆଉ କିଛି ୟୁଜର୍ସ ସାରାଙ୍କ ଏହି ବୋଲ୍ଡ ଲୁକକୁ ନେଇ ମଧ୍ୟ ଟ୍ରୋଲ କରିଛନ୍ତି ।  

ବଲିଉଡର ସୁନ୍ଦରୀ ନାୟିକା ସାରା ଅଲ୍ଲୀ ଖାନ୍‌ ନିଜର ରୋମାନ୍ସ ଓ ଆଫେଆର୍‌କୁ ନେଇ ବି ଚର୍ଚ୍ଚିତା ହୋଇଛନ୍ତି। ବେଶ୍ କିଛି ଦିନ ଧରି ଚର୍ଚ୍ଚା ଚାଲିଥିଲା ଯେ ସାରା ବୀର ପହରିୟା ନାମକ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଛନ୍ତି। ବୀର ଜଣେ ସାଧାରଣ ଘରର ପିଲା ନୁହଁନ୍ତି। ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଶୀଲ କୁମାର ସିନ୍ଧେଙ୍କ ନାତି। ବୀର ଓ ସାରାଙ୍କ ଫଟୋକୁ ମଧ୍ୟ ସୋସିଆଲ୍‌ ମିଡିଆରେ ଖୁବ୍‌ ପସନ୍ଦ କରାଯାଇଥିଲା।ବୀରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ହୋଇଥିବା ଚର୍ଚ୍ଚା ସମ୍ପର୍କରେ ସାରା ଅଲ୍ଲୀ ଖାନ୍‌ କୁହନ୍ତି ଯେ ବୀର ପହରିୟା, ଖୁବ୍‌ କେଆରିଂ ଓ ସୁଇଟ୍। ତେବେ ବୀର ତାଙ୍କର ସାଙ୍ଗ, ବୟଫ୍ରେଣ୍ଡ୍ ନୁହଁନ୍ତି।

ଏହାବି ପଢନ୍ତୁ : Anushka Shetty Marriage: ହାତକୁ ଦି ହାତ ହେବେ ଅନୁଷ୍କା, ଜାଣନ୍ତୁ କ'ଣ କରନ୍ତି ତାଙ୍କ ଲାଇଫ ପାର୍ଟନର ?

ସେହିପରି ନିକଟରେ ସାରା ଅଲ୍ଲୀ ଖାନଙ୍କ ନାମ ଜଣେ କ୍ରିକେଟରଙ୍କ ସହ ଯୋଡି ହୋଇଛି। ସାରା ଅଲି ଖାନ ଏବଂ କ୍ରିକେଟର ଶୁଭମନ ଗିଲ ପରସ୍ପରକୁ ଡେଟ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଦୁହିଁଙ୍କୁ ଏକ ହୋଟେଲରୁ ସାଙ୍ଗ ହୋଇ ବାହାରୁଥିବାର ଭିଡିଓ ଭାଇରାଲ ହେବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ଭିଡିଓରେ ସାରା ଏବଂ ଶୁଭମନ ଏକ ହୋଟେଲରୁ ବାହାରକୁ ଆସୁଥିବାର ନଜର ଆସିଛନ୍ତି। ଏହି ସମୟରେ ଉଭୟ ସାଧାରଣ ପୋଷାକ ପିନ୍ଧିଥିବା ଦେଖାଯାଇଛି। ଏହା ସହିତ ଉଭୟଙ୍କୁ ବିମାନରେ ମଧ୍ୟ ଏକାଠି ଦେଖାଯାଇଛି।

 

Read More
{}{}