Hindi News >>Home >>Odisha Entertainment

Thalapathyଙ୍କ ବିପକ୍ଷରେ ତାମିଲ ଡେବ୍ୟୁ କରିବେ ସଞ୍ଜୁବାବା, ଜାଣନ୍ତୁ କ'ଣ ରହିଛି ଫିଲ୍ମର ଟାଇଟେଲ ?

Thalapathy 67: ସାଉଥ ଅଭିନେତା ବିଜୟ ଥାଲପଥିଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ଥାଲାପାଥି ୬୭ର ଅଫିସିଆଲ୍ ଘୋଷଣାର ଗୋଟିଏ ଦିନ ପରେ ନିର୍ମାତାମାନେ ଆଉ ଏକ ବଡ ଘୋଷଣା କରିଛନ୍ତି ।  ଏହି ଫିଲ୍ମର ଗୁରୁତ୍ବପୁର୍ଣ୍ଣ ଭୂମିକାରେ ନଜର ଆସିବେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ।  ଖବର ଅନୁଯାୟୀ, ସଞ୍ଜୁବାବା ଫିଲ୍ମର ଭିଲେନ୍ ଭୂମିକାରେ ଅଭିନୟ କରିବେ  । ଏହା ସଞ୍ଜୟ ଦତ୍ତଙ୍କର ପ୍ରଥମ ସାଉଥ ଫିଲ୍ମ ନୁହେଁ, ଏହା ପୂର୍ବରୁ ସେ କନ୍ନଡ ଚଳଚ୍ଚିତ୍ର କେଜିଏଫ ଚାପ୍ଟର ୨ରେ ମଧ୍ୟ ଲିଡ୍ ଭୂମିକାରେ ଅଭିନୟ କରିଥିଲେ । ଏ-ନେଇ ଫିଲ୍ମର ଟିମ ପକ୍ଷରୁ ମଧ୍ୟ ଏକ ଘୋଷଣା କରାଯାଇଛି । 

Advertisement
ସୌଜନ୍ୟ- ସୋସିଆଲ ମିଡିଆ
Stop
Zee Odisha Desk|Updated: Jan 31, 2023, 07:16 PM IST

Thalapathy 67: ସାଉଥ ଅଭିନେତା ବିଜୟ ଥାଲପଥିଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ଥାଲାପାଥି ୬୭ର ଅଫିସିଆଲ୍ ଘୋଷଣାର ଗୋଟିଏ ଦିନ ପରେ ନିର୍ମାତାମାନେ ଆଉ ଏକ ବଡ ଘୋଷଣା କରିଛନ୍ତି ।  ଏହି ଫିଲ୍ମର ଗୁରୁତ୍ବପୁର୍ଣ୍ଣ ଭୂମିକାରେ ନଜର ଆସିବେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ।  ଖବର ଅନୁଯାୟୀ, ସଞ୍ଜୁବାବା ଫିଲ୍ମର ଭିଲେନ୍ ଭୂମିକାରେ ଅଭିନୟ କରିବେ  । ଏହା ସଞ୍ଜୟ ଦତ୍ତଙ୍କର ପ୍ରଥମ ସାଉଥ ଫିଲ୍ମ ନୁହେଁ, ଏହା ପୂର୍ବରୁ ସେ କନ୍ନଡ ଚଳଚ୍ଚିତ୍ର କେଜିଏଫ ଚାପ୍ଟର ୨ରେ ମଧ୍ୟ ଲିଡ୍ ଭୂମିକାରେ ଅଭିନୟ କରିଥିଲେ । ଏ-ନେଇ ଫିଲ୍ମର ଟିମ ପକ୍ଷରୁ ମଧ୍ୟ ଏକ ଘୋଷଣା କରାଯାଇଛି । ଏନେଇ ସେଭେନ୍ ସ୍କ୍ରିନ ଷ୍ଟୁଡିଓ ପକ୍ଷରୁ ମଧ୍ୟ ଟୁଇଟ କରାଯାଇଛି । ଟୁଇଟରେ ଏହା ଲେଖା ଯାଇଛି ଯେ, "ତାମିଲ ଫିଲ୍ମକୁ  ସଞ୍ଜୟ ଦତ୍ତ ସାରଙ୍କୁ ସ୍ବାଗତ ।  ଫିଲ୍ମ ଥାଲାପଥିର ଏକ ଅଂଶ ହୋଇଥିବାରୁ ଆମେ ଗର୍ବ ଅନୁଭବ କରୁଛୁ।"

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ନିକଟରେ  କର୍କଟ ରୋଗକୁ ହରାଇଛନ୍ତି। ୨୦୨୦ରେ ତାଙ୍କର ଷ୍ଟେଜ୍-୪ ଫୁସଫୁସ କର୍କଟ ହୋଇଥିଲା। ଅଭିନେତାଙ୍କୁ କର୍କଟ ରୋଗ ହୋଇଥିବା ଜାଣିବା ପରେ ପୂରା ଦତ୍ତ ପରିବାରକୁ ଶକ୍ତ ଧକ୍କା ଲାଗିଥିଲା। କିନ୍ତୁ ଏହି କଷ୍ଟ ସମୟରେ ସଞ୍ଜୟ ସାହସର ସହିତ କର୍କଟ ରୋଗ ସହ ଲଢ଼ିଥିଲେ। ସେ ନିଜ ମନକୁ ଶକ୍ତ କରିବା ସହ ପରିବାରର ସାହସକୁ ଭାଙ୍ଗିବାକୁ ଦେଇ ନଥିଲେ। କିନ୍ତୁ କର୍କଟ ରୋଗ ହୋଇଥିବା ଜାଣିବାର ପ୍ରଥମ ଦିନ ସେ ଚିକିତ୍ସା କରାଇବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା କଥା ଆପଣ ଜାଣନ୍ତି କି?

 ଏହାବି ପଢନ୍ତୁ : Pathaan Box Office Collection: ରିଲିଜର ସପ୍ତମ ଦିନରେ କମିନି ‘ପଠାନ’ର ଜଲୱା, ଜାଣନ୍ତୁ କେତେ କଲା କଲେକସନ୍ ?

 

କର୍କଟ ରୋଗ ହୋଇଥିବା ଜାଣିବାର ପ୍ରଥମ ଦିନ ସେ ଚିକିତ୍ସା କରାଇବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ଏକଥା ନିଜେ ସଞ୍ଜୟ ସମସ୍ତଙ୍କୁ ଜଣାଇଛନ୍ତି। ସଞ୍ଜୟ ଦତ୍ତ ତାଙ୍କ ଭଉଣୀ ପ୍ରିୟାଙ୍କ ସହିତ ଏକ ହସ୍ପିଟାଲର କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ସେଠାରେ ଅଭିନେତା ତାଙ୍କର କର୍କଟ ରୋଗ ସହ ଲଢ଼ିବାର ଯାତ୍ରା ବିଷୟରେ କହିଥିଲେ। ସଞ୍ଜୟଙ୍କୁ ଚିକିତ୍ସା କରିଥିବା ଡାକ୍ତର ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେଠାରେ ସଞ୍ଜୟ ଦତ୍ତଙ୍କୁ ପଚରାଯାଇଥିଲା ଯେ, ସେ କର୍କଟ ରୋଗ ବିଷୟରେ ଜାଣିବା ପରେ କିପରି ପ୍ରତିକ୍ରିୟା ଦେଇଥିଲେ? ଏହାର ଉତ୍ତର ଦେଇ ଅଭିନେତା କହିଥିଲେ, ମୋର ପ୍ରଥମେ ଅଣ୍ଟାରେ ଯନ୍ତ୍ରଣା ହୋଇଥିଲା। ଏହା ପରେ ମୁଁ ଗରମ ପାଣି ବୋତଲ ସେକ ଦେଇ ଏହାର ଚିକିତ୍ସା କରୁଥିଲି। ଏହାର କିଛି ଦିନ ପରେ ମୁଁ ନିଶ୍ୱାସ ନେଇ ପାରିଲି ନାହିଁ। ମୋତେ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ କର୍କଟ ବିଷୟରେ ମୋତେ ସମ୍ପୂର୍ଣ୍ଣ ସୂଚନା ଦିଆଯାଇ ନଥିଲା। ମୁଁ ସେତେବେଳେ ଡାକ୍ତରଖାନାରେ ଏକୁଟିଆ ଥିଲି। 

ହଠାତ୍ ଜଣେ ବ୍ୟକ୍ତି ଆସି ମୋତେ କର୍କଟ ହୋଇଥିବା କହିଥିଲେ। ସେତେବେଳେ ମୋ ପତ୍ନୀ ଦୁବାଇରେ ଥିଲେ। ମୋ ପୂର୍ବରୁ ମୋ ମା’ ଓ ମୋ ପତ୍ନୀ ରିଚା ଶର୍ମା ମଧ୍ୟ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ମୋତେ ବି କର୍କଟ ହୋଇଥିବା ଜାଣି ମୁଁ କେମୋଥେରାପି ନେବାକୁ ଚାହୁଁ ନଥିଲି। ମରିବାର ଥିଲେ ମରିଯିବି, ହେଲେ ଚିକିତ୍ସା କରାଇବିନି ବୋଲି ମୁଁ କହିଥିଲି। ହେଲେ ମୋର ଏହି ନିଷ୍ପତ୍ତି ପାଇଁ ମୋ ପରିବାର ଭାଙ୍ଗିଯାଇଥିଲା। ସମସ୍ତେ ଚାପଗ୍ରସ୍ତ ହୋଇପଡ଼ିଥିଲେ। ଏସବୁ ଦେଖି ମୁଁ ମୋ ନିଷ୍ପତ୍ତି ବଦଳାଇଥିଲି।

Read More
{}{}