Hindi News >>Home >>Odisha Entertainment

Samantha Ruth Prabhu And Naga Chaitanya: ଯୋଡି ହେବ କି ଭାଙ୍ଗି ଯାଇଥିବା ସମ୍ପର୍କ ? ପୁଣି ଏକାଠି ହେବେ ସାମନ୍ଥା ନାଗା !

Samantha Ruth Prabhu And Naga Chaitanya: ସାଉଥ ଇଣ୍ତଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା । ବର୍ତ୍ତମାନ ସେ ମାୟୋସିଟିସ୍ (Myositis) ରୋଗ ସହ ସଂଗ୍ରାମ କରୁଛନ୍ତି । ଗତ କିଛି ଦିନ ତଳେ ସେ ଏହି ଖବର ଇନଷ୍ଟା ମାଧ୍ୟମରେ ନିଜ ଫ୍ୟାନ୍ସଙ୍କୁ ଜଣାଇ ଥିଲେ।

Advertisement
 Samantha Ruth Prabhu And Naga Chaitanya: ଯୋଡି ହେବ କି ଭାଙ୍ଗି ଯାଇଥିବା ସମ୍ପର୍କ ? ପୁଣି ଏକାଠି ହେବେ ସାମନ୍ଥା ନାଗା !
Stop
Zee Odisha Desk|Updated: Nov 10, 2022, 12:24 PM IST

Samantha Ruth Prabhu And Naga Chaitanya: ସାଉଥ ଇଣ୍ତଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା । ବର୍ତ୍ତମାନ ସେ ମାୟୋସିଟିସ୍ (Myositis) ରୋଗ ସହ ସଂଗ୍ରାମ କରୁଛନ୍ତି । ଗତ କିଛି ଦିନ ତଳେ ସେ ଏହି ଖବର ଇନଷ୍ଟା ମାଧ୍ୟମରେ ନିଜ ଫ୍ୟାନ୍ସଙ୍କୁ ଜଣାଇ ଥିଲେ। ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି ଯେ, ସାମନ୍ଥାଙ୍କ ସହ ତାଙ୍କ ପୂର୍ବତନ ସ୍ବାମୀ ତଥା ଅଭିନେତା ନାଗା ଚୌତନ୍ୟଙ୍କୁ ଗୋଟିଏ ପରଦାରେ ଦେଖିବାକୁ ପାଇବେ ଦର୍ଶକ । ଏହି ଖବର ଶୁଣି ଫ୍ୟାନ୍ସ ମାନେ ମଧ୍ୟ ଫିଲ୍ମକୁ ଉତ୍ସାହ ସହ ଅପେକ୍ଷା କରିଛନ୍ତି । ବିବାହ ବିଚ୍ଛେଦର ଦିର୍ଘ ଦିନ ପରେ ଦୁହେଁ ପ୍ରଥମ ଥର ଏକାଠି ସ୍କ୍ରିନ ସେୟାର କରିବେ। 

ଏହି ଫିଲ୍ମ ପାଇଁ ଏକାଠି ହେଉଛନ୍ତି ସାମନ୍ଥା ଓ ନାଗା ଚୌତନ୍ୟ :
ସାମନ୍ଥା ମାୟୋସିଟିସ୍ ରୋଗରେ ପୀଡିତ ଅଛନ୍ତି । ଏବେ ସେ ଚିକିତ୍ସାଧିନ ଅଛନ୍ତି ଅଭିନେତ୍ରୀ । ତେବେ,ବର୍ତ୍ତମାନ ଖବର ଆସୁଛି ଯେ, ସାମନ୍ଥା ଓ ନାଗା ଏକ ଫିଲ୍ମ ପାଇଁ ଏକାଠି କାମ କରିବେ। କିନ୍ତୁ ଏ ପର୍ଯ୍ୟନ୍ତ ଫିଲ୍ମର ନାଁ ଘୋଷଣା ହୋଇ ନାହିଁ । କି ଉଭୟଙ୍କ ପକ୍ଷରୁ ଫିଲ୍ମ ନେଇ କୌଣସି ଅଧିକ ସୂଚନା ଦିଆଯାଇ ନାହିଁ। 

ଏହାବି ପଢନ୍ତୁ : Ranbir Kapoor And Alia Bhatt: Cute Princessକୁ ସାଙ୍ଗର ଧରି ଘରକୁ ଫେରିଲେ ରଣବୀର ଆଲିଆ

ସାମନ୍ଥାଙ୍କ ଅସୁସ୍ଥତା ନେଇ ଚିନ୍ତିତ ନାଗା :
ସାଉଥ୍‌ ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ଯୋଡି ଥିଲେ ସାମନ୍ଥ ଓ ନାଗା । ହେଲେ ଦୁହେଁ ଅଲଗା ହୋଇଯାଇଛନ୍ତି। ଉଭୟ ଛାଡପତ୍ର ନେବାକୁ ଘୋଷଣା କରିଥିଲେ। କିନ୍ତୁ ସାମନ୍ଥାଙ୍କ ଅସୁସ୍ଥତା ନେଇ  ଏବେ ଚିନ୍ତିତ ଅଛନ୍ତି ନାଗା । କୁହାଯାଉଛି କି କୁଆଡେ ନାଗା କଲ୍‌ କରି ତାଙ୍କ ସ୍ଵାସ୍ଥ୍ୟ ବିଷୟରେ ପଚାରିଥିଲେ।  ଏହି ସମୟରେ, ପ୍ରଶଂସକମାନେ ମଧ୍ୟ ଆଶା କରୁଛନ୍ତି କି ଦୁହେଁ ପୁଣି ଥରେ ଏକାଠି ହୋଇ ଯାଆନ୍ତୁ। ୨୦୧୭ରେ ସାମନ୍ଥା ଓ ନାଗା ବିବାହ କରିଥିଲେ। କିନ୍ତୁ ୨୦୨୧ରେ ଉଭୟେ ଛାଡପତ୍ର ନେବା ପାଇଁ ଘୋଷଣା କରିଥିଲେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବର୍ତ୍ତମାନ ଦୁହେଁ ସେମାନଙ୍କ ଜୀବନରେ ଆଗକୁ ବଢିଛନ୍ତି । ଏବଂ ନିଜ ବୃତ୍ତିରେ ବ୍ୟସ୍ତ ରହିଛନ୍ତି। 

ଯଦି ଆମେ ସାମନ୍ଥାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ,ତେବେ ସାମନ୍ଥାଙ୍କ ହାତରେ ବର୍ତ୍ତମାନ ଅନେକ ବଡ ପ୍ରୋଜେକ୍ଟ ରହିଛି । 'ୟଶୋଦା' ବ୍ୟତୀତ ସେ 'ସକୁନ୍ତଳମ୍', 'ଚିତାଡେଲ', 'ଆରେଜମେଣ୍ଟସ ଅଫ ଲଭ୍' ଓ' ଖୁସି'ରେ ନଜର ଆସିବେ । ସକୁନ୍ତଳମ୍ ଫିଲ୍ମଟି ଏକ ପୌରାଣିକ ଚଳଚ୍ଚିତ୍ର। ଯେଉଁଥିରେ ଲିଡ୍ ରୋଲରେ ନଜର ଆସିବେ ସାମନ୍ଥା । ଏହି ଚଳଚ୍ଚିତ୍ରଟି ଗୁନାସେଖରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ପ୍ରାଚୀନ ଭାରତୀୟ କବି କାଳିଦାସଙ୍କ ଦ୍ୱାରା ଲିଖିତ ଶକୁନ୍ତଳାଙ୍କ ଲୋକପ୍ରିୟ କାହାଣୀ ଉପରେ ଆଧାରିତ। ସାମନ୍ଥାଙ୍କ ଅଭିନୀତ ଫିଲ୍ମ 'ୟଶୋଦା' ଆସନ୍ତାକାଲି (ନଭେମ୍ବର ୧୧)ରେ ରିଲିଜ୍ ହେବ । 

Read More
{}{}