Hindi News >>Home >>Odisha Entertainment

ନାଗାଙ୍କ ଆଫେୟାର ଖବରରେ ନାଟକୀୟ ମୋଡ଼, ସମନ୍ଥା ଦେଲେ ଏମିତି ଉତ୍ତର

ଗତ କିଛି ଦିନ ହେବ ନାଗା ଚୈତନ୍ୟ ଓ ମେରଜ ଫେମ ସୋବିତା ଧୁଲିପାଲାଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ହେଉଛି। ସୋବିତାଙ୍କୁ ନାଗା ଡେଟ୍ କରୁଥିବା କୁହାଯାଉଛି।

Advertisement
ଡିଜାଇନ୍ ଫଟୋ
Stop
Zee Odisha Desk|Updated: Jun 21, 2022, 03:05 PM IST

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ନାଗା ଚୈତନ୍ୟଙ୍କ ଆଫେୟାରକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି। କିନ୍ତୁ ଏହି ଆଫେୟାର ଖବରରେ ଏକ ନାଟକୀୟ ମୋଡ ଆସିଛି। ନାଗାଙ୍କ ପୂର୍ବ ପତ୍ନୀ ତଥା ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ପ୍ରତିକ୍ରିୟା ଦେଇଛନ୍ତି। ମଙ୍ଗଳବାର ସେ ଟ୍ରୋଲର୍ସଙ୍କୁ ମୁହଁତୋଡ୍ ଜବାବ ଦେବା ସହ ପୁରୁଷ ପ୍ରାଧାନ୍ୟ ସମାଜ ପାଇଁ ଏକ ସକରାତ୍ମକ ବାର୍ତ୍ତା ଦେଇଛନ୍ତି।

ଗତ କିଛି ଦିନ ହେବ ନାଗା ଚୈତନ୍ୟ ଓ ମେରଜ ଫେମ ସୋବିତା ଧୁଲିପାଲାଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ହେଉଛି। ସୋବିତାଙ୍କୁ ନାଗା ଡେଟ୍ କରୁଥିବା କୁହାଯାଉଛି। ସୂତ୍ରାନୁସାରେ, ନାଗା ଓ ସୋବିତାଙ୍କୁ ହାଇଦ୍ରାବାଦର ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳିଛି। ସେମାନେ ପରସ୍ପର ସହ ସମୟ ବିତାଇ ଖୁସିଅଛନ୍ତି। ନାଗା ଓ ସୋବିତାଙ୍କ ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

Also Read: ମହଙ୍ଗା ପଡିଲା ସର୍ଜରୀ! ନିଜକୁ ନିଜେ ଚିହ୍ନି ପାରୁନାହାନ୍ତି ଅଭିନେତ୍ରୀ ସ୍ୱାତୀ

ସେପଟେ ନାଗାଙ୍କ ଫ୍ୟାନ୍ସ ଦାବି କରିଛନ୍ତି ଯେ, ସେମାନଙ୍କ ଫେବରେଟ୍ ଆକ୍ଟରଙ୍କୁ ବଦନାମ କରିବା ପାଇଁ ସମନ୍ଥା ମିଥ୍ୟା ଖବର ପ୍ରଚାର କରୁଛନ୍ତି। ଏହା ପଛରେ ସମନ୍ଥାଙ୍କ ପିଆର୍ ଟିମ କାମ କରୁଥିବା ଟ୍ୱିଟର ୟୁଜର୍ସ ଅଭିଯୋଗ ଆଣିଛନ୍ତି। ତେବେ ନାଗା ଫ୍ୟାନ୍ସଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ମଙ୍ଗଳବାର ସମନ୍ଥା ଟ୍ୱିଟ କରିଛନ୍ତି। ଟ୍ରୋଲର୍ସ ତଥା ନାଗା ଫ୍ୟାନ୍ସ ଓ ପୁରୁଷ ପ୍ରାଧାନ୍ୟ ସମାଜକୁ ମୁହଁତୋଡ ଜବାବ ଦେଇଛନ୍ତି।

 

ସମସ୍ଥା କହିଛନ୍ତି, 'ଜଣେ ଝିଅ ଉପରେ ରିୟୁମର୍ସ ହେଲେ ତାହା ସତ! ଆଉ ତାହା ପୁଅଙ୍କ ଉପରେ ହେଲେ ଏଥିପାଇଁ ଝିଅଙ୍କୁ ଦୋଷ ଦିଆଯାଏ। ପରିପକ୍ୱ ହୁଅନ୍ତୁ... ଯେଉଁମାନଙ୍କ ବିଷୟରେ ଆଲୋଚନା ହେଉଛି ସେମାନେ ଆଗକୁ ବଢିଯିବେ... ଆପଣମାନେ ମଧ୍ୟ ଆଗକୁ ବଢିଯିବା ଉଚିତ! ନିଜ କାର୍ଯ୍ୟ ଓ ପରିବାର ଉପରେ ଧ୍ୟାନ ଦିଅନ୍ତୁ... ଆଗକୁ ମାଡି ଚାଲନ୍ତୁ!'

Also Read: Brahmastra:ମନ୍ଦିର ସିନ୍ ରେ କାହିଁକି ଜୋତା ପିନ୍ଧିଥିଲେ ରଣବୀର, କାରଣ କହିଲେ ନିର୍ମାତା

ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବରରେ ଉଭୟ ସେଲିବ୍ରିଟି ଅଲଗା ହୋଇଥିଲେ। ସୋସିଆଲ ମିଡିଆରେ ନାଗା ଚୈତନ୍ୟ ଏବଂ ସମନ୍ଥା ପୋଷ୍ଟ କରି ବିବାହ ବିଚ୍ଛେଦ ନେଇ ସୂଚନା ଦେଇଥିଲେ। ଏହାରି ମଧ୍ୟରେ ନାଗା ଓ ସମନ୍ଥାଙ୍କ ଏକାଧିକ ପ୍ରଜେକ୍ଟରେ କାମ କରିଛନ୍ତି। ନିକଟରେ ନାଗା ଚୈତନ୍ୟ ଓ ସାଇ ପଲ୍ଲବୀଙ୍କ ଲଭ୍ ଷ୍ଟୋରୀ ଫିଲ୍ମ ରିଲିଜ ହୋଇଛି। ସେପଟେ ସମନ୍ଥାଙ୍କ ପାଖରେ ଶଙ୍କୁନ୍ତଲାମ, ଖୁସି, ୟୋଶୋଦା ପରି ପ୍ରଜେକ୍ଟ ଅଛି। 

 

 

Read More
{}{}