Hindi News >>Home >>Odisha Entertainment

Bollywood: ବଲିଉଡରେ ଏଣ୍ଟ୍ରି ମାରିବେ ଅଲିଜେ, ଜାଣନ୍ତୁ ସେ କିଏ, ସଲମାନଙ୍କ ସହ ରହିଛି ତାଙ୍କର କି ସମ୍ପର୍କ ?

Bollywood: ବଲିଉଡ୍ ଅଭିନେତା ସଲମାନ ଖାନ୍ । ତାଙ୍କୁ କିଏ ବା ନ ଜାଣେ। ବିଦେଶରେ ମଧ୍ୟ ରହିଛନ୍ତି ସଲୁମିଆଁଙ୍କ ପ୍ରଶଂସକ । ଦବଙ୍ଗ ଖାନ୍, ନିଜ ଭଉଣୀର ଅର୍ପିତାଙ୍କ ସ୍ବାମୀ ଅର୍ଥାତ୍ ଭିଣେଇ ଆୟୁସ ଶର୍ମାଙ୍କୁ ମଧ୍ୟ ବଲିଉଡରେ ଏଣ୍ଟ୍ରି କରାଇଥିଲେ। ଆଉ ଏବେ ନିଜ ଭାଇ ଅରବାଜ୍ ଖାନ ଓ ଭାଉଜ ମଲାଇକା ଆରୋରାଙ୍କ ପୁଅ ଆରହାନ୍ ଙ୍କୁ ଖୁବଶିଘ୍ର ବଲିଉଡ୍ ରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

Advertisement
Bollywood: ବଲିଉଡରେ ଏଣ୍ଟ୍ରି ମାରିବେ ଅଲିଜେ, ଜାଣନ୍ତୁ ସେ କିଏ, ସଲମାନଙ୍କ ସହ ରହିଛି ତାଙ୍କର କି ସମ୍ପର୍କ ?
Stop
Zee Odisha Desk|Updated: Nov 23, 2022, 09:02 AM IST

Bollywood: ବଲିଉଡ୍ ଅଭିନେତା ସଲମାନ ଖାନ୍ । ତାଙ୍କୁ କିଏ ବା ନ ଜାଣେ। ବିଦେଶରେ ମଧ୍ୟ ରହିଛନ୍ତି ସଲୁମିଆଁଙ୍କ ପ୍ରଶଂସକ । ଦବଙ୍ଗ ଖାନ୍, ନିଜ ଭଉଣୀର ଅର୍ପିତାଙ୍କ ସ୍ବାମୀ ଅର୍ଥାତ୍ ଭିଣେଇ ଆୟୁସ ଶର୍ମାଙ୍କୁ ମଧ୍ୟ ବଲିଉଡରେ ଏଣ୍ଟ୍ରି କରାଇଥିଲେ।  ଆଉ ଏବେ ନିଜ ଭାଇ ଅରବାଜ୍ ଖାନ ଓ ଭାଉଜ ମଲାଇକା ଆରୋରାଙ୍କ ପୁଅ  ଆରହାନ୍ ଙ୍କୁ ଖୁବଶିଘ୍ର ବଲିଉଡ୍ ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତେବେ, ଏହାରି ଭିତରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି, ସଲମାନଙ୍କ ଭାଣିଜି ମଧ୍ୟ ବଲିଉଡରେ ଏଣ୍ଟ୍ରି ମାରିବାକୁ ପ୍ରସ୍ତୁତ ହୋଇ ଗଲେଣୀ । ଖୁବଶିଘ୍ର ପରଦାକୁ ଆସିବେ ଅଲିଜେ ଅଗ୍ନିହୋତ୍ରୀ (Salman Khan's niece Alizeh Agnihotri)।

ଅଲଭିରାଙ୍କ ଝିଅ ହେଉଛନ୍ତି ଅଲିଜେ :
ଅଲିଜେ ଅଗ୍ନିହୋତ୍ରୀଙ୍କ ବଲିଉଡରେ ଡେବ୍ୟୁ କରିବେ ବୋଲି ନିକଟରେ ଚର୍ଚ୍ଚା ଜୋର ଧରିଥିଲା। ବର୍ତ୍ତମାନ ଏହି ପ୍ରସଙ୍ଗରେ ଏକ ଅଫିସିଆର ଘୋଷଣା ହୋଇଛି । ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ, ଅଲିଜେ ଜାତୀୟ ପୁରସ୍କାରପ୍ରାପ୍ତ ସୌମେନ୍ଦ୍ର ପାଢୀଙ୍କ ନିର୍ଦ୍ଦେଶିତ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ, ଏହି ଫିଲ୍ମର କାମ ଆରମ୍ଭ ହୋଇ ସାରିଛି । କିନ୍ତୁ ଫିଲ୍ମର ନାଁ ଏ-ପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ । 

  ଏହାବି ପଢନ୍ତୁ : Bollywood: ଦିନେ ଦୀପାବଳି ପାଳିବାକୁ ପାଖରେ ନ ଥିଲା ପଇସା, ହେଲେ ଆଜି କୋଟି କୋଟି ଟଙ୍କାରେ ଖେଳୁଛନ୍ତି ଏହି ସେଲିବ୍ରେଟି

  ଏହାବି ପଢନ୍ତୁ : Hema Malini: ଦୁଇ ଦିନରେ ଡ୍ରିମ୍ ଗର୍ଲଙ୍କୁ ମିଳିଲା ଦୁଇଟି ଆଓ୍ବାର୍ଡ, ଏହି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନୀତ ହେଲେ ହେମା

୨୨ ବର୍ଷରେ କ୍ୟାରିୟର ଆରମ୍ଭ କରିବେ ଅଲିଜେ :
ସଲମାନ ଖାନଙ୍କ ବଡ ଭଉଣୀ ଅଲଭିରା ଏବଂ ଅତୁଲ ଅଗ୍ନିହୋତ୍ରୀଙ୍କ ଝିଅ ହେଉଛନ୍ତି ଅଲିଜେ । ଉଲ୍ଲେଖଥାଉ କି, ଅଲିଜେଙ୍କ ପିତା ଅତୁଲ ଅଗ୍ନିହୋତ୍ରୀ ମଧ୍ୟ ସିନେମା ଜଗତର ଜଣେ ପ୍ରସିଦ୍ଧ ଅଭିନେତା। ସେ ନାନା ପାଟେକରଙ୍କ ସହ ଫିଲ୍ମ 'କ୍ରାନ୍ତିଭିର୍'ରେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ଅଲଭିରା ମଧ୍ୟ ଜଣେ ଜଣେ ଚଳଚ୍ଚିତ୍ର ନିର୍ମାତା ଏବଂ ବୃତ୍ତିରେ ଫ୍ୟାଶନ ଡିଜାଇନର୍।

'ଜାମତାରା' ନିର୍ଦ୍ଦେଶକଙ୍କ ସହିତ କାମ କରିବେ ଅଲିଜେ :
ଅଲିଜେଙ୍କ ଫିଲ୍ମ ୨୦୨୩ରେ ରିଲିଜ ହେବାକୁ ଯାଉଛି। ଏହା ଆଲିଜାଙ୍କ ଡେବ୍ୟୁ ଫିଲ୍ମ ହେବ । ସୌମେନ୍ଦ୍ର ପାଢୀ ପାଢୀଙ୍କ ଦ୍ବାରା ନିର୍ଦ୍ଦେଶିତ ୱେବ୍ ସିରିଜ୍ 'ଜାମତାରା' ପାର୍ଟ ୧ ଓ ପାର୍ଟ ୨ ପାଇଁ ସେ ଜଣାଶୁଣା । ଚଳଚ୍ଚିତ୍ର 'ବୁଦ୍ଧିଆ ସିଂ' ମଧ୍ୟ ସୌମେନ୍ଦ୍ରଙ୍କର ଆଉ ଏକ ବଡ ଅବଦାନ ବୋଲି କୁହାଯାଇପାରିବ।

  ଏହାବି ପଢନ୍ତୁ : Urvashi Rautela Post: ଭଗବାନଙ୍କ ସାମ୍ନାରେ ହାତ ଯୋଡିଲେ ଉର୍ବଶୀ, କହିଲେ ଭଗବାନଙ୍କୁ କ'ଣ ମାଗିବି, ୟୁଜର୍ସ କହିଲେ....

  ଏହାବି ପଢନ୍ତୁ : Happy Birthday Karthik Aryan: ୧୧ ବର୍ଷ କ୍ୟାରିୟରରେ ୫ ଗର୍ଲଫ୍ରେଣ୍ତ, ଜାଣନ୍ତୁ କେଉଁ କେଉଁ ଅଭିନେତ୍ରୀଙ୍କ ସହ ଥିଲା Affairs ?

Read More
{}{}