Hindi News >>Home >>Odisha Entertainment

Salaar Vs Dunki: ଫ୍ୟାନ୍ସଙ୍କ ହୃଦୟ ଜିତିବ କିଏ? ଗୋଟିଏ ଦିନରେ ପରଦାକୁ ଆସିବ ‘ସଲାର’-‘ଡୁଙ୍କି’

Salaar Vs Dunki: ସାଉଥ୍ ସୁପରଷ୍ଟାର ପ୍ରଭାସ୍ (prabhas) ଦେଲେ ଗୁଡ଼ ନ୍ୟୁଜ୍। ବହୁ ପ୍ରତିକ୍ଷାର ଘଟିଲା ଅନ୍ତ।  ରିଲିଜ୍ ହେଲା  'ସଲାର' ର ଦମଦାର୍ ଟ୍ରେଲର (Salaar Part 1: Ceasefire trailer)। ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ(prabhas) ବହୁ ପ୍ରତିକ୍ଷିତ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି। ଯାହାକୁ ଦେଖି ଫ୍ୟାନ୍ସଙ୍କ ଉତ୍ସାହ ବେଶ୍ ବଢି ଯାଇଛି। 

Advertisement
Salaar Vs Dunki: ଫ୍ୟାନ୍ସଙ୍କ ହୃଦୟ ଜିତିବ କିଏ? ଗୋଟିଏ ଦିନରେ ପରଦାକୁ ଆସିବ ‘ସଲାର’-‘ଡୁଙ୍କି’
Stop
Zee Odisha Desk|Updated: Dec 02, 2023, 01:18 PM IST

Salaar Vs Dunki: ସାଉଥ୍ ସୁପରଷ୍ଟାର ପ୍ରଭାସ୍ (prabhas) ଦେଲେ ଗୁଡ଼ ନ୍ୟୁଜ୍। ବହୁ ପ୍ରତିକ୍ଷାର ଘଟିଲା ଅନ୍ତ।  ରିଲିଜ୍ ହେଲା  'ସଲାର' ର ଦମଦାର୍ ଟ୍ରେଲର (Salaar Part 1: Ceasefire trailer)। ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ(prabhas) ବହୁ ପ୍ରତିକ୍ଷିତ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି। ଯାହାକୁ ଦେଖି ଫ୍ୟାନ୍ସଙ୍କ ଉତ୍ସାହ ବେଶ୍ ବଢି ଯାଇଛି। 

 

 
 
 
 

 
 
 
 
 
 
 
 
 
 
 

A post shared by Prabhas (@actorprabhas)

Also Read: Animal vs Sam Bahadur: ଜାଣନ୍ତୁ ‘ଆନିମଲ’ ନା 'ସାମ୍ ବାହାଦୂର' ରିଲିଜ ଦିନ କାହାର ପଲ୍ଲା ରହିଲା ଭାରି

ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ସଲାର ପାର୍ଟ-୧ ପ୍ରଭାସଙ୍କ (Salaar Part 1: Ceasefire trailer) ବ୍ୟତିତ ଏହି ଫିଲ୍ମରେ ମାଲାୟଲମ୍ ସୁପରଷ୍ଟାର ପୃଥ୍ବୀରାଜ୍  (prithviraj) ମଧ୍ୟ ନଜର ଆସିବେ।  ଏହା ତାଙ୍କର ତେଲୁଗୁ ଡେବ୍ୟୁ ହେବ। ଏମାନଙ୍କ ବ୍ୟତୀତ ଶ୍ରୁତି ହାସନ, ଜଗପତି ବାବୁ, ଈଶ୍ୱରୀ ରାଓ ଓ ଶ୍ରୀୟା ରେଡ୍ଡୀ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଟ୍ରେଲରରୁ ଏହା ସ୍ପଷ୍ଟ ହେଉଛି ଯେ,  ଏହା ହେଉଛି ଦୁଇ ସାଙ୍ଗଙ୍କ କାହାଣୀ, ଯେଉଁମାନେ ପରେ ପରସ୍ପରର ଶତ୍ରୁ ପାଲଟି ଯାଉଛନ୍ତି। ତେବେ, ଏହି ଫିଲ୍ମଟି ବନ୍ଧୁତା ଉପରେ ଆଧାରିତ ବୋଲି କୁହାଯାଇପାରିବ। ଏହି ଫିଲ୍ମଟି ଚଳିତ ମାସ ୨୨ରେ ରିଲିଜ୍ ହେବ। ଏହି ମୁଭିରେ ଆକ୍ସନ ଓ ରୋମାଞ୍ଚ ବି ଦେଖିବାକୁ ମିଳିବ ।

କିଙ୍ଗ ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ଡୁଙ୍କି’ (Dunki)ବି ଏହି ଦିନ ରିଲିଜ୍ ହେବ ବୋଲି ଜଣାପଡି଼ଛି।  ଖ୍ରୀଷ୍ଟମାସ ଅବସରରେ କିଙ୍ଗ ଖାନଙ୍କ ଅଭିନୀତ ଏହି ଫିଲ୍ମ ପରଦାକୁ ଆସିବ । ତେବେ, ଏହି ଫିଲ୍ମ ପାଇଁ ଶାହାରୁକ୍ ୧୦୦ କୋଟି ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।  ତେବେ, ଏହି ଫିଲ୍ମରେ ଶାହାରୁଖ୍ ଖାନଙ୍କ ବ୍ୟତିତ ତାପସୀ ପନ୍ନୁ, ରାଜକୁମାର ହିରାନୀ, ଭିକି କୌଶଲ, ସତୀଶ ସାହା, ବୋମାନ୍ ଇରାନୀ ଓ ଜେରେମି ଓ୍ବିଲର (Jeremy Wheeler) ଭଳି ଅଭିନେତା ନଜର ଆସିବେ।  ତେବେ, ଏହି ଫିଲ୍ମଟି ପାଖାପାଖି ୩୦୦ କୋଟି ବଜେଟରେ ତିଆରି ହୋଇଛି ବୋଲି ଚର୍ଚ୍ଚା ହେଉଛି। ଫିଲ୍ମର କାହାଣୀ କନିକା ଦିଲୋନ, ରାଜକୁମାର ହିରାନୀ ଓ ଅଭିଜିତା ଯୋଶି ଲେଖିଛନ୍ତି। ଫିଲ୍ମଟିକୁ ରାଜକୁମାର ନିର୍ଦ୍ଦେଶନା ଦେଇଥିବା ବେଳେ ଗୌରୀ ଖାନ ଓ ରାଜ କୁମାର ହିରାନୀ ପ୍ରଯୋଜକ ରହିଛନ୍ତି। ଗୋଟିଏ ଦିନରେ ଦୁଇ ଦୁଇଟି ହାଇ ବଜେଟ୍ ଫିଲ୍ମ ପରଦାକୁ ଆସିବ।  ତେବେ,  ଦର୍ଶକ କେଉଁ ଫିଲ୍ମକୁ ଅଧିକ ଭଲପାଇବା ଦେବେ, ତାହା ଦେଖିବାକୁ ବାକି ରହିଲା।

 

Read More
{}{}