Hindi News >>Home >>Odisha Entertainment

Saifeena: ସୈଫ କରୀନାଙ୍କ ମଧ୍ୟରେ All Is Not Well, ବିବାହ ବିଚ୍ଛେଦ ନେଇ...

Saifeena:  ସୋସିଆଲ ମିଡିଆ ୟୁଜର୍ସ ବିଶ୍ୱାସ କରନ୍ତି ଯେ ସୈଫ କିଛି ଚଳଚ୍ଚିତ୍ର ପାଇଁ ଏହା କରିଥିବାବେଳେ କେତେକ ଏହା ଉପରେ ଖୋଳତାଡ଼ କରିବାକୁ ବାରଣ କରିନାହାଁନ୍ତି। ଜଣେ ସୋସିଆଲ ମିଡିଆ ୟୁଜର୍ସ କହିଛନ୍ତି ଯେ, 'ବର୍ତ୍ତମାନ ସମୟ ଆସିଛି।' ଅନ୍ୟ ଜଣେ ଲେଖିଛନ୍ତି, 'ଛାଡପତ୍ର ପାଇଁ ପ୍ରସ୍ତୁତି ଚାଲିଛି।  

Advertisement
Saifeena: ସୈଫ କରୀନାଙ୍କ ମଧ୍ୟରେ All Is Not Well, ବିବାହ ବିଚ୍ଛେଦ ନେଇ...
Stop
Rasmita Sahoo|Updated: May 14, 2024, 05:04 PM IST

Saifeena: ଯେତେବେଳେ ବଲିଉଡର ଚର୍ଚ୍ଚିତ ଦମ୍ପତିଙ୍କ କଥା ଆସେ, ସେତେବେଳେ ସୈଫ ଅଲ୍ଲି ଖାନ ଏବଂ କରୀନା କପୁର ଖାନଙ୍କ ନାମ ସବୁବେଳେ ନିଆଯାଏ । ଉଭୟ ପ୍ରାୟତଃ ସବୁ ସ୍ଥାନରେ ଏକାଠି ନଜର ଆସିଥାନ୍ତି। ବିବାହର ଏତେ ବର୍ଷ ପରେ ମଧ୍ୟ ଦୁହେଁ ରୋମାଣ୍ଟିକ୍ ପୋଜ୍ ଦେବାକୁ ଭୁଲନ୍ତି ନାହିଁ । କିନ୍ତୁ, ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିବା କଥା ସାମ୍ନାକୁ ଆସୁଛି ? ଏକଥା ଆମେ ନୁହେଁ ବରଂ ଗୋଟିଏ ଫଟୋ କହୁଛି । ଅର୍ଥାତ୍ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଫଟୋ ପରେ ପ୍ରଶଂସକମାନେ ଅନୁଭବ କରୁଛନ୍ତି ଯେ ଉଭୟଙ୍କ ମଧ୍ୟରେ କିଛି ଠିକ୍ ଚାଲିନି ଅର୍ଥାତ୍ ଦୁହିଁଙ୍କ ବିବାହ ସମ୍ପର୍କ ଭଲ ଚାଲିନାହିଁ। 

ସୈଫ ଅଲ୍ଲି ଖାନ ଏବଂ କରୀନା କପୁର ଖାନ ୧୬ ଅକ୍ଟୋବର ୨୦୧୨ ରେ ବିବାହ କରିଥିଲେ। ଏହା ଥିଲା ଅଭିନେତା ସୈଫ ଅଲ୍ଲି ଖାନଙ୍କ ଦ୍ୱିତୀୟ ବିବାହ। ଏହି ବିବାହ ପରେ ତାଙ୍କର ଦୁଇ ପୁଅ ତୈମୁର ଅଲ୍ଲି ଖାନ (Saif Ali Khan) ଏବଂ ଜାହାଙ୍ଗୀର ଅଲ୍ଲି ଖାନ ରହିଛନ୍ତି। କିନ୍ତୁ, ନିକଟରେ ଏକ ଫଟୋ ଭାଇରାଲ ହେବା ପରେ ଉଭୟଙ୍କ ମଧ୍ୟରେ ମତଭେଦ ଖବର ସାମ୍ନାକୁ ଆସିବାକୁ ଲାଗିଛି। ସେ ନିଜ ହାତରେ ଥିବା ଟାଟୁ ମାଧ୍ୟମରେ କରୀନାଙ୍କୁ କେତେ ଭଲ ପାଆନ୍ତି ବୋଲି ସୈଫ ପୂର୍ବରୁ ପ୍ରମାଣ କରି ସାରିଛନ୍ତି। କିନ୍ତୁ ନିକଟରେ କିଛି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ କରୀନାଙ୍କ ନାମରେ ଥିବା ଟାଟୁକୁ ଲିଭାଇ ଅନ୍ୟ ଏକ ଟାଟୁ କରିଥିବା ଦେଖିବାକୁ ମିଳିଛି।

ବାସ୍ତବରେ ସୈଫ ଅଲ୍ଲୀ ଖାନଙ୍କୁ ବିମାନବନ୍ଦରରେ ସ୍ପଟ୍ କରାଯାଇଥିଲା। ଯେଉଁଠାରୁ ତାଙ୍କର ଗୋଟିଏ ଭିଡିଓ ଭାଇରାଲ ହେଉଛି । ଭାଇରାଲ ଭିଡିଓରେ ଅଭିନେତାଙ୍କ ହାତରେ କରୀନାଙ୍କ ନାମ ଥିବା ଟାଟୁ ବଦଳରେ ଅନ୍ୟ ଏକ ଟାଟୁ ଦେଖିବାକୁ ମିଳିଛି, ଯାହା ଦେଖିବା ପରେ ପ୍ରଶଂସକମାନେ ସୈଫ ଅଲ୍ଲି ଖାନ ଏବଂ କରୀନା ଛାଡପତ୍ର(Kareena Kapoor Khan) ହେବାକୁ ଯାଉଛି ବୋଲି ମନ୍ତବ୍ୟ ଦେବା ଆରମ୍ଭ କରି ଦେଇଛନ୍ତି। କିଛି ସୋସିଆଲ ମିଡିଆ ୟୁଜର୍ସ ବିଶ୍ୱାସ କରନ୍ତି ଯେ ସୈଫ କିଛି ଚଳଚ୍ଚିତ୍ର ପାଇଁ ଏହା କରିଥିବାବେଳେ କେତେକ ଏହା ଉପରେ ଖୋଳତାଡ଼ କରିବାକୁ ବାରଣ କରିନାହାଁନ୍ତି। ଜଣେ ସୋସିଆଲ ମିଡିଆ ୟୁଜର୍ସ କହିଛନ୍ତି ଯେ, 'ବର୍ତ୍ତମାନ ସମୟ ଆସିଛି।' ଅନ୍ୟ ଜଣେ ଲେଖିଛନ୍ତି, 'ଛାଡପତ୍ର ପାଇଁ ପ୍ରସ୍ତୁତି ଚାଲିଛି।'

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସୈଫ ଅଲ୍ଲୀ ଖାନ ଦକ୍ଷିଣ ଫିଲ୍ମ(South Film) 'ଦେବରା'ରେ ନଜର ଆସିବେ। ତାଙ୍କ ସହ ଫିଲ୍ମରେ ଜାହ୍ନବୀ କପୁର ଏବଂ ଜୁନିଅର ଏନଟିଆର ମଧ୍ୟ ନଜର ଆସିବେ। କରୀନା କପୁର ଖାନଙ୍କ ବିଷୟରେ କହିବାକୁ ଗଲେ ନିକଟରେ ତାଙ୍କ ଫିଲ୍ମ 'କ୍ରୁ' (Movie Crew)ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଭଲ କଲେକ୍ସନ ମଧ୍ୟ କରିଥିଲା। 

Also Read: Dhanush And Aishwarya: ସଙ୍ଗୀନ ଅଭିଯୋଗ, ଜାଣିଶୁଣି ଦୁହେଁ ଦୁହିଁଙ୍କୁ ଦେଉଥିଲେ ଧୋକା

Also Read: Kaudi Shell: କଉଡ଼ିର ଏମିତି ବ୍ୟବହାର ଆପଣଙ୍କୁ କରିବ ଧନବାନ! ଜାଣନ୍ତୁ କେମିତି

{}{}