Hindi News >>Home >>Odisha Entertainment

Raveena Tandon: ଅଭିନେତ୍ରୀ ରବିନାଙ୍କ ନାମରେ ଆସିଲା ସଙ୍ଗୀନ ଅଭିଯୋଗ, ଜାଣନ୍ତୁ ମାମଲା

Raveena Tandon: ବଲିଉଡ ଅଭିନେତ୍ରୀ ରେଭେନା ଟଣ୍ଡନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକ ଅଭିନେତ୍ରୀ ଏବଂ ତାଙ୍କ ଡ୍ରାଇଭରଙ୍କୁ ତିନିଜଣ ମହିଳାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରୁଛନ୍ତି।  

Advertisement
Raveena Tandon
Stop
Zee Odisha Desk|Updated: Jun 02, 2024, 10:37 PM IST

Raveena Tandon: ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ୍ ଭିଡିଓରେ ରବିନାଙ୍କୁ କିଛିଲୋକ ଠେଲିବା ସହ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ମୁମ୍ବାଇର ବାନ୍ଦ୍ରା ଅଞ୍ଚଳର ବୋଲି କୁହାଯାଉଛି। ଏହି ଭାଇରାଲ ଭିଡିଓରେ କିଛିଲୋକ ରବିନାଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳୁଛି। ଏଥିସହିତ ଅଭିଯୋଗ କରୁଛନ୍ତି କି ରବିନାଙ୍କ ଗାଡ଼ି ଚାଳକ ଜଣେ ବୃଦ୍ଧା ଏବଂ ତାଙ୍କ ପରିବାର ଉପରେ ଆକ୍ରମଣ କରିଛନ୍ତି। ତେବେ ଭିଡିଓରେ ଜଣେ ବ୍ୟକ୍ତି କହୁଥିବା ଶୁଣିବାକୁ ମିଳିଛି ଯେ ରବିନା ଟଣ୍ଡନଙ୍କ ଡ୍ରାଇଭର ତାଙ୍କ ମା’ଙ୍କୁ ଆଘାତ ଦେଇଛନ୍ତି। ଆଉ କେହି ପୁଲିସକୁ ଡାକିବା କଥା କହୁଥିବା ବେଳେ ଜଣେ ରବିନାଙ୍କ ହାତ ଧରି ଟାଣିବା ସହିତ ଠେଲି ଦେଉଛନ୍ତି।

ରବିନାଙ୍କ ଗାଡ଼ି ଚାଳକଙ୍କ ବିରୋଧରେ ଅଭିଯୋଗ କରି ପୀଡ଼ିତ ମହମ୍ମଦ କହିଛନ୍ତି, “ମୁଁ ବାନ୍ଦ୍ରାରେ ରୁହେ। ମୋ ମା, ଭଉଣୀ ଏବଂ ଭଣିଜୀ ସମସ୍ତେ ଝିଅ ଦେଖିବାକୁ ଯାଇଥିଲେ। ସେମାନେ ସେଠାରୁ ଫେରୁଥିବା ବେଳେ ରବିନା ଟଣ୍ଡନଙ୍କ ଘର ନିକଟରେ ଅଭିନେତ୍ରୀଙ୍କ ଚାଳକ ମୋ ମା’ଙ୍କ ଉପରେ କାର ଚଢ଼ାଇ ଦେଇଥିଲେ।"

ଯେତେବେଳେ ମୁଁ ତାଙ୍କୁ ପଚାରିଥିଲି ତୁମେ କଣ କରୁଛ? ସେ ରାଗରେ ମୋ ଭଣିଜୀ ଉପରେ ଆକ୍ରମଣ କରି ମାଡ଼ ମାରିଥିଲେ। ଏହାପରେ ରବିନା ଘରୁ ବାହାରି ଆସି ମୋ ମା’ଙ୍କୁ ନିଶାରେ ମାଡ଼ ମାରିଥିଲେ। ଯେଉଁ କାରଣରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଥାନାରେ ଏନେଇ ମାମଲା ରୁଜୁ କରିବାକୁ ଯାଇଥିଲେ ସୁଦ୍ଧା ଆମର ଅଭିଯୋଗ ଗ୍ରହଣ କରାଯାଇ ନଥିଲା। ବରଂ ବୁଝାମଣା କରିବାକୁ କହି ପୋଲିସ ଆମକୁ ଫେରାଇ ଦେଇଥିଲା।’

ଏହି ଘଟଣାକୁ ନେଇ ଖାର ପୁଲିସ ଅଧିକାରୀ କହିଛନ୍ତି ଆମ ପାଖକୁ ମହମ୍ମଦଙ୍କ ପକ୍ଷରୁ କୌଣସି ପ୍ରକାର ଅଭିଯୋଗ ଆସିନାହିଁ।

ନ୍ୟୁଜ୍ 18 ର ରିପୋର୍ଟ ଅନୁଯାୟୀ, ରବିନା ଟଣ୍ଡନଙ୍କ ଅଭିଯୋଗର ସିସିଟିଭି ଫୁଟେଜ୍ ପ୍ରକାଶ ପାଇଛି। ସିସିଟିଭିରୁ ଫୁଟେଜରୁ ଜଣାପଡିଛି ଯେ ରବିନାଙ୍କ କାର ମହିଳାଙ୍କୁ ଧକ୍କା ଦେଇ ନାହିଁ। ଏଥିସହ ଫୁଟେଜରେ ଏହା ସ୍ପଷ୍ଟ ଭାବରେ ଦେଖାଯାଇପାରେ ଯେ ଡ୍ରାଇଭର କାରଟିକୁ ମହିଳାମାନଙ୍କ ଆଡକୁ ବୁଲାଇ କାରକୁ ରଖିଥିଲେ। କେବଳ ଏତିକି ନୁହେଁ, ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ୍ ହୋଇଯାଇଛି ଏବଂ ଉପଭୋକ୍ତାମାନେ ଏହା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

(Written By- Tapasa Gyanadarshini)

{}{}