Hindi News >>Home >>Odisha Entertainment

Rakhi Sawant-Adil Durrani: ଆଦିଲ ଖାନ୍ ଦୁରାନୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଇରାନ୍ ଛାତ୍ରୀ, ଲାଗିଲା ଏହି ସବୁ ଦଫା

Adil Khan Durrani: ବଲିଉଡ୍ ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତ (rakhi sawant) । ରାକ୍ଷୀ ସାୱନ୍ତ ଓ ତାଙ୍କ ସ୍ୱାମୀ ଆଦିଲ ଖାନ ଦୁରାନୀ( adil khan durrani) ଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି। ଆଦିଲ ରାକ୍ଷୀଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ବିବାହ ପରେ ଅନ୍ୟ ଯୁବତୀଙ୍କ ସହ ଅନୈତିକ ସମ୍ପର୍କ ରଖିବା ,ଅର୍ଥ ହଡପ ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି । ଏନେଇ ମାମଲା ଏବେ କୋର୍ଟରେ ପହଞ୍ଚିଛି । ରାକ୍ଷୀ ସାୱନ୍ତ ମାମଲା ରୁଜୁ କରିଥିବାରୁ ସମ୍ପ୍ରତି ଆଦିଲ୍‌ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

Advertisement
ସୌଜନ୍ୟ- ସୋସିଆଲ ମିଡିଆ
Stop
Zee Odisha Desk|Updated: Feb 12, 2023, 05:27 PM IST

Adil Khan Durrani: ବଲିଉଡ୍ ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତ (rakhi sawant) । ରାକ୍ଷୀ ସାୱନ୍ତ ଓ ତାଙ୍କ ସ୍ୱାମୀ ଆଦିଲ ଖାନ ଦୁରାନୀ( adil khan durrani) ଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି।  ଆଦିଲ ରାକ୍ଷୀଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ବିବାହ ପରେ  ଅନ୍ୟ ଯୁବତୀଙ୍କ ସହ ଅନୈତିକ ସମ୍ପର୍କ ରଖିବା ,ଅର୍ଥ ହଡପ ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି । ଏନେଇ ମାମଲା ଏବେ କୋର୍ଟରେ ପହଞ୍ଚିଛି । ରାକ୍ଷୀ ସାୱନ୍ତ ମାମଲା ରୁଜୁ କରିଥିବାରୁ ସମ୍ପ୍ରତି ଆଦିଲ୍‌ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଆଦିଲ୍ ଖାନଙ୍କ ବିରୋଧରେ ଇରାନର ଜଣେ ଛାତ୍ରୀ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଏନେଇ ଛାତ୍ରୀ ଜଣକ ମହୀଶୂରର ଏକ ଥାନାରେ ଅଭିଯୋଗ କରିଛନ୍ତି । ଏହି ‘ଏଫ୍‌ଆଇଆର୍‌’କୁ ଭିତ୍ତି କରି ଆଦିଲ୍‌ଙ୍କ ନାଁରେ ‘ଆଇପିସି’ ଧାରା ୩୭୬, ୪୧୭, ୪୨୦, ୫୦୪ ଏବଂ ୫୦୬ରେ ମାମାଲା ରୁଜୁ କରାଯାଇଛି।

କୁହାଯାଉଛି ଯେ ଛାତ୍ରୀ(iranian woman ) ଜଣକ ଡକ୍ଟର ଅଫ୍ ଫାର୍ମାସି ପଢିବା ପାଇଁ  ମହୀଶୂରର ଆସିଥିଲେ। ସେ ଏଠାରେ ଥିବା ଏକ ରେଷ୍ଟୁରାଣ୍ଟରେ ଆଦିଲ ଖାନ ଦୁରାନୀଙ୍କୁ ଭେଟିଥିଲେ। ଧୀରେ ଧୀରେ ଦୁହିଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା । ଏ-ବଂ ତା’ପରେ ଦୁହିଁଙ୍କ ନିକଟତର ହେବାକୁ ଲାଗିଥିଲେ । ଛାତ୍ରୀ ତାଙ୍କ ଅଭିଯୋଗରେ ଏହା କହିଛନ୍ତି ଯେ ଆଦିଲ ଖାନ ଦୁରାନୀ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଏକ ଆପାଟମେଣ୍ଟକୁ ନେଇଥିଲେ। ସେଠାରେ ତାଙ୍କୁ ଆଦିଲ ଦୁଷ୍କର୍ମ ମଧ୍ୟ କରିଥିଲେ। 

Also Read : Rakhi Sawant: ‘ଆଦିଲ୍ ନାଁ କମାଇବା ପାଇଁ ମୋତେ ୟୁଜ୍ କଲା’

Also Read : Rakhi Sawant: ରାକ୍ଷୀ ସାୱନ୍ତଙ୍କ ସ୍ୱାମୀଙ୍କୁ ଗିରଫ କଲା ପୋଲିସ! ଆଦିଲ ଖାନ ଦୁର୍ରାନୀଙ୍କ ବିରୋଧରେ ରହିଛି ଗୁରୁତର ଅଭିଯୋଗ

ମିଳିଥିବା ସୂଚନା ଅନୁଯାୟୀ,ଇରାନର ଛାତ୍ରୀ ପୋଲିସ ନିକଟରେ ଦେଇଥିବା ଅଭିଯୋଗରେ ଏହା ଉଲ୍ଲେଖ କରିଛନ୍ତି, 'ଯେତେବେଳେ ମୁଁ ୫ ମାସ ପୂର୍ବରୁ ଆଦିଲଙ୍କୁ ବିବାହ କରିବାକୁ ଦାବି କରିଥିଲି, ସେ ବିବାହ କରିବାକୁ ମନା କରିଦେଇଥିଲେ। ମୋ ପରି ଅନେକ ଝିଅଙ୍କ ସହ ତାଙ୍କର ଏଭଳି ସମ୍ପର୍କ ରହିଛି । ବିବାହ ପାଇଁ ମନା କରିବାରୁ ଛାତ୍ରୀ ଜଣକ ଯେତେବେଳେ ପୋଲିସ ନିକଟକୁ ଯିବାକୁ କହିଥିଲା , ସେତେବେଳେ ଆଦିଲ ଛାତ୍ରୀଙ୍କର ଦୁଇଟି ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ସ୍ନାପଚାଟରେ ତାଙ୍କୁ ପଠାଇଥିଲେ। ଏବଂ ପୋଲିସ ପାଖକୁ ଗଲେ ଅଶ୍ଲିଳ ଫଟୋ ଭାଇରାଲ ପାଇଁ ଧମକ ଦେଇଥିଲେ ଆଦିଲ୍ । କେବଳ ଏତିକି ନୁହେଁ, ଆଦିଲ ଖାନ ଦୁରାନୀ କହିଥିଲେ ଯେ, ଯଦି ମୁଁ ତାଙ୍କ ବିରୋଧରେ କୌଣସି ଅଭିଯୋଗ କରେ,ତେବେ ସେ ମୋତେ ହତ୍ୟା କରିବେ।'

ସୂଚନାଯୋଗ୍ୟ,ଫେବ୍ରୁଆରି ପ୍ରାରମ୍ଭରେ ଗଣମାଧ୍ୟମ ସମ୍ମୁଖରେ ରାଖି କାନ୍ଦି କାନ୍ଦି ଆଦିଲ୍‌ଙ୍କ ବିରୋଧରେ ପାରିବାରିକ ନିର୍ଯାତନା ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ କ୍ରମେ ଆଦିଲ୍‌ଙ୍କୁ ଓଶିୱାରା ଥାନାକୁ ଡକାଯାଇ ଜେରା କରାଯିବା ପରେ ଗିରଫ କରାଯାଇଥିଲା।

Read More
{}{}