Hindi News >>Home >>Odisha Entertainment

Rakhi Sawant: ଜେଲ ଭିତରୁ ରାକ୍ଷୀଙ୍କୁ ହତ୍ୟା କରିବା ପାଇଁ ହୋଇଛି ଷଡଯନ୍ତ୍ର! ବିପଦରୁ ମୁକ୍ତି ପାଇଁ କୁରାନ ପାଠ କଲେ ଡ୍ରାମା କୁଇନ୍

Rakhi Sawant News In Odia:  ରାକ୍ଷୀ ସାଓ୍ବନ୍ତ  ଏବଂ ଆଦିଲ ଖାନ ଦୁରାନୀଙ୍କ (rakhi sawant husbands Adil Durrani)ବିବାହକୁ ନେଇ ଚାଲିଥିବା ହାଇ ଭୋଲଟେଜ ଡ୍ରାମା ଏପର୍ଯ୍ୟନ୍ତ ଥମିବାର ନାଁ ଧରୁନି । ଆଦିଲଙ୍କ (Adil Durrani) ବିରୋଧରେ ରାକ୍ଷୀ ଘରୋଇ ହିଂସା ଭଳି ଅଭିଯୋଗ ଆଣିଥିଲେ। ଏ-ହି ମାମଲାରେ ଆଦିଲ ବର୍ତ୍ତମାନ ଜେଲରେ ଅଛନ୍ତି। ମାମାଲା ଏବେବି ବିଚାରାଧିନ ରହିଛି । ତେବେ, ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାକ୍ଷୀଙ୍କୁ ହତ୍ୟା ନେଇ ଧମକ୍ ମିଳିଛି । ପଢନ୍ତୁ ପୁରା ରିପୋର୍ଟ...

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: May 16, 2023, 01:31 PM IST

Rakhi Sawant News In Odia:  ବଲିଉଡ୍ ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତ (Rakhi Sawant) । ରାକ୍ଷୀ ସାଓ୍ବନ୍ତ  ଏବଂ ଆଦିଲ ଖାନ ଦୁରାନୀଙ୍କ (rakhi sawant husbands Adil Durrani) ବିବାହକୁ ନେଇ ଚାଲିଥିବା ହାଇ ଭୋଲଟେଜ ଡ୍ରାମା ଏପର୍ଯ୍ୟନ୍ତ ଥମିବାର ନାଁ ଧରୁନି । ଆଦିଲଙ୍କ (Adil Durrani) ବିରୋଧରେ ରାକ୍ଷୀ ଘରୋଇ ହିଂସା ଭଳି ଅଭିଯୋଗ ଆଣିଥିଲେ। ଏ-ହି ମାମଲାରେ ଆଦିଲ ବର୍ତ୍ତମାନ ଜେଲରେ ଅଛନ୍ତି। ମାମାଲା ଏବେବି ବିଚାରାଧିନ ରହିଛି । ତେବେ, ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆଦିଲ୍ ଜେଲ ଭିତରେ ଥାଇବି ରାକ୍ଷୀଙ୍କୁ ହତ୍ୟା କରିବାକୁ ଧମକ ଦେଇଛି। ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।  ଏନେଇ ରକ୍ଷୀଙ୍କ ଏକ ଭିଡିଓ  ବର୍ତ୍ତମାନ ବେଶ ଭାଇରାଲ ହେଉଛି । 

ଭିଡିଓରେ ଦେଖିବାକୁ ମିଳିଛି ଯେ,ରାକ୍ଷୀ କହୁଛନ୍ତି ଆଦିଲ୍ ବର୍ତ୍ତମାନ୍ ଜେଲରେ ଅଛନ୍ତି ।  କିନ୍ତୁ ତଥାପି ମୋତେ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚୁଛନ୍ତି। ତାଙ୍କୁ ବଞ୍ଚାଇବା ଲୋକ ହେଉଛନ୍ତି 'ଆଲ୍ଲା' । ଯେ-ପର୍ଯ୍ୟନ୍ତ ଆଲ୍ଲାଙ୍କ ଦୁଆ ତାଙ୍କ ସହ ଅଛି ସେପର୍ଯ୍ୟନ୍ତ ତାଙ୍କୁ କେହି ମାରି ପାରିବେ ନାହିଁ । କେବଳ ସେତିକି ନୁହେଁ ଆଦିଲ୍ ତାଙ୍କୁ ହତ୍ୟା କରବାର ମୁଖ୍ୟ କାରଣ ତାଙ୍କ ସମ୍ପତ୍ତି ବୋଲି ରାକ୍ଷୀ କହିଛନ୍ତି । ଏବଂ ସେ ଏହି ବିପଦରୁ ମୁକ୍ତି ପାଇବା ପାଇଁ କୁରାନ ପାଠ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । 

 

ଏହାବି ପଢନ୍ତୁ : Odisha Matric Result 2023: ଏହି ଦିନ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

ଏହାବି ପଢନ୍ତୁ : Bolangir Royal Family Dispute: ରାଜ ପରିବାରରେ ବି ଯୌତୁକ କଳି! ଅର୍କେଶଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ ଅଦ୍ରିଜା ସିଂ

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ କିଛି ଦିନ ତଳେ ରାକ୍ଷୀଙ୍କ ପାଖକୁ ଏକ ଫୋନ୍ କଲର ଭଏସ୍ ରେକର୍ଡିଂ ଆସିଥିଲା। ଏହି ଭଏସ କଲ୍ ରେକର୍ଡିଂରେ ରାକ୍ଷୀଙ୍କୁ ହତ୍ୟାର ଯୋଜନା ବିଷୟରେ ସୂଚନା ଦିଆଯାଇଛି । ଭଏସ୍ କଲ ରେକର୍ଡିଂରେ ଏହା ଶୁଣିବାକୁ ମିଳିଛି ଯେ, ଆଦିଲ୍ ଜେଲରେ ଅଛନ୍ତି କିନ୍ତୁ ସେହି ଜେଲ୍ କୋଠରୀରେ ଏଭଳି କିଛି ଅପରାଧି ଅଛନ୍ତି । ଯେଉଁମାନେ ରାକ୍ଷୀଙ୍କୁ ମାରିବାକୁ ଷଡଯନ୍ତ୍ର କରୁଛନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଆଦିଲ୍ ସେମାନଙ୍କ ସହ ମିଶି ରାକ୍ଷୀକୁ ହତ୍ୟା କରିବା ପାଇଁ ଯୋଜନା କରୁଛି। ଆଉ ଖୁବଶିଘ୍ର ଏହି ଯୋଜନା ସଫଳ ହେବ ବୋଲି ଆଦିଲ୍ କହିଛି। ତେବେ, ଏହି ଭଏସ କଲ୍ ରେକର୍ଡିଂ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । କଡା ସୁରକ୍ଷା ଭିତରେ ଜେଲରେ କିଭଳି ଆଦିଲ୍ ଫୋନ୍ ବ୍ୟବହାର କରୁଛନ୍ତି ସେନେଇ ପ୍ରଶ୍ନ ଉଠିଛି। ଗତକିଛି ଦିନ ତଳେ ରାକ୍ଷୀ ସାଓ୍ବନ୍ତଙ୍କ ମାଆ ଜୟାଙ୍କ ହେଦାନ୍ତ ହୋଇଥିଲା । ଯେଉଁ ସମୟରେ ରାକ୍ଷୀଙ୍କ ସାହାରା ବନିଥିଲେ ଆଦିଲ। ଏବଂ ତାଙ୍କୁ ସମ୍ଭାଳି ଥିଲେ । ହେଲେ ବର୍ତ୍ତମାନ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । କୁହାଯାଉଛି କି ଆଦିଲଙ୍କ ପୂର୍ବତନ ପ୍ରେମିକାଙ୍କ ପାଇଁ ରାକ୍ଷୀ ଓ ଆଦିଲଙ୍କ ମଧ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । 

ନିକଟରେ ରାକ୍ଷୀ ଓ ଆଦିଲଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫଟୋରେ ଦେଖିବାକୁ ମିଳିଥିଲା ଯେ,ରାକ୍ଷୀ ଓ ଆଦିଲ ବିବାହ କରିଛନ୍ତି । ଏବଂ ଉଭୟଙ୍କ ବେକରେ ଫୁଲମାଳ ମଧ୍ୟ ପଡିଥିବା ଦେଖିବାକୁ ମିଳିଥିଲା ।  ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେବା ପରେ ରାକ୍ଷୀ, ଆଦିଲଙ୍କ ସହ କୋର୍ଟରେ ବିବାହ କରିଛନ୍ତି।  ଇସଲାମିକ ରୀତିନୀତି ଅନୁଯାୟୀ ମଧ୍ୟ ଏହି ଦମ୍ପତିଙ୍କ ବିବାହ ହୋଇଥିଲା। ସାର୍ଟିଫିକେଟ୍ ଅନୁଯାୟୀ, ରାକ୍ଷୀ ଏବଂ ଆଦିଲଙ୍କ ବିବାହ ଗତ ୨୯ ମଇ ୨୦୨୨ ରେ ହୋଇଥିଲା। ଆମେ ଆପଣଙ୍କୁ କହିବୁ ଯେ ଆଦିଲ ଖାନ ଦୁରାନୀ ରାକ୍ଷୀ ସାୱନ୍ତଙ୍କଠାରୁ ୬ ବର୍ଷ ସାନ ଓ ସେ ଜଣେ ବ୍ୟବସାୟୀ ଅଟନ୍ତି ।

Read More
{}{}