Hindi News >>Home >>Odisha Entertainment

Kantara Film: 'କାନ୍ତାରା' ଅଭିନେତାଙ୍କୁ ଭେଟିଲେ ରଜନୀକାନ୍ତ, ଜାଣନ୍ତୁ କାହିଁକି ?

Kantara Film: ଋଷଭ ଶେଟ୍ଟୀ ଓ ସପ୍ତମୀ ଗୌଡାଙ୍କ ଅଭିନୀତ ଫିଲ୍ମ 'କାନ୍ତାରା' । ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଉଛି । ଫିଲ୍ମଟି କନ୍ନଡ ଓ ହିନ୍ଦି ଭାଷାରେ ରିଲିଜ୍ ହୋଇଛି । ବଲିଉଡର ସମସ୍ତ ଫିଲ୍ମକୁ ପଛରେ ପକାଇ ଦେଇଛି ଏହି ଫିଲ୍ମର କଲେକସନ୍।

Advertisement
Kantara Film: 'କାନ୍ତାରା' ଅଭିନେତାଙ୍କୁ ଭେଟିଲେ ରଜନୀକାନ୍ତ, ଜାଣନ୍ତୁ କାହିଁକି ?
Stop
Zee Odisha Desk|Updated: Oct 29, 2022, 03:07 PM IST

Kantara Film: ଋଷଭ ଶେଟ୍ଟୀ ଓ ସପ୍ତମୀ ଗୌଡାଙ୍କ ଅଭିନୀତ ଫିଲ୍ମ 'କାନ୍ତାରା' । ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଉଛି । ଫିଲ୍ମଟି କନ୍ନଡ ଓ ହିନ୍ଦି ଭାଷାରେ ରିଲିଜ୍ ହୋଇଛି । ବଲିଉଡର ସମସ୍ତ ଫିଲ୍ମକୁ ପଛରେ ପକାଇ ଦେଇଛି ଏହି ଫିଲ୍ମର କଲେକସନ୍। ଏହି ଫିଲ୍ମଟି କେବଳ ଭାରତ ନୁହେଁ ବରଂ ବିଦେଶରେ ମଧ୍ୟ ଉଚ୍ଚ କୋଟିର ପ୍ରଦର୍ଶନ କରୁଛି । ଏଯାଏ ଏହି ଫିଲ୍ମ ଶହ କୋଟି ଟଙ୍କାର ବିଜନେସ କରି ସାରିଲାଣି। କାନ୍ତାରା ଫିଲ୍ମ ରିଲିଜ ହେବା ପର ଠାରୁ ଦର୍ଶକ ମାନଙ୍କର ଲଗାତାର ଭଲ ପାଇବା ପାଉଛି । କ୍ରମାଗତ ଭାବେ ଏହି ଫିଲ୍ମ ଭଲ ପ୍ରଦର୍ଶନ କରୁଛି । ବିକ୍ରମ ବେଧା, ପିଏସ୍‌-୧, ଗଡଫାଦର ଭଳି ବଡ ବଡ ଫିଲ୍ମ ରିଲିଜ ହୋଇଥିବା ସମୟରେ କାନ୍ତାରା ଫିଲ୍ମ ସମସ୍ତ ଫିଲ୍ମର ରେକର୍ଡ ଭାଙ୍ଗୁଥିବା ନଜରକୁ ଆସିଛି।

ଏହି ଫିଲ୍ମକୁ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ସମତେ ଅନେକ ସେଲିବ୍ରେଟି ପ୍ରଶଂସା ମଧ୍ୟ କରିଛନ୍ତି । ଏନେଇ କଙ୍ଗନା ଗତ କିଛି ଦିନ ତଳେ ଫିଲ୍ମଟିକୁ ନେଇ ଟୁଇଟ ମଧ୍ୟ କରିଥିଲେ । ଏବଂ ଅଭିନେତାଙ୍କ ଚମକ୍କାର ଅଭିନୟ ପାଇଁ ତାରିଫ ମଧ୍ୟ କରିଛନ୍ତି ।  ନିକଟରେ ସାଉଥ ସୁପରଷ୍ଟାର ରଜନୀକାନ୍ତ ଫିଲ୍ମର ନିର୍ଦ୍ଦେଶକ ତଥା ଅଭିନେତା ଋଷଭ ଶେଟ୍ଟୀଙ୍କୁ ଭେଟି ପ୍ରଶଂସା କରିଛନ୍ତି। ଏବଂ ରଜନୀକାନ୍ତ ଋଷଭଙ୍କ ପାଇଁ ଟୁଇଟ କରିଛନ୍ତି, ଟୁଇଟରେ ଲେଖିଛନ୍ତି ଯେ, "ଅଜ୍ଞାତ ଜଣାଶୁଣାଠାରୁ ବଡ ଅଟେ। ସିନେମାରେ ହୋମବଲ ଚଳଚ୍ଚିତ୍ର ଅପେକ୍ଷା କେହି ଏହା ଭଲ କହିପାରିବେ ନାହିଁ ଏବଂସେ ଆହୁରି ମଧ୍ୟ ଲେଖିଛନ୍ତି, ଯେ ଜଣେ ଲେଖକ, ନିର୍ଦ୍ଦେଶକ ତଥା ଅଭିନେତା ଭାବରେ ଆପଣଙ୍କୁ ସଲାମ୍ "। 

ଏହାବି ପଢନ୍ତୁ : Bharti Singh Drugs Case: ଅଡୁଆରେ ଭାରତୀ ଓ ହର୍ଷ, ଚର୍ଚ୍ଚାରେ ୨୦୦ ପୃଷ୍ଠାର ଚାର୍ଜସିଟ

ଏହାବି ପଢନ୍ତୁ : Urfi Javed: ମାଳିରେ ତିଆରି ଡ୍ରେସ ପିନ୍ଧିଲେ ଉର୍ଫି

 

ରଜନୀକାନ୍ତଙ୍କ ଏହି ଟ୍ବିଟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।  ଫିଲ୍ମ 'କାନ୍ତାରା' 'କେଜିଏଫ ୨ ପରେ ସବୁଠାରୁ ଅଧିକ ଆୟ କରିଥିବା ଦ୍ୱିତୀୟ କନ୍ନଡ ଫିଲ୍ମ ହୋଇ ସାରିଛି। କାନ୍ତାରା ଫିଲ୍ମ କେବଳ ବ୍ୟବସାୟ ଦୃଷ୍ଟିରୁ ଯେ ରେକର୍ଡ ଭାଙ୍ଗୁଛି ତା ନୁହେଁ ବରଂ ଲୋକ ମାନଙ୍କର ହୃଦୟ ମଧ୍ୟ ଜିତିବାରେ ଲାଗିଛି । ସିନେ ପ୍ରେମୀ ମାନଙ୍କ ଠାରୁ ବଡ ବଡ ଲୋକ ମାନେ ମଧ୍ୟ ଏହାର ଭରପୁର ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ଏହାସହ ଅନ୍ୟ ଏକ ରେକର୍ଡ ବି ଏହି ଫିଲ୍ମ ନାଁରେ ଦେଖିବାକୁ ମିଳିଛି । ଆଇଏମଡିବିରେ ୯.୪/୧୦ସହ ସବୁଠାରୁ ଅଧିକ ରେଟିଂ ମିଳିଥିବା ଭାରତୀୟ ସିନେମା ହୋଇପାରିଛି । ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଋଷଭ ସେଟ୍ଟୀ ,କିଶୋର, ଅଚ୍ୟୁତ କୁମାର ଓ ପ୍ରମୋଦ ଶେଟ୍ଟୀ । ଫିଲ୍ମଟି ଗତ ମାସ ୩୦ ତାରିଖରେ ରିଲିଜ୍ ହୋଇଥିଲା।  

 

Read More
{}{}