Hindi News >>Home >>Odisha Entertainment

Pushpa 2: ମାଲାକାନଗିରି ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହେଲା “ପୁଷ୍ପା -୨” ସୁଟିଂ

Pushpa 2: ସାଉଥଷ୍ଟାର ଅଲ୍ଲୁ ଅର୍ଜୁନଙ୍କ(Allu Arjun) ଅଭିନୀତି ଫିଲ୍ମ ‘ପୁଷ୍ପା -୨ ’ର ସୁଟିଂ ମାଲକାନଗିରିରେ ଆରମ୍ଭ ହୋଇଛି । ତେବେ ଏଥିଲାଗି ପୂରା ଟିମ ଆସି ପହଞ୍ଚିଛି ସ୍ବାଭିମାନ ଅଞ୍ଚଳରେ । 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Apr 19, 2023, 05:57 PM IST

Pushpa 2 News In Odia: ସାଉଥଷ୍ଟାର ଅଲ୍ଲୁ ଅର୍ଜୁନଙ୍କ(Allu Arjun) ଅଭିନୀତି ଫିଲ୍ମ ‘ପୁଷ୍ପା -୨’(Pushpa 2) କୁ ନେଇ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ । ତେବେ, ନିକଟରେ ଫିଲ୍ମର ସୁଟିଂକୁ (Film Shooting) ନେଇ ଏକ ବଡ଼ ଖବର ବର୍ତ୍ତମାନ ସାମ୍ନାକୁ ଆସିଥିଲା । ମାଲାକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳର ବିଭିନ୍ନ ଲୋକେସନରେ ‘ପୁଷ୍ପା -୨’ର କିଛି ଅଂଶ ସୁଟିଂ (Pushpa 2 Shooting) କରାଯିବା ନେଇ ସ୍ଥିର କରାଯାଇଥିଲା।  

ସୂଚନାଯୋଗ୍ୟ, ତେବେ ଇତି ମଧ୍ଯରେ ମାଲକାନଗିରି (Malkangiri) ଜିଲ୍ଲା ଚିତ୍ରକୋଣ୍ତା ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହୋଇଛି ଅଲ୍ଲୁ ଅର୍ଜୁନଙ୍କ ସୁପରହିଟ୍ ଫିଲ୍ମ “ପୁଷ୍ପା” ପାର୍ଟ- ୨ ସୁଟିଂ। ଆନ୍ଧ୍ର ଓଡ଼ିଶା ସୀମାନ୍ତ ତରାବୁ ଜଳ ପ୍ରପାତ ନିକଟରେ ସୁଟିଂ (Pushpa 2 Shooting) ଲାଗି ପହଞ୍ଚିଛି ପୂରା ଟିମ୍ । ଫିଲ୍ମର ସୁଟିଂ ନେଇ ସ୍ବାଭିମାନ ଅଞ୍ଚଳର ଘଞ୍ଚ ଜଙ୍ଗଲରେ ଫିଲ୍ମର ସେଟ ଅପ ତିଆରି କରାଯାଇଛି । ଜିଲ୍ଲାପାଳ ଓ ଏସପିଙ୍କ ଠାରୁ ଅନୁମତି ମିଳିବା ପରେ ଫିଲ୍ମର ପ୍ରଯୋଜକ ସଂସ୍ଥା ପକ୍ଷରୁ କିଛି ଦୃଶ୍ୟ ଏହି ସ୍ବାଭିମାନ ଅଞ୍ଚଳରେ ସୁଟିଂ (Pushpa 2 Shooting) କରିବା ନେଇ ସ୍ଥିର କରାଯାଇଥିଲା । ତେବେ ଏକ ଟିମ୍ ଗତ ଏକ ମାସ ଧରି ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ । ଶେଷରେ ଏହି ସ୍ବାଭିମାନ ଅଞ୍ଚଳର ଘଞ୍ଚ ଜଙ୍ଗଲ, ହନ୍ତାଳ ଗୁଡ଼ା, ଗୁରୁପ୍ରିୟା ସେତୁ ଓ ଝୁଲନ୍ତା ପୋଲରେ ଚଳଚ୍ଚିତ୍ରର ସୁଟିଂ କରିବା ନେଇ ସ୍ଥିର କରାଯାଇଥିଲା । ଖାଲି 'ପୁଷ୍ପା ୨' (Pushpa 2), ନୁହେଁ ଏହା ପୂର୍ବରୁ ବନିଙ୍କ ପ୍ରଥମ ବ୍ଲକବଷ୍ଟର ମୁଭି 'ଆର୍ଯ୍ୟ'ର (Arjya) ସୁଟିଂ ମଧ୍ୟ ଓଡିଶାର ରାୟଗଡା ଜିଲ୍ଲାରେ କରାଯାଇଥିଲା ।

ପ୍ରକାଶଥାଉ କି, ଏପ୍ରିଲ ମାସ ୭ ତାରିଖରେ (Pushpa 2) ‘ପୁଷ୍ପା -୨’ର ପୋଷ୍ଟର ଓ ଟିଜିର ରିଲିଜ୍ ହୋଇଥିଲା । ରିଲିଜ ହୋଇଥିବା ଟିଜର ଆରମ୍ଭରେ ପୁଷ୍ପାକୁ ପୋଲିସ ଏନକାଉଣ୍ଟର କରୁଥିବା ଦେଖିବାକୁ ମିଳିଥିଲା। ଟିଜରରେ ଦେଖାଯାଉଛି ଯେ, ପୁଷ୍ପା କୌଣସି ସ୍ଥାନରେ ନିଖୋଜ ଅଛନ୍ତି ଓ ସହରର ସବୁଆଡେ ଜୋରଦାର ବିରୋଧ ଚାଲିଛି। ପୋଲିସ ଲାଠି ଚାର୍ଜ କରୁଛି ସହ ହାଇ-ହାଇ ସ୍ଲୋଗାନ ଦିଆଯାଉଛି ଓ ଚାରିଆଡେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଭିଡିଓ ଶେଷରେ ପୁଷ୍ପାଙ୍କ ନାମ ଦେଖିବାକୁ ମିଳୁଛି ଏହା ସହିତ ଏକ ପ୍ରଶ୍ନ ଆସୁଛି ଯେ 'ପୁଷ୍ପା କେଉଁଠାରେ?' ସେହିପରି ‘ପୁଷ୍ପା -୨’ର ପୋଷ୍ଟରରେ (pushpa 2 poster) ଅଲ୍ଲୁ ଅର୍ଜୁନ (Allu Arjun) ବେକକୁ ବଙ୍କା କରି ଶାଢୀ ପିନ୍ଧିବା ସହ ଗୋଟିଏ ହାତରେ ପିସ୍ତଲ ଆଉ ସେହି ହାତର ନଖରେ ନେଲପଲିସ ଲଗାଇଥିବାର ନଜର ଆସିଥିଲେ। ହାତରେ ଚୁଡ଼ି ସହ ଗଳାରେ କଞ୍ଚା ଲେମ୍ବୁର ମାଳା ପକାଇଥିବା ଏହି ଫଟୋକୁ  ଦେଖି ଫ୍ୟାନ୍ସମାନେ ଚକିତ ହୋଇଯାଇଥିଲେ।

‘ପୁଷ୍ପା -୨’ (Pushpa 2) ନିର୍ଦ୍ଦେଶକ ସୁକୁମାର (Sukumar) ଫିଲ୍ମର ପ୍ରଥମ ଭାଗ ଭଳି ପାର୍ଟ-୨କୁ ମଧ୍ଯ ସୁପଟହିଟ୍ କରିବା ନେଇ ଚେଷ୍ଟା ଜାରି ରଖିଛନ୍ତି । 'ପୁଷ୍ପା ୨'ର ରିଲିଜ୍ ତାରିଖ ନେଇ ଏଯାବତ୍ ମେର୍କସଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ । କିନ୍ତୁ ଗଣମାଧ୍ୟମ ରିପୋର୍ଟ, ଏହି ଫିଲ୍ମ ୨୦୨୩ ଶେଷ କିମ୍ବା ୨୦୨୪ ର ପ୍ରାରମ୍ଭ ମାସରେ ପରଦାକୁ ଆସିପାରେ। 

Also Read-Pushpa 2: ପୋଷ୍ଟରରେ ଶାଢୀ ଚୁଡ଼ି ପିନ୍ଧିଥିବାର ନଜର ଆସିଲେ ଅଲ୍ଲୁ ଅର୍ଜୁନ, ଜାଣନ୍ତୁ ପୋଷ୍ଟର ପଛର ରହସ୍ୟ

 

 

 

 

 

 

 

 

Read More
{}{}