Hindi News >>Home >>Odisha Entertainment

Pushpa 2: କେବଳ ମାଲକାନଗିରି ନୁହେଁ ,ଓଡ଼ିଶାର ଏହି ସ୍ଥାନରୁ ଆରମ୍ଭ ହେବାକୁ ଯାଉଛି 'ପୁଷ୍ପା ୨' ର ସୁଟିଂ

Pushpa: The Rule Part 2 News In Odia: ‘ପୁଷ୍ପା -୨’(Pushpa 2)କୁ ନେଇ ଉତ୍ସାହିତ ଅଛନ୍ତି ସଭିଏଁ। ତେବେ,ଫିଲ୍ମର ସୁଟିଂକୁ (Film Shooting) ନେଇ ଏକ ବଡ଼ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ‘ପୁଷ୍ପା ୨’ର ନିର୍ଦ୍ଦେଶକ ସୁକୁମାରଙ୍କ(Pushpa 2 Director Sukumar) ସହ 'ପୁଷ୍ପା' ଟିମ୍ (Pushpa Team)ମାଲକାନଗିରିରେ ପହଞ୍ଚିଛନ୍ତି। ଏ-ପ୍ରିଲ ୭ ତାରିଖରେ ଫିଲ୍ମ (Pushpa 2) ‘ପୁଷ୍ପା -୨’ର ପୋଷ୍ଟର ଓ ଟିଜିର ମଧ୍ୟ ରିଲିଜ୍ ହୋଇଛି ।

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: May 05, 2023, 01:40 PM IST

Pushpa: The Rule Part 2 News In Odia: ସାଉଥଷ୍ଟାର ଅଲ୍ଲୁ ଅର୍ଜୁନଙ୍କ(Allu Arjun) ଅଭିନୀତି ଫିଲ୍ମ ‘ପୁଷ୍ପା -୨’(Pushpa 2)କୁ ନେଇ ଉତ୍ସାହିତ ଅଛନ୍ତି ସଭିଏଁ। ତେବେ,ଫିଲ୍ମର ସୁଟିଂକୁ (Film Shooting) ନେଇ ଏକ ବଡ଼ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ବହୁ ଚର୍ଚ୍ଚିତ ପାନ୍ ଇଣ୍ଡିଆ ଫିଲ୍ମ ‘ପୁଷ୍ପା ୨’ର ସୁଟିଂ ମାଲକାନଗିରିରେ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି । କେବଳ ସେତିକି ନୁହେଁ, ‘ପୁଷ୍ପା ୨’ର ନିର୍ଦ୍ଦେଶକ ସୁକୁମାରଙ୍କ(Pushpa 2 Director Sukumar) ସହ 'ପୁଷ୍ପା' ଟିମ୍ (Pushpa Team)ମାଲକାନଗିରିରେ ପହଞ୍ଚିଛନ୍ତି। ମାଲକାନଗିରିର ପୋଲୁରରେ ସୁଟିଂ ହେବ ବୋଲି ଜଣାପଡ଼ିଛି। ତେବେ, ସୁଟିଂ (Shooting Locations)ପାଇଁ  ଉପଯୁକ୍ତ ସ୍ଥାନ ବୁଲି ଦେଖୁଛନ୍ତି ନିର୍ଦ୍ଦେଶକ ସୁକୁମାର ।  ଏହି ଟିମ୍‌ରେ ସହାୟକ ନିର୍ଦ୍ଦେଶକ ଏମ. ପ୍ରସାଦ ବି ସୁଟିଂ ସ୍ଥାନ ପରିଦର୍ଶନ କରିଛନ୍ତି।

ତେବେ, ଆସନ୍ତା ୭ ତାରିଖରେ ‘ପୁଷ୍ପା -୨’ର ସୁଟିଂ ଏଠାରେ ଆରମ୍ଭ ହେବ ବୋଲି ଜଣାପଡିଛି । ତେବେ, ଫିଲ୍ମର ହିରୋ ତଥା ସାଉଥଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ ହେବ । ତେବେ, ଫିଲ୍ମର ଅଧିକାଂଶ ସୁଟିଂ ଏଠାରେ ହେବ ବୋଲି ‘ପୁଷ୍ପା ’ ଟିମ୍ ପକ୍ଷରୁ କୁହାଯାଉଛି । ସେପଟେ, ‘ପୁଷ୍ପା -୨’ର ସୁଟିଂକୁ ନେଇ ଜିଲ୍ଲାପାଳଙ୍କ ଠାରୁ ପୁଣି ଥରେ ଅନୁମତି ଲୋଡିବେ ନିର୍ମାତା ବୋଲି ଜଣାପଡିଛି ।  ପୋଲୁର ମାନମକୋଣ୍ଡା ଆଖପାଖ ଗାଁରେ ଫିଲ୍ମର ସୁଟିଂ ହେବ ବୋଲି ସୂଚନା ମିଳିଛି। ପୂର୍ବରୁ ପୁଷ୍ପା ୨ର ସୁଟିଂ ସ୍ୱାଭିମାନ ଅଞ୍ଚଳରେ ହେବ ବୋଲି ଚର୍ଚ୍ଚା ହେଉଥିଲା। କିଛିଦିନ ପୂର୍ବେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ପାଦଦେଶ ଆନ୍ଧ୍ରପ୍ରଦେଶ ତରାବୁରେ ଚଳଚ୍ଚିତ୍ର ‘ପୁଷ୍ପା-୨’ର ସୁଟିଂ ଆରମ୍ଭ ହୋଇଥିଲା।

 

ଏ-ପ୍ରିଲ ୭ ତାରିଖରେ ଫିଲ୍ମ (Pushpa 2) ‘ପୁଷ୍ପା -୨’ର ପୋଷ୍ଟର ଓ ଟିଜିର ମଧ୍ୟ ରିଲିଜ୍ ହୋଇଛି । ତେବେ,  ରିଲିଜ ହୋଇଥିବା ଟିଜର ଆରମ୍ଭରେ ଏହା ଦେଖିବାକୁ ମିଳିଛି ଯେ, ପୁଷ୍ପାକୁ ପୋଲିସର ଏନକାଉଣ୍ଟରରେ ହତ୍ୟା କରାଯାଇଥିବା ଖବର ଆସୁଛି । ତାଙ୍କୁ ଆଠଟି ଗୁଳି ମିଳିଥିବା କୁହାଯାଉଛି। ଯେଉଁମାନଙ୍କ ପାଇଁ ସେ ମହାନ ଥିଲା, ସେମାନେ ଏହି ଖବର ପାଇ ହିଂସା ସୃଷ୍ଟ କରୁଛନ୍ତି । କିନ୍ତୁ ଦିନେ ଏକ ଫୁଟେଜ୍ ଆସୁଛି । ଯେଉଁଥିରେ ବାଘ ଆଗକୁ ଯାଉଥିବା ବେଳେ ହଠାତ୍ ଅଟକି ଯାଇ ଦୁଇ ପାଦ ପଛକୁ ଚାଲି ଯାଉଛି । ଏହି ସମୟରେ ‘ପୁଷ୍ପା’ ଏଣ୍ଟ୍ରି ମାରିବାର ଦୃଶ୍ୟ ବଣରେ ଲାଗିଥିବା ସିସିଟିଭି ଫୁଟେଜ୍ ମାଧ୍ୟମରେ ଦେଖାଯାଇଛି ।

Also Read: Gajlaxmi Rajyog: ଦୀର୍ଘ ଦଶନ୍ଧି ପରେ ପଡ଼ୁଛ ମହାସଂଯୋଗ, ଏହି ରାଶିଙ୍କର ଶେଷ ହେବ ଶନୀ ସାଢେସତୀ,ବର୍ଷିବ ଧନଧାନ୍ୟ

Also Read: Cyclone: ୯ରେ ବାତ୍ୟା ସମ୍ଭାବନା! ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ ହେବ ଗତିପଥ, ଜାଣନ୍ତୁ ଓଡି଼ଶା ଉପରେ କେମିତି ରହିବ ପ୍ରଭାବ?

 

ସେହିପରି ‘ପୁଷ୍ପା -୨’ର ପୋଷ୍ଟରରେ ଦେଖିବାକୁ ମିଳିଛି ଯେ, ବେକକୁ ବଙ୍କା କରି ଛିଡ଼ା ହୋଇଥିବା ପୁଷ୍ପା, ଶରୀରରେ ଶାଢୀ ଗୋଟିଏ ହାତରେ ପିସ୍ତଲ ଆଉ ସେହି ହାତର ନଖରେ ନେଲପଲିସ ଲଗାଇଥିବାର ନଜର ଆସୁଛନ୍ତି। ହାତରେ ଚୁଡ଼ି ସହ ଗଳାରେ କଞ୍ଚା ଲେମ୍ବୁର ମାଳା ପକାଇଥିବା ଏହି ଫଟୋକୁ ନେଇ ଫ୍ୟାନ୍ସଙ୍କ ଭିତରେ ଏବେ ବେଶ ଚର୍ଚ୍ଚା ଚାଲିଛି ଯେ, ପ୍ରକୃତରେ ଏହି ପୋଷ୍ଟର ପଛରେ କାରଣ କଣ ରହିଛି । ପୋଷ୍ଟର ରିଲିଜ ହେବା ମାତ୍ରେ ଚାତକ ପରି ଚାହିଁ ରହିଥିବା ଫ୍ୟାନ୍ସ ମାନେ ବେଶି ଚକିତ ହୋଇଥିଲେ ଅଲ୍ଲୁ ଅର୍ଜୁନଙ୍କ ଏପରି ଅବତାର ଦେଖି।  ଫ୍ୟାନ୍ସ ମାନେ ଆଶା କରିଥିଲେ ଯେ ତାଙ୍କୁ ତାଙ୍କ ସିଗ୍ନେଚର ପୋଜରେ ଦେଖିବାକୁ ମିଳିବ । ହାତରେ ବନ୍ଧୁକ, ଅଣ୍ଟାରେ ଲୁଙ୍ଗୀ ସହ ଶତ୍ରୁମାନଙ୍କ ସହିତ ଲଢୁଥିବା ପୋଜ୍ ଥିବା ଭାବିଥିଲେ ଫ୍ୟାନ୍ସମାନେ । ହେଲେ ଯଦି ଆପଣ'ପୁଷ୍ପା: ଦି ରାଇଜ୍' ଦେଖିଛନ୍ତି, ତେବେ ଆପଣ ଜାଣିବେ ପୁଷ୍ପରାଜର ମହିଳା ଚରିତ୍ର ପ୍ରତି କି ପ୍ରକାର ମନୋଭାବ ରଖିଥିଲେ।  ହେଲେ ମେକର୍ସ ମାନେ ଏହି ଗୋଟିଏ ପୋଷ୍ଟର ସହିତ ଫ୍ୟାନ୍ସଙ୍କ ଧାରଣାକୁ ପୂରା ଓଲଟପାଲଟ କରିଦେଇଛନ୍ତି। 

Read More
{}{}