Hindi News >>Home >>Odisha Entertainment

Actor Prabhas : ଆସୁଛି ପ୍ରଭାସଙ୍କ ଆଉ ଏକ ବଡ ବଜେଟ ଫିଲ୍ମ

Actor Prabhas : ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ'(Om Raut’s Adipurush) । ଏହି ଫିଲ୍ମର ଟିଜର ରିଲିଜ୍ ହେବା ପରେ  ଚର୍ଚ୍ଚାରେ ଅଛନ୍ତି ପ୍ରଭାସ ।

Advertisement
ସୌଜନ୍ୟ : ସୋସିଆଲ ମିଡିଆ
Stop
Zee Odisha Desk|Updated: Oct 14, 2022, 02:11 PM IST

Actor Prabhas : ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ'(Om Raut’s Adipurush) । ଏହି ଫିଲ୍ମର ଟିଜର ରିଲିଜ୍ ହେବା ପରେ  ଚର୍ଚ୍ଚାରେ ଅଛନ୍ତି ପ୍ରଭାସ । ଫିଲ୍ମର ଟିଜରକୁ ଫ୍ୟାନ୍ସ ନାପସନ୍ଦ କରିଥିବା ବେଳେ ୟୁଜର୍ସ ମଧ୍ୟ ଟିଜରକୁ ନେଇ କାଫି କମେଣ୍ଟ ମଧ୍ୟ କରିଥିଲେ । ଏବେ ଶୁଣିବାକୁ ମିଳୁଛି ଯେ, ଜଣାଶୁଣା ନିର୍ଦ୍ଦେଶକ ମାରୁଥି (Popular Director Maruthi)ଙ୍କ ସହ ପ୍ରଭାସ କୁଆଡେ କାମ କରିବେ। ଫିଲ୍ମର ନାଁ ଏପର୍ଯ୍ୟନ୍ତ ସ୍ଥିର ହୋଇ ନ ଥିବା ବେଳେ ଏହା ବଡ ବଜେଟର ବୋଲି କୁହାଯାଉଛି। ତେବେ, ଫିଲ୍ମର ସୁଟିଂ ଆସନ୍ତା ସପ୍ତାହରେ ପ୍ରଭାସ ଆରମ୍ଭ କରିବେ ବୋଲି ଚର୍ଚ୍ଚା ହେଉଛି । ଏହି ଫିଲ୍ମରେ କିଛି ନୂଆମୁହଁକୁ  ମଧ୍ୟ ଦେଖିବାକୁ ମିଳିବ । ବାହୁବଳୀ ଅଭିନେତା ପ୍ରଭାସ ବର୍ତ୍ତମାନ ଇଣ୍ଡଷ୍ଟ୍ରିର ବ୍ୟସ୍ତବହୁଳ ଅଭିନେତାମାନଙ୍କ ମଧ୍ୟରୁ ଜଣେ । ସେ ନାଗ ଅଶ୍ୱିନଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ପ୍ରୋଜେକ୍ଟ କେ (Project K) ରେ ଲିଡ ରୋଲରେ ନଜର ଆସିବେ।

ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ(Amitabh Bachchan) , ଦୀପିକା ପାଦୁକୋନ (Deepika Padukone) ଏବଂ ଦିଶା ପାଟାନି  (Disha Patani) ମଧ୍ୟ ଅଛନ୍ତି। ଏହା ଏକ ବଡ ପ୍ରଜେକ୍ଟ ଫିଲ୍ମ ବୋଲି କୁହାଯାଇପାରିବ । 'ପ୍ରୋଜେକ୍ଟ କେ' ରେ ମିକି ଜେ ମେୟରଙ୍କ (Mickey J Meyer)ଙ୍କ ଦ୍ୱାରା ସଂଗୀତ ରଚନା କରାଯାଇଛି । ଫିଲ୍ମଟି ଆସନ୍ତା ବର୍ଷ ଅକ୍ଟୋବରରେ ମୁକ୍ତିଲାଭ କରିବାକୁ ଯୋଜନା କରାଯାଇଛି। ଏହା ବ୍ୟତିତ ସାଲାର(Salaar) ଫିଲ୍ମରେ ମଧ୍ୟ ପ୍ରଭାସଙ୍କୁ ଦେଖିବାକୁ ମିଳିବ । ସାଲାର ଫିଲ୍ମଟି ତେଲୁଗୁ ଭାଷାରେ ରିଲିଜ୍ ହେବ । ଏ ଫିଲ୍ମଟି ଆସନ୍ତା ବର୍ଷ ୨୮ ସେପ୍ଟେମ୍ବରରେ ରିଲିଜ୍ ହେବ ବୋଲି ଜଣାପଡିଛି । ଏହି ଫିଲ୍ମରେ ପ୍ରଭାସ(Prabhas)ଙ୍କ ବ୍ୟତିତ ପୃଥ୍ବୀବିରାଜ ସୁକୁମାରନ୍(Prithviraj Sukumaran), ସ୍ମୃତି ହାସନ୍ (Shruti Haasan) ଓ ଜଗପଥି ବାବୁ (Jagapathi Babu) ନଜର ଆସିବେ। 

ଏହାବି ପଢନ୍ତୁ : Katrina Kaif Karwa Chauth: କ୍ୟାଟ୍ରିନାଙ୍କ ପ୍ରଥମ କରୱାଚୌଥ୍‌, ଜାଣନ୍ତୁ କେମିତି ପାଳିଲେ ?

ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ'(Om Raut’s Adipurush) । ଆଦିପୁରୁଷ (Adipurush) ଏକ ପୌରାଣିକ ଫିଲ୍ମ । ଯାହା ରାମାୟଣ ଉପରେ ଆଧାରିତ। ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ ୧୨ ତାରିଖରେ ପରଦାକୁ ଆସିବ। ଫିଲ୍ମର ବଜେଟ ରହିଛି ୫୦୦ କୋଟି।  ଆଦିପୁରୁଷ ଏକ ପାନ ଇଣ୍ଡିଆ ଚଳଚ୍ଚିତ୍ର ଏବଂ ହିନ୍ଦୀ ବ୍ୟତୀତ ଏହା ଦକ୍ଷିଣର କେତେକ ଭାଷାରେ ମଧ୍ୟ ରିଲିଜ ହେବ । ଏଥିରେ ରାମ ଭୂମିକାରେ ସାଉଥ୍‌ ହିରୋ ପ୍ରଭାସ ଅଭିନୟ କରିଥିବା ବେଳେ ରାବଣ ଭୂମିକାରେ ସୈଫ୍‌ ଅଲ୍ଲି ଖାନ୍‌, ଏବଂ ସୀତା ଭାବେ କୃତି ସାନନ ଅଭିନୟ କରିଛନ୍ତି। ଏବେ ସୋସିଆଲ୍‌ ମିଡିଆରେ ଏହି ଫିଲ୍ମର ଟ୍ରେଲରକୁ ନେଇ ଅନେକ ଟ୍ରୋଲ୍‌ କରାଯାଉଛି। କିଛି ଲୋକ ଫିଲ୍ମର ଭିଏଫଏକ୍ସକୁ ମଧ୍ୟ ପସନ୍ଦ କରୁନଥିବା ବେଳେ କିଛି ଲୋକ ରାବଣର ଲୁକ୍‌କୁ ମଧ୍ୟ ପସନ୍ଦ କରୁନାହାନ୍ତି। ତେବେ ଫିଲ୍ମ ରିଲିଜ୍ ହେବା ପରେ ହିଁ ଜଣାପଡିବ । ଏ ଫିଲ୍ମଟି କେତେ ଲୋକଙ୍କ ହୃଦୟକୁ ଛୁଇଁଛି ।

Read More
{}{}