Hindi News >>Home >>Odisha Entertainment

Parineeti -Raghav: ସରିଲା ନିର୍ବନ୍ଧ, ଏହି ମାସରେ ବାହା ହେବେ ପରିଣୀତି ଓ ରାଘବ!

Parineeti -Raghav: ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢା଼ଙ୍କୁ ନେଇ ଖବର ସାମ୍ନାକୁ ଆସିଥିଲା ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଘନିଷ୍ଠ ବନ୍ଧୁ ଓ ପରିବାର ସଦସ୍ୟଙ୍କ ମଧ୍ୟରେ ପରିଣୀତି ଚୋପ୍ରା ଓ ରାଘବ ଚଢାଙ୍କ ନିର୍ବନ୍ଧଶେଷ ହୋଇଛି । ତେବେ ଅଭିନେତ୍ରୀ ଓ ନେତାଙ୍କ ଏହି ଯୋଡ଼ି ଅକ୍ଟୋବର ମାସରେ ବିବାହ କରିବେ ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Apr 21, 2023, 03:54 PM IST

Parineeti Chopra-Raghav Chaddha: ବହୁଦିନ ଧରି ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା (Parineeti chopra) ଓ ଆମ୍ ଆଦମୀ ପାର୍ଟି ନେତା ତଥା ସାଂସଦ ରାଘବ ଚଢା଼ଙ୍କ (Raghav Chadha) ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିକଟରେ ଉଭୟ ପରସ୍ପରକୁ ଡେଟ୍ କରୁଥିବା ନେଇ ଖବର ସାମ୍ନାକୁ ଆସିଥିଲା। ଅନେକ ସମୟରେ ଦୁହେଁଙ୍କୁ ଏକାଠି ସ୍ପଷ୍ଟ ମଧ୍ଯ କରାଯାଇଥିଲା । ବର୍ତ୍ତମାନ ଅଭିନେତ୍ରୀ ଓ ସାଂସଦଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୁହେଁ ଖୁବଶ୍ରୀଘ୍ର ବିବାହ (Parineeti and Raghav Chadha marriage) କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଘନିଷ୍ଠ ବନ୍ଧୁ ଓ ପରିବାର ସଦସ୍ୟଙ୍କ ମଧ୍ୟରେ ପରିଣୀତି ଚୋପ୍ରା ଓ ରାଘବ ଚଢାଙ୍କ ନିର୍ବନ୍ଧ (Parineeti Raghav chadha engagement) ଶେଷ ହୋଇଛି । ତେବେ ଅଭିନେତ୍ରୀ ଓ ନେତାଙ୍କ ଏହି ଯୋଡ଼ି ଅକ୍ଟୋବର ମାସରେ ବିବାହ କରିବେ ।

ପ୍ରକାଶ ଥାଉ କି, ନିକଟରେ ପରିଣୀତିଙ୍କ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଅଭିନେତ୍ରୀଙ୍କୁ ପ୍ରସିଦ୍ଧ ଫ୍ୟାଶନ ଡ଼ିଜାଇନର ମନୀଷ ମଲହୋତ୍ରାଙ୍କ (Manish Malhotra) ଘର ବାହାର ଦେଖିବାକୁ ମିଳିଥିଲା । ତେବେ ଏହି ଭିଡ଼ିଓରେ ପରୀଙ୍କ ରିଙ୍ଗ ଫିଙ୍ଗରରେ ଏକ ମୁଦି ଥିବା ଦେଖିବାକୁ ମିଳିଥିଲା । ତେବେ ପରିଣୀତିଙ୍କ ହାତରେ ଏହି ମୁଦି ଦେଖିବା ପରେ ଘନିଷ୍ଠ ବନ୍ଧୁ ଓ ପରିବାର ସଦସ୍ୟଙ୍କ ମଧ୍ଯରେ ଦୁହେଁଙ୍କ ନିର୍ବନ୍ଧ ସରିଥିବା ଚର୍ଚ୍ଚା ହେଉଛି । ବର୍ତ୍ତମାନ ପରିଣୀତି ଓ ରାଘବ ନିଜର କାମକୁ ନେଇ ବ୍ୟସ୍ତ ଥିବାରୁ ଆଗାମୀ ଅକ୍ଟୋବର ମାସରେ ଉଭୟ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଗତ ବୁଧବାର ଦିନ ମଧ୍ଯ ପରିଣୀତିଙ୍କର ଆଉ ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ପାପାରାଜି ବିବାହ ନେଇ ହିରୋଇନଙ୍କୁ ପ୍ରଶ୍ନ ପଚାରିଥିଲେ ତେବେ ଏହି ପ୍ରଶ୍ନରେ ଅଭିନେତ୍ରୀ ହସିବା ସହ ପରେ ଲାଜେଇ ସେଠାରୁ ଚାଲିଯାଇଥିଲେ । ତେବେ ଏହି ବିବାହରେ ପ୍ରିୟଙ୍କା ଚୋପ୍ରା ଯୋଗ ଦେବା ନେଇ କୁହାଯାଉଛି । ଅକ୍ଟୋବର ୨୭ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା JIO MAMI ଚଳଚ୍ଚିତ୍ର ମହୋତ୍ସବ ଲାଗି ପ୍ରିୟଙ୍କା ଚୋପ୍ରା (Priyanka Chopra) ଭାରତରେ ରହିବେ। ଏଥିରେ ପ୍ରିୟଙ୍କା ଚୋପ୍ରା ଚେୟାରପର୍ସନ ଅଟନ୍ତି ।

 

ତେବେ ଏସବୁ ଚର୍ଚ୍ଚା ଭିତରେ ନିଜ ସଂପର୍କକୁ ମୁହଁ ଖୋଲିନାହାନ୍ତି ପରିଣୀତି ଓ ରାଘବ (Parineeti Raghav chadha )।  ତେବେ ନିକଟରେ ଏକ ଗଣମାଧ୍ୟମକୁ ଗାୟକ ହାର୍ଦ୍ଦିକ ସାନ୍ଧୁ (Harrdy Sandhu) କହିଥିଲେ ଯେ, ପରିଣୀତିଙ୍କୁ ତାଙ୍କ ଜୀବନରେ ସେଟେଲ ଦେଖି ସେ ଖୁସି ଅଛନ୍ତି । ସେ ଆଉ ମଧ୍ଯ କହିଥିଲେ, "ମୁଁ ଅତ୍ୟନ୍ତ ଖୁସି ଯେ ଶେଷରେ ଏହା ଘଟିବାକୁ ଯାଉଛି । ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି।" ଯେତେବେଳେ ସେ ୨୦୨୨ ସ୍ପାଇ-ଥ୍ରୀଲର 'କୋଡ୍ ନେମ ତ୍ରିରଙ୍ଗା'(Code Name: Tiranga) ପାଇଁ ସୁଟିଂ କରୁଥିଲେ, ସେତେବେଳେ ତାଙ୍କ ବିବାହ ନେଇ ଆଲୋଚନା ହୋଇଥିଲା। ସେ ସମୟରେ ପରିଣୀତି କହିଥିଲେ ଯେ 'ଯେତେବେଳେ ମୁଁ ଅନୁଭବ କରିବି ଯେ ମୁଁ ଠିକ୍ ଜୀବନସାଥି ପାଇଛି, ସେତେବେଳେ ବିବାହ କରିବି।' ସେ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ, ସେ ପରିଣୀତିଙ୍କ ସହ ଫୋନରେ କଥା ହୋଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହାପୂର୍ବରୁ ଆମ୍ ଆଦମୀ ପାର୍ଟି ନେତା ସଞ୍ଜୀବ ଆରୋରା ମଙ୍ଗଳବାର ନିଜ ଟ୍ୱିଟର ଆକାଉଣ୍ଟରେ ରାଘବ ଓ ପରିଣୀତିଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, "ମୁଁ ରାଘବ ଚଢା(Raghav Chadha) ଓ ପରିଣୀତି ଚୋପ୍ରାଙ୍କୁ(Parineeti Chopra) ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ସେମାନଙ୍କ ଭଲ ପାଇବାକୁ ପ୍ରେମ, ସମର୍ଥନ ଓ ଆଶୀର୍ବାଦ ମିଳୁ। ମୋର ଶୁଭେଚ୍ଛା !!!"

 

 

 

 

Read More
{}{}