Hindi News >>Home >>Odisha Entertainment

Ollywood News: ମିଛ କ୍ୟାନସର ଖବର ପାଇଁ ଥାନାରେ ଅଭିନେତ୍ରୀ ଅନୁ ଚୌଧୁରୀ

ସାଇବର ଥାନାରେ ଲୋକପ୍ରିୟ ଅଭିନେତ୍ରୀ ଅନୁ ଚୋଧୁରୀ (Actress Anu Choudhury) ଙ୍କ ଅଭିଯୋଗ । ନିଜ ନାଁରେ ମିଛ ଖବର (Fake News) ପ୍ରସାରଣ କରିଥିବା ନେଇ ଏ ନ୍ୟୁଜ୍ ପୋର୍ଟାଲ୍ (News Portal) ନାମରେ ଅଭିଯୋଗ କରିଛନ୍ତି ଓଲିଉଡ ଅଭିନେତ୍ରୀ ଅନୁ । ମିଛ ଖବରରେ ପୋର୍ଟାଲ ଦର୍ଶାଇଛି ଯେ, ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ କୁଆଡେ କ୍ୟାନସର (Cancer)

Advertisement
Ollywood News: ମିଛ କ୍ୟାନସର ଖବର ପାଇଁ ଥାନାରେ ଅଭିନେତ୍ରୀ ଅନୁ ଚୌଧୁରୀ
Stop
Soubhagya Ranjan Mishra|Updated: Sep 11, 2023, 11:08 PM IST

Ollywood News: ସାଇବର ଥାନାରେ ଲୋକପ୍ରିୟ ଅଭିନେତ୍ରୀ ଅନୁ ଚୋଧୁରୀ (Actress Anu Choudhury) ଙ୍କ ଅଭିଯୋଗ । ନିଜ ନାଁରେ ମିଛ ଖବର (Fake News) ପ୍ରସାରଣ କରିଥିବା ନେଇ ଏ ନ୍ୟୁଜ୍ ପୋର୍ଟାଲ୍ (News Portal) ନାମରେ ଅଭିଯୋଗ କରିଛନ୍ତି ଓଲିଉଡ ଅଭିନେତ୍ରୀ ଅନୁ । ମିଛ ଖବରରେ ପୋର୍ଟାଲ ଦର୍ଶାଇଛି ଯେ, ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ କୁଆଡେ କ୍ୟାନସର (Cancer) ହୋଇଛି । ଏହି ଖବରକୁ ଭିର୍ତ୍ତିହୀନ କହିବା ସହିତ ଫେକ୍ ନ୍ୟୁଜ୍ ପ୍ରସାରଣ କରିଥିବା ପୋର୍ଟାଲ ବିରୁଦ୍ଧରେ ଆକ୍ସନ (Action) ନେବାକୁ ସାଇବର ଥାନା (Cyber police station)ରେ ଅନୁରୋଧ କରିଛନ୍ତି ଅଭିନେତ୍ରୀ ।

ସୂଚନା ଦେଇ ଅନୁ ଚୌଧୁରୀ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । କିନ୍ତୁ ସୋସିଆଲ ମିଡିଆ (Social Media) ମାଧ୍ୟମରେ ମତେ ନେଇ ମିଛ ଅପପ୍ରଚାର କରାଯାଉଥିବା ଦେଖିବାକୁ ମିଳିଛି । ରିପୋର୍ଟରେ ଲେଖାଯାଇଛି ଯେ, ଅଭିନେତ୍ରୀ ଅନୁ ଚୋଧୁରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି କାରଣ ତାଙ୍କର ଦେହ ଅସୁସ୍ଥ । ଉକ୍ତ ପୋର୍ଟାଲରେ ପ୍ରସାରିତ ହୋଇଥିବା ଷ୍ଟୋରୀ ଲିଙ୍କ (Story Link)ଟିକୁ ଅଭିନେତ୍ରୀ ସାଇବର ପୋଲିସକୁ ପଠାଇଛନ୍ତି । ଏଥିସହ ଅନୁ କହିଛନ୍ତି ଯେ, ଖବର ପ୍ରସାରଣ ସଠିକ ଓ ସ୍ୱଚ୍ଛ ହେବା ଆବଶ୍ୟକ । ଆମର ଅନେକ ପ୍ରଶଂସକ ରହିଛନ୍ତି ତେଣୁ ମିଛ ଖବରକୁ ସଠିକ ଭାବି ସେମାନେ ବ୍ୟସ୍ତ ହୋଇପଡୁଛନ୍ତି । ଏପରି କି ଅନେକ ଲୋକ ଫୋନ କଲ୍ ଓ ମେସେଜ କରି ସ୍ୱାସ୍ଥ୍ୟ ସମ୍ପର୍କରେ ପ୍ରଶ୍ନ କରୁଛନ୍ତି । ଖବର ପ୍ରସାରଣ ପରେ ଆମର ସମ୍ପର୍କୀୟ ଓ ଶୁଭେଚ୍ଛୁଙ୍କ କଲ୍ ଲଗାତାର ଭାବରେ ଆସିଚାଲିଛି । ଆମେ ସମସ୍ତଙ୍କୁ କହିଛୁ ଯେ, ତାହା ସମ୍ପୂର୍ଣ୍ଣ ମିଛ ଖବର । ଅନୁ ଏକଥା ମଧ୍ୟ କହିଛନ୍ତି ଯେ, କେବଳ ମୋ ନାମରେ ନୁହେଁ ପୂର୍ବରୁ ଅନେକ କଳାକାରଙ୍କ ନାମରେ ମଧ୍ୟ ମିଛ ଖବର ପ୍ରସାରଣ ହୋଇଥିବା କଥା ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଓଲିଉଡ ହାସ୍ୟ ଅଭିନେତାଙ୍କ ନାମରେ ମିଛ ଖବର ପ୍ରସାରଣ କରାଯାଇଥିଲା । ସେହିପରି ଅଭିନେତା ମିଟୁ ମିଥୁନଙ୍କ ନାମରେ ମଧ୍ୟ ମିଛ ଖବର ପ୍ରସାରିତ ହୋଇଥିଲା । ମିଟୁ ମିଥୁନ ଏନେଇ ଥାନାରେ ଅଭିଯୋଗ କରିଥିଲେ । ସେହିପରି ଓଲିଉଡର ଅନ୍ୟ ଲୋକପ୍ରିୟ କଳାକାରଙ୍କ ନାମରେ ମଧ୍ୟ ଅନେକ ସମୟରେ ମିଛ ଖବର ପ୍ରସାରଣ ସାମ୍ନାକୁ ଆସିଛି ।

Also Read- Diabetes Control: ସୁଗାର ନିୟନ୍ତ୍ରଣ କରିବାରେ ସହାୟ ହୋଇଥାଏ ଏହି ପରିବା, ନିଶ୍ଚିତ ଖାଆନ୍ତୁ

Read More
{}{}