Hindi News >>Home >>Odisha Entertainment

Tutu Nayak: ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣା, SDJM କୋର୍ଟରେ ଆଜି ଶୁଣାଣି

Tutu Nayak: ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ (lady journalist Debasmita Rout) ସିନେ ପ୍ରଯୋଜକ ଟୁଟୁ ନାୟକ ମାଡ଼ ମାରିବା ଘଟଣା ( Odia film producer Tutu Nayak Case)।  ଶନିବାର ଦିନ ବେଲ୍ ନ ମିଳିବା କାରଣରୁ ସେ ବର୍ତ୍ତମାନ୍ ବିଚାର ବିଭାଗୀୟ ହାଜତ , ଝାରପଡା ଜେଲରେ ଅଛନ୍ତି ( Odia film producer Tutu Nayak arrest)।  

Advertisement
Tutu Nayak: ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣା, SDJM କୋର୍ଟରେ ଆଜି ଶୁଣାଣି
Stop
Zee Odisha Desk|Updated: Nov 06, 2023, 09:58 AM IST

Tutu Nayak: ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ (lady journalist Debasmita Rout) ସିନେ ପ୍ରଯୋଜକ ଟୁଟୁ ନାୟକ ମାଡ଼ ମାରିବା ଘଟଣା ( Odia film producer Tutu Nayak Case)।  ଶନିବାର ଦିନ ବେଲ୍ ନ ମିଳିବା କାରଣରୁ ସେ ବର୍ତ୍ତମାନ୍ ବିଚାର ବିଭାଗୀୟ ହାଜତ , ଝାରପଡା ଜେଲରେ ଅଛନ୍ତି ( Odia film producer Tutu Nayak arrest)।  ଆଜି ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି  ଭୁବନେଶ୍ୱର ଏସଡିଜେଏମ କୋର୍ଟରେ (sdjm court) ହେବ। ତେବେ, ଟୁଟୁ ନାୟକଙ୍କୁ ବେଲ୍ ମିଳିବ ନା ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାହିଁକିନା, ଟୁଟୁ ନାୟକଙ୍କ ବିରୋଧରେ ପୂର୍ବରୁ ମହିଳାଙ୍କୁ ଅସଦାଚରାଣ ଭଳି ସଙ୍ଗୀନ୍ ଅଭିଯୋଗ ରହିଛି। 

Also Read: Today Horoscope: ଶୁଭଫଳ ପାଇବା ସହ ରହିଛି ଅର୍ଥପ୍ରାପ୍ତିର ଯୋଗ , ଜାଣନ୍ତୁ କେମିତି କଟିବ ଆଜିର ଦିନ?

ଗତକିଛି ଦିନ ତଳେ ଅଭିନେତ୍ରୀ  ଜସ୍ମିନ ରଥ ଓ ପୁପୁଲ ଭୁଆଁ ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଥିଲା।  ଅଭିନେତ୍ରୀ ଜସ୍ମିନ ରଥ ଅଭିଯୋଗ ଆଣିଥିଲେ ଯେ, ଟୁଟୁ ନାୟକ ସୁଟିଂ ପରେ ତାଙ୍କୁ ବିଳମ୍ବିତ ରାତିରେ ଡାକନ୍ତି। ଏପରିକି ଏହି ନିମନ୍ତ୍ରଣ ରକ୍ଷା ନ କରିବାରୁ ତାଙ୍କୁ ପରଦିନ ଫିଲ୍ମ ପ୍ରୋଜେକ୍ଟରୁ ବାହାର କରି ଦିଅନ୍ତି। ଯଦି ଏହି ମାମଲା ଏବେ କୋର୍ଟରେ ବିଚାରଧିନ ଥିବ ତେବେ ଟୁଟୁ ନାୟକଙ୍କ ପାଇଁ ଅଡୁଆ ବଢିପାରେ।  ଅର୍ଥାତ୍ ତାଙ୍କୁ କୋର୍ଟରୁ ବେଲ୍ ମିଳି ନ ପାରେ। 

ସୂଚନା ଅନୁସାରେ, ଶୁକ୍ରବାର ଦିନ ସଞ୍ଜୟ ନାୟକ (ଟୁଟୁ ନାୟକ) ସାମ୍ୱାଦିକା ଦେବସ୍ମିତା ରାଉତଙ୍କୁ (Assault on lady scribe) ସର୍ବସମ୍ମୁଖରେ ଚାପୁଡା ଓ ଅସଦାଚରଣ କରିଥିଲେ।  ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଦେବସ୍ମିତା । ସେ ଅଭିଯୋଗରେ ଲେଖିଥିଲେ ଯେ, ମତେ କାହିଁକି ଟୁଟୁ ନାୟକ ମାଡ ମାରିଲେ ସେ ବିଷୟରେ ମୁଁ ଜାଣିନାହିଁ । ସର୍ବସାଧାରଣ ସ୍ଥାନରେ ମତେ ମାଡ ମରାଯାଇଥିବାରୁ ମୋର  ମର୍ଯ୍ୟାଦା ହାନୀ ହୋଇଛି ତେଣୁ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସେ ଲିଖିତ ଅଭିଯୋଗ କରିଥିଲେ । 

ପରେ ଶନିବାର ଦିନ ତାଙ୍କୁ ଗିରଫ କରାଯାଇ ଥିଲା।  ଯେହେତୁ, ଶନିବାର ଦିନ ଏସଡିଜେଏମ୍ କୋର୍ଟ ଉପସ୍ଥିତ ନ ଥିଲେ ଜେଏମଏଫସି 2 କୋର୍ଟକୁ ମାମଲାର ବିଚାର ହୋଇଥିଲା। ବିଚାର ପରେ ବିଚାର ବିଭାଗୀୟ ହାଜତ , ଝାରପଡା ଜେଲ ଟୁଟୁଙ୍କୁ ପଠାଯାଇଥିଲା। ମହିଳାଙ୍କୁ ଅସଦାଚରଣ ନେଇ ଆଇପିସିର ଧାରା ୩୫୪, ଅସଭ୍ୟ ଭାଷାରେ ଗାଳିଗୁଲଜ ନେଇ ଧାରା୨୯୪, କିଛି ସମୟ ପାଇଁ ଅଟକାଇବା ନେଇ ଧାରା ୩୪୧ ଓ ଆଘାତ ଦେବା ନେଇ ଧାରା ୩୨୩ରେ ଗିରଫ ହୋଇଛନ୍ତି ଟୁଟୁ।

Read More
{}{}