Hindi News >>Home >>Odisha Entertainment

ଆମେରିକା ଅଭିମୁଖେ ଓଡ଼ିଆ ସିନେ ତାରକା, ସବ୍ୟ ସେୟାର କଲେ ବିମାନ ଭିତର ଭିଡିଓ

         

Advertisement
ସୌ- ସୋସିଆଲ ମିଡିଆ
Stop
Zee Odisha Desk|Updated: Jun 30, 2022, 02:33 PM IST

 

ଭୁବନେଶ୍ୱର: ଆମେରିକା ଅଭିମୁଖେ ବାହାରିଛନ୍ତି ଓଡ଼ିଆ ସିନେ ତାରକା। ଗୁରୁବାର ସୋସିଆଲ ମିଡିଆରେ ଅଭିନେତା ସବ୍ୟସାଚୀ ମିଶ୍ର ଏହାର ସୂଚନା ଦେଇଛନ୍ତି। ସବ୍ୟଙ୍କ ସହ ପତ୍ନୀ ଅର୍ଚ୍ଚିତା, ଅଭିନେତ୍ରୀ ଏଲିନା ଓ ଅନ୍ୟ ତିନି ଜଣ କଳାକାର ଅଛନ୍ତି। ତେବେ ସେମାନେ କାହିଁକି ଆମେରିକା ଯାଉଛନ୍ତି ସେନେଇ ସବ୍ୟସାଚୀ କୌଣସି ସୂଚନା ଦେଇଛନ୍ତି।

ଗୁରୁବାର ସକାଳେ ଅଭିନେତା ସବ୍ୟସାଚୀ ମିଶ୍ର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓଟି କୌଣସି ଏକ ବିମାନ ଭିତରେ ସୁଟ କରାଯାଇଛି। ତେବେ ସେମାନେ ଆମେରିକା ଯାଉଥିବା ସ୍ପଷ୍ଟ ହୋଇଛି। କିନ୍ତୁ ଆମେରିକାର କେଉଁଠି ଓ କାହିଁକି ଯାଉଥିବା ବିଷୟରେ ସବ୍ୟ କୌଣସି ସୂଚନା ଦେଇ ନାହାନ୍ତି। ଅଧିକ ସୂଚନା ପାଇଁ ତାଙ୍କ ସହ ଯଡିତ ହୋଇବାକୁ ଅଭିନେତା କହିଛନ୍ତି।

ସବ୍ୟ ଭିଡିଓ ସେୟାର କରି ତାହାର କ୍ୟାପସନ ଲେଖିଛନ୍ତି, 'A journey to The United States of The Americas Begins! Stay Tuned for more Updates!' ଏହା ସହ
#OSA #OSAHWG #SmilePlease ଭଳି ଟ୍ୟାଗ ଦେଇଛନ୍ତି। ବିମାନ ଭିତରେ ସୁଟ ହୋଇଥିବା ଭିଡିଓରେ ସବ୍ୟସାଚୀ, ଅର୍ଚ୍ଚିତା, ଅସୀମା ପଣ୍ଡା, ଏଲିନା, ଯୋଗେସ ଜୋଜୋ ଓ ସତ୍ୟଜିତ ଅଛନ୍ତି।  

ସବ୍ୟଙ୍କ ହ୍ୟାସଟ୍ୟାଗ ଦେଖିଲେ ଲାଗୁଛି, ସେମାନେ କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛନ୍ତି। ଶୁକ୍ରବାର ରଥଯାତ୍ରା ଥିବାରୁ ଏହି ଓଡିଆ କଳାକାରମାନେ ଆମେରିକାରେ ଆୟୋଜିତ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ସେମାନଙ୍କ ଏହି ଯାତ୍ରା କେତେ ଦିନର ହେବ ସେ ନେଇ ମଧ୍ୟ କୌଣସି ସୂଚନା ମିଳିପାରିନାହିଁ। 

Read More
{}{}