Hindi News >>Home >>Odisha Entertainment

Nick Jonas Birthday,ଦେଶୀ ଗାର୍ଲଙ୍କ ସହ ବାର୍ଥ ଡେ ସେଲିବ୍ରେସନ ପାଇଁ ଆଉଟିଂରେ ଗଲେ ନିକ୍

Nick Jonas:  ଆମେରିକା ପପ୍ ଗାୟକ ତଥା ମୋଷ୍ଟ ହ୍ୟାଣ୍ତସମ ଅଭିନେତା ନିକ୍‌ ଜୋନସ(Nick Jonas) । ଆଜି ତାଙ୍କର ଜନ୍ମଦିନ । ସେ ୩୧ ବର୍ଷରେ ପଦାର୍ପଣ କରିଛନ୍ତି । 

Advertisement
ସୌଜନ୍ୟ : ସୋସିଆଲ ମିଡିଆ
Stop
Zee Odisha Desk|Updated: Sep 16, 2022, 03:45 PM IST

Nick Jonas:  ଆମେରିକା ପପ୍ ଗାୟକ ତଥା ମୋଷ୍ଟ ହ୍ୟାଣ୍ତସମ ଅଭିନେତା ନିକ୍‌ ଜୋନସ(Nick Jonas) । ଆଜି ତାଙ୍କର ଜନ୍ମଦିନ । ସେ ୩୧ ବର୍ଷରେ ପଦାର୍ପଣ କରିଛନ୍ତି । ଏ ଅବସରରେ ତାଙ୍କୁ ଛୁଟୁଛି ଶୁଭେଚ୍ଛା ଓ ଶୁଭକାମନାର ସୁଅ। ବହୁ ସେଲିବ୍ରେଟି ଓ ଅଭିନେତା ତାଙ୍କୁ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଆଉ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ତଥା ନିକ୍ ଙ୍କ ପତ୍ନୀ ମଧ୍ୟ ହଜବେଣ୍ତଙ୍କ ଏ  ବାର୍ଥ ଡେ ସେଲିବ୍ରେସନକୁ ଆହୁରୀ ସେଶ୍ପାଲ କରିଛନ୍ତି। ନିକ୍ ଏକ ଭିଡିଓ ମଧ୍ୟ ନିଜ ଜନ୍ମଦିନ ଅବସରରେରେ ନିଜ ଇନଷ୍ଟାରେ ସେୟାର କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଉଭୟ ବାର୍ଥ ଡେ ସେଲିବ୍ରେସନ କରିବାକୁ ଏକ ଭ୍ୟାକେସନରେ ଯାଉଛନ୍ତି। 

ଜେଟ ମଧ୍ୟରେ ପ୍ରିୟଙ୍କା ଚୋପ୍ରା ବସିଥିବା ବେଳେ ଜେଟ ମଧ୍ୟରେ ହାପିବାର୍ଥଡେର ଏକ  ଷ୍ଟିକର ଲଗାଯାଇଥିବା ଦେଖିବାକୁ ମିଳିଛି। ଜେଟ ମଧ୍ୟରେ ଦେଶୀ ଗାର୍ଲ ଏକ ଡେନିମ କର୍ଲରର ଡ୍ରେସ ପିନ୍ଧି ବସିଥିବା ଦେଖିବାକୁ ମିଳିଛି । ଆଉ ବାର୍ଥ ଡେ ବଏ ନିକ ମଧ୍ୟ ଏକ ବ୍ଲାକ୍ କର୍ଲରର ଟି ସାର୍ଟ ସହ ଏକ ସନ୍ ଗ୍ଲାସ ପିନ୍ଧିଛନ୍ତି। ଇନଷ୍ଚାରେ ସେୟାର କରାଯାଇଥିବା ଏ ଭିଡିଓରେ ପ୍ରିୟଙ୍କା ଚୋପ୍ରାଙ୍କ ମ୍ୟାନେଜର ଅର୍ଜୁଲା ଆଚାରିୟା ମଧ୍ୟ କମେଣ୍ଟ କରିଛନ୍ତି । 

 

 
 
 
 

 
 
 
 
 
 
 
 
 
 
 

A post shared by Priyanka (@priyankachopra)

 
 
 
 

 
 
 
 
 
 
 
 
 
 
 

A post shared by Priyanka (@priyankachopra)

 
 
 
 

 
 
 
 
 
 
 
 
 
 
 

A post shared by Nick Jonas (@nickjonas)

 

ସେ କମେଣ୍ଟରେ ଲେଖିଛନ୍ତି ଯେ," ହା ହା ଲବ୍ ଦିସ୍ "। ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ୍  ଗତ କିଛି ବର୍ଷ ଧରି ଉଭୟଙ୍କୁ ଡେଟ୍ କରୁଥିଲେ । ହେଲେ ୨୦୧୮ରେ ସେମାନେ ବିବାହ କରିଥିଲେ। ପରେ ଚଳିତ ବର୍ଷ ଜାନୁଆରୀ ଏ କପୁଲଙ୍କ କୋଳକୁ ଆସିଥିଲା କୁନି ଅତିଥି ତଥା ଝିଅ ମାଲତି ମେରି ଚୋପ୍ରା ଜୋନସ୍(daughter Malti Marie Chopra Jonas) । ଯେବେଠାରୁ ଏ କୁନି ଅତିଥି ତାଙ୍କ ଘରକୁ ଆସିଛି । ସେବେଠାରୁ ପ୍ରିୟଙ୍କା ନିଜ ଝିଅ ମାଲତିର କିଛି ଫଟୋ ଓ ଭିଡିଓ ନିଜ ଇନଷ୍ଟାରେ ସେୟାର କରୁଛନ୍ତି। 

 

ଗତ କିଛି ଦିନ ତଳେ ପ୍ରିୟଙ୍କା ନିଜ ଝିଅର ଏକ ଭିଡିଓ ନିଜ ଇନଷ୍ଟାରେ ସେୟାର କରିଥିଲେ।  ଯେଉଁଥିରେ ପ୍ରିୟଙ୍କାଙ୍କ ଝିଅ ଦିଲ୍ଲୀ ୬ ମୁଭିର( (Genda Phool) ) ଗେଣ୍ତାଫୁଲ ଗୀତରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।  ଯେଉଁଥିରେ ଫ୍ୟାନ୍ସଙ୍କ କାଫି କମେଣ୍ଟ ଓ ଲାଇକ୍ ମଧ୍ୟ ଆସିଛି। ସେହିପରି ନିଜ ଇନଷ୍ଟାରେ ପ୍ରିୟଙ୍କା ମଧ୍ୟ ଗତ କିଛି ଦିନ ତଳେ ତାଙ୍କ ଝିଅର ଆଉ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ନିଜ ଝିଅ ସହ ଏକ ସେଲଫି ନେଇଥିବା ଦେଖିବାକୁ ମିଳିଛି।  ଯେଉଁଥିରେ ପ୍ରିୟଙ୍କା ଏକ ଓ୍ବାଇର୍ଟ କର୍ଲର ଟପ ପିନ୍ଧି ଥିବା ବେଳେ ଗ୍ରୀନ କର୍ଲରର ହଟ୍ ପ୍ୟାଣ୍ଟ ପିନ୍ଧି ଥିବା ଦେଖିବାକୁ ମିଳିଛି। ସେହିପରି ଆଉ ଏକ ଫଟୋରେ ପ୍ରିୟଙ୍କା ନିଜ ବାନ୍ଧବୀ ଓ ତାଙ୍କ ଝିଅ ସହ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ନିକ ଜୋନସ୍ ଆମେରିକା ଡାଲାସରେ ୧୯୯୨ ମସିହାରେ (Dallas, U.S) ରେ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ନିକ୍‌ ଜୋନସଙ୍କ ପୁରା ନାଁ ହେଉଛି ନିକୋଲସ ଜେରି ଜୋନସ୍ (Nicholas Jerry Jonas)। 

Read More
{}{}