Hindi News >>Home >>Odisha Entertainment

Entertainment News: 'ତୋ ପାଇଁ ମୁଁ ଗାଉଛି ଗୀତ'ର ଶୁଭ ମହୁରତ

ଚଳଚ୍ଚିତ୍ର ର ବଳିଷ୍ଠ କାହାଣୀ ଏବଂ ଚଳଚ୍ଚିତ୍ର ସହିତ ଜଡିତ ଥିବା ଦମଦାର ଟିମ୍ ଉପରେ ଅନେକ ବିଶ୍ୱାସ ରଖିଛନ୍ତି ପ୍ରଯୋଜକ। ବିଗତ ଦିନ ମାନଙ୍କରେ ସଫଳତା ପାଇଥିବା ଅନେକ ସଙ୍ଗୀତ ଭିତ୍ତିକ ଚଳଚ୍ଚିତ୍ର ଭିତରୁ ତୋ ପାଇଁ ମୁଁ ଗାଇବି ଗୀତ ଢେର ସଫଳତା ପାଇବ ଏବଂ ଦର୍ଶକାଦୃତ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି। 

Advertisement
Entertainment News: 'ତୋ ପାଇଁ ମୁଁ ଗାଉଛି ଗୀତ'ର ଶୁଭ ମହୁରତ
Stop
Prabhudatta Moharana|Updated: Jul 31, 2024, 03:28 PM IST

Entertainment News: ଭୁବନେଶ୍ୱର: ଆରୋହୀ ମିଡ଼ିଆ ହାଉସ ପ୍ରସ୍ତୁତ ଏକ ପାରିବାରିକ ତଥା ସଙ୍ଗୀତ ଭିତ୍ତିକ ଓଡ଼ିଆ ଚଳଚ୍ଚିତ୍ର ତୋ ପାଇଁ ମୁଁ ଗାଉଛି ଗୀତ ର ଶୁଭ ମହୁରତ ରାଜଧାନୀ ର ଏକ ତାରକା ହୋଟେଲ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଶୁଭ ମହୁରତ ଅବସରରେ ଅତିଥି ଭାବେ ସିନେ ଜଗତର ବରିଷ୍ଠ ପ୍ରଯୋଜକ ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ପ୍ରଯୋଜକ ଅକ୍ଷୟ ପରିଜା, ପ୍ରଯୋଜକ ଜୁବୁଲି ସୁନ୍ଦର ରାୟ,ଯୁଗଳ ଦେବତା,ବରିଷ୍ଠ ଅଭିନେତା ଅସିତ ପତି, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଯୋଜକ ସୁମନ୍ତ କୁମାର ସଅ, ଶ୍ରୀତମ ଦାସ,ସଂଳାପକାର ଡ଼ ରଜନୀ ରଞ୍ଜନ,ପ୍ରିୟବ୍ରତ ପଣ୍ଡା ,ଅଭିନେତା ଆକାଶ ସୋନି,  ଅଭିନେତ୍ରୀ ଡୋନା ସାମନ୍ତ ଙ୍କ ସମେତ ନିର୍ଦ୍ଦେଶକ ଅଶ୍ୱିନୀ ଗଡ଼ନାୟକ, ସଂଳାପକାର ଡଃ ରଜନୀ ରଞ୍ଜନ, ପ୍ରଚାର ଓ ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଚଳଚ୍ଚିତ୍ର ର ପରିକଳ୍ପନା ସହିତ ଚିତ୍ରନାଟ୍ୟ ରଚନା ଏବଂ ପ୍ରଯୋଜନା କରିଛନ୍ତି ସୁମନ୍ତ କୁମାର ସଅ। କାହାଣୀ ରଚନା କରିଛନ୍ତି ଅସିତ ପତି ଏବଂ ସଂଳାପ ରଚନା କରିଛନ୍ତି ଡଃ ରଜନୀ ରଞ୍ଜନ। ଶତାଧିକ ଚଳଚ୍ଚିତ୍ରର ସହଯୋଗୀ ନିର୍ଦ୍ଦେଶକ ଭାବେ କାମ କରିଥିବା ତଥା ମିଷ୍ଟର ରୋମିଓ, ମାୟା ଭଳି କେତେ ଗୁଡିଏ ଚଳଚ୍ଚିତ୍ର ର ନିର୍ଦ୍ଦେଶନା ଦେଇଥିବା ଯୁବ ନିର୍ଦ୍ଦେଶକ ଅଶ୍ୱିନୀ ଗଡ଼ନାୟକ ଏହାର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି। ଡଃ ନିର୍ମଳ ନାୟକ ଙ୍କ ଗୀତ କୁ ସୁନ୍ଦର ଭାବେ ସଙ୍ଗୀତ ର ରୂପ ଦେଇଛନ୍ତି ଅଭିଜିତ ମଜୁମଦାର। ଚିତ୍ରତ୍ତୋଳନ ରେ ଅଛନ୍ତି ଚିତ୍ତରଞ୍ଜନ ବିଶ୍ୱାଳ।

ଚଳଚ୍ଚିତ୍ର ତୋ ପାଇଁ ମୁଁ ଗାଇବି ଗୀତ ଏକ ସମ୍ପୂର୍ଣ୍ଣ ପାରିବାରିକ ସହିତ ସଙ୍ଗୀତମୟ ଚଳଚ୍ଚିତ୍ର। ସଙ୍ଗୀତ ପାଇଁ ମଣିଷର ତ୍ୟାଗ, ପରିବାର ପ୍ରତି ତ୍ୟାଗ ଏଥିରେ ପ୍ରତିଫଳିତ ହୋଇଛି। ପ୍ରେମ, ପ୍ରଣୟ ସବୁ କିଛି ଫେଣ୍ଟାଫେଣ୍ଟି ଭିତରେ ସଙ୍ଗୀତ ପାଇଁ ଥିବା ତ୍ୟାଗକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଯୋଉ ତ୍ୟାଗ ପାଇଁ ନାୟକ ସଫଳତାର ସିଡ଼ି ଚଢିବାରେ ସୁଯୋଗ ପାଉଛି। ଏମିତି କିଛି ସଙ୍ଗୀତ ଭିତ୍ତିକ ଧାରା ରେ କାହାଣୀ ଗଢ଼ା ହୋଇ ମହୁରତ ପରେ ସୁଟିଂ ଫ୍ଲୋର କୁ ଓହ୍ଲାଇଛି "ତୋ ପାଇଁ ମୁଁ ଗାଇବି ଗୀତ" ଚଳଚ୍ଚିତ୍ର।

ଚଳଚ୍ଚିତ୍ର ର ବଳିଷ୍ଠ କାହାଣୀ ଏବଂ ଚଳଚ୍ଚିତ୍ର ସହିତ ଜଡିତ ଥିବା ଦମଦାର ଟିମ୍ ଉପରେ ଅନେକ ବିଶ୍ୱାସ ରଖିଛନ୍ତି ପ୍ରଯୋଜକ। ବିଗତ ଦିନ ମାନଙ୍କରେ ସଫଳତା ପାଇଥିବା ଅନେକ ସଙ୍ଗୀତ ଭିତ୍ତିକ ଚଳଚ୍ଚିତ୍ର ଭିତରୁ ତୋ ପାଇଁ ମୁଁ ଗାଇବି ଗୀତ ଢେର ସଫଳତା ପାଇବ ଏବଂ ଦର୍ଶକାଦୃତ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି। ଏହି ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ଦାୟିତ୍ୱ ବହନ କରିଛନ୍ତି ମିଡ଼ିଆ ପ୍ଲାନର ର କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ।

Read More
{}{}