Hindi News >>Home >>Odisha Entertainment

Ollywood News: ଅପରେସନ ୧୨/୧୭" ର ପୋଷ୍ଟର ଲୋକାର୍ପଣ

Ollywood News: ନୂଆ ଓଡ଼ିଆ ସିନେମା "ଅପରେସନ ୧୨/୧୭" ପାଇଁ ଆରମ୍ଭ ହୋଇଛି ସଜବାଜ । ସିନେମାର ପୋଷ୍ଟର ରିଲିଜ ହୋଇଥିବାବେଳେ ନୂଆ ଯୋଡି ଭୂମିକା ଓ ଶ୍ରେୟାନଙ୍କୁ ନେଇ ଚର୍ଚ୍ଚା ବଢୁଛି ।

Advertisement
Ollywood News: ଅପରେସନ ୧୨/୧୭" ର ପୋଷ୍ଟର ଲୋକାର୍ପଣ
Stop
Soubhagya Ranjan Mishra|Updated: Jul 05, 2023, 11:05 PM IST

Ollywood News: ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶିତ ନୂଆ ଓଡ଼ିଆ ଚଳଚ୍ଚିତ୍ର "ଅପରେସନ ୧୨/୧୭" (New Odia Film Operation 12-17) ପୋଷ୍ଟର ଲୋକାର୍ପଣ ଓ କଳାକାର ନାମ ଘୋଷଣା ଭୁବନେଶ୍ୱର ସତ୍ୟ ବିହାର ସ୍ଥିତ ଭବାନୀ ମଣ୍ଡପଠାରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି l ଏହି ପୋଷ୍ଟର ଲୋକାର୍ପଣ ଉତ୍ସବରେ ଚଳଚ୍ଚିତ୍ରର ପ୍ରଯୋଜିକା ଶୁଭ୍ରା ପଟ୍ଟନାୟକ (Film producer Subhra patnaik), ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ (Director Sudhansu mohan sahoo), କାର୍ଯ୍ୟକାରୀ ପ୍ରଯୋଜକ ଅମର ମହାପାତ୍ର, ପ୍ରସାଦ ଶ୍ରୀଚନ୍ଦନ, ଦିଲ୍ଲୀପ ଶ୍ରୀଚନ୍ଦନ, ବୈଦ୍ୟନାଥ ଦାଶ, ଅଭିନେତା ଶ୍ରେୟାନ୍, ଚୌଧୁରୀ ଜୟପ୍ରକାଶ ଦାସ, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ, ଅଭିନେତ୍ରୀ ଭୂମିକା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ନିଜ ସିନେମା ମାଧ୍ୟମରେ କିଛି ଦିନ ମଧ୍ୟରେ ଓଲିଉଡ ସମେତ ସାରା ରାଜ୍ୟରେ ଚର୍ଚ୍ଚା ପରିସରକୁ ଆସିଥିବା ଦ୍ବିପାୟନ ପଟ୍ଟନାୟକଙ୍କର କାହାଣୀର ସଂଳାପ ରଚନା କରିଛନ୍ତି ଆଗଧାଡିର ସଂଳାପକାର ଦିଲ୍ଲୀପ ଚୌଧୁରୀ l ସଙ୍ଗୀତ ନିର୍ଦ୍ଦେଶନା (Music director) ଦାୟିତ୍ୱ ନେଇଛନ୍ତି ଆଜିକାଲିର ଟ୍ରେଣ୍ଡି ସଙ୍ଗୀତକାର ବୈଦ୍ୟନାଥ ଦାଶ l ଚିତ୍ରତ୍ତୋଳନ ମୁଖ୍ୟ ରହିଛନ୍ତି କେରଲା ଷ୍ଟୋରୀର ଡିଓପି (DOP) ପ୍ରଶାନ୍ତନୁ ମହାପାତ୍ର l ମୁଖ୍ୟ ଚରିତ୍ରରେ ଅଛନ୍ତି ଭୂମିକା ଦାଶ (Actress Bhoomika Dash) ଏବଂ  ଶ୍ରେୟାନ କୁମାର (Shreyan Kumar) ଅଛନ୍ତି l ଭୂମିକା ଓ ଶ୍ରେୟାନଙ୍କ ଯୋଡିକୁ ପ୍ରଥମଥର ଆପଣ ବଡ଼ ପରଦାରେ ଦେଖିବାକୁ ପାଇବେ । ଅନେକ ସିନେମାରେ ଭୂମିକା ଆପଣଙ୍କର ପ୍ରିୟ ହୋଇସାରିଥିବାବେଳେ ନାୟକ ଶ୍ରେୟାନ ଉଭୟ ସିନେମା ଓ ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରିସାରିଛନ୍ତି । ଉଭୟ ଯୋଡିଙ୍କ ଅଭିନିତ ସିନେମାକୁ ଦର୍ଶକେ ଖୁବ୍ ପସନ୍ଦ କରିବେ ବୋଲି ଆଶା ରହିଛି । ଚଳଚ୍ଚିତ୍ର ସେଲଫିସ ଦିଲ୍ ରେ ଶ୍ରେୟାନ ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କ ସହ ଖୁବ୍ ସୁନ୍ଦର ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ । ସେହିପରି ସିନେମା ଓୟେ ଅଞ୍ଜଳୀରେ ଓଲିଉଡ ନାୟକ ସ୍ୱରାଜ ବାରିକଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ନିଜର ନୂଆ ସିନେମାରେ ନୂଆ କିଛି କରି ଦେଖାଇବାର ଲକ୍ଷ ରଖିଛନ୍ତି ଶ୍ରେୟାନ । ଶ୍ରେୟାନଙ୍କ ଡ୍ୟାନ୍ସ ଓ ଆକ୍ସନରେ ସାଉଥ ଫ୍ଲେବର ରହିଛି ବୋଲି ପ୍ରଶଂସକମାନେ ଚର୍ଚ୍ଚା କରିଥାନ୍ତି । ଏମାନଙ୍କ ସହିତ ଓଡିଶା ସିନେ ଦୁନିଆର ବହୁ ଲୋକପ୍ରିୟ କଳାକାର ଚୌଧୁରୀ ଜୟପ୍ରକାଶ ଦାସ, ଅମର ମହାପାତ୍ର, ଦୁଷ୍ମନ୍ତ, ପଙ୍କଜ ମହାନ୍ତି, ଲୋପାମୁଦ୍ରା ଏବଂ ଶିଶୁ କଳାକାର ସାନ୍ଭୀ ପ୍ରମୁଖ ରହିଛନ୍ତି l ପ୍ରଚାର ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ରହିଛନ୍ତି l ଏହି ଚଳଚ୍ଚିତ୍ର ବହୁତ ଜଲଦି ସୁଟିଙ୍ଗ୍ ଫ୍ଲୋରକୁ ଯିବ ବୋଲି ପ୍ରଯୋଜନା ସଂସ୍ଥା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଆସନ୍ତା ୨୧ ଜୁଲାଇ ଶୁକ୍ରବାର ଦିନ ସାରା ଓଡିଶାରେ ମୁକ୍ତିଲାଭ କରିବ ସିନେମା 'ନିୟତି' । ଭୁବନେଶ୍ୱର ପ୍ରେସ କ୍ଲବ ଠାରେ ଚଳଚ୍ଚିତ୍ରର ଟ୍ରେଲର ରିଲିଜ ଏବଂ ଅଡିଓ ଲୋକାର୍ପଣ (Audio and video release) ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ପ୍ରଯୋଜକ ତଥା ଅଭିନେତା ସମରେଶ ରାଉତରାୟ (Actor samaresh routray), ନିର୍ଦ୍ଦେଶକ ପିନାକୀ ଶ୍ରୀଚନ୍ଦନ, ଅଭିନେତା ସାନୁ, ଅଭିନେତ୍ରୀ ଦିବ୍ୟା, ପୁପୁଲ ଭୂୟାଁ, କେକେ, ସଙ୍ଗୀତ ନିର୍ଦ୍ଦେଶକ ଅନୁରାଗ ପଟ୍ଟନାୟକ ଏବଂ ମୋ କଲେଜ ଅଧ୍ୟକ୍ଷ ତଥା ଅଭିନେତା ଆକାଶ ଦାସ ନାୟକ (Akash das Nayak) ପ୍ରମୁଖ ଉପସ୍ଥିତ ଥିଲେ l ଓଡ଼ିଆ ଚଳଚ୍ଚିତ୍ର "ନିୟତି" ର ପ୍ରଯୋଜନା ପ୍ରେମଲତା ରାଉତରାୟ, ସମରେଶ ରାଉତରାୟ ଏବଂ ସୁଧାଂଶୁ ନାରାୟଣ କରିଥିବା ବେଳେ ଏକାଧାରରେ କାହାଣୀ, ଚିତ୍ରନାଟ୍ୟ, ସଂଳାପ ସହିତ ନିର୍ଦ୍ଦେଶନା ଦାୟିତ୍ୱ ପିନାକୀ ଶ୍ରୀଚନ୍ଦନ ନେଇଛନ୍ତି l ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ପଟ୍ଟନାୟକ, ଚିତ୍ରତ୍ତୋଳନ -  ଅକ୍ଷୟ କୁମାର ନାୟକ, ସମ୍ପାଦନା -  କେଡ଼ି ସିପୁନ, ଡି.ଆଇ - ଅଧିକାରୀ ସାହୁ ଏବଂ ପ୍ରଡ଼କସନ୍ ଡିଜାଇନ୍ (Production Design) ରେ ଜେନା ବ୍ରଦର୍ସ ରହିଛନ୍ତି l ଚଳଚ୍ଚିତ୍ର "ନିୟତି" ର ମୁଖ୍ୟ ଭୂମିକାରେ ଅଭିନେତା ସାନୁ, ଅଭିନେତ୍ରୀ ଦିବ୍ୟା ମହାନ୍ତି (Actress Dibya mohanty) ଏବଂ ଆଗ ଧାଡିର ଅଭିନେତା ସମରେଶ ରାଉତରାୟ ଅଛନ୍ତି l ଅନ୍ୟ ସହଯୋଗୀ କଳାକାର ଭାବେ କେକେ, କାହ୍ନା, ପୁପୁଲ ଭୂୟାଁ (pupul bhuyan), ଶୁଭ୍ରାଂଶୁ, ବିଷାନ, ଉଦିତ ଗୁରୁ, ଅଙ୍କିତ ପଟ୍ଟନାୟକ ଏବଂ ଅଭିଜିତ ପାତ୍ର ଅଭିନୟ କରିଛନ୍ତି l ଅନୁରାଗ ପଟ୍ଟନାୟକ (Anurag patnaik)ଙ୍କ ବଳିଷ୍ଠ ସଙ୍ଗୀତ ନିର୍ଦ୍ଦେଶନାରେ ବଲିଉଡ ତଥା ଓଲିଉଡ଼ର ନାମୀ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି (singer rituraj mohanty), ବିରାଜ, ସବିଶେଷ, ଅନ୍ତରା ଚକ୍ରବର୍ତ୍ତୀ (Antara chakraborty), ଗୀତ୍, ସ୍ମୃତି, ସଂଜୀବ, ଅନୁରାଗ, କ୍ରୀଷ୍ଣା ମିସ୍ତ୍ରୀ (ଉତ୍ସାଜ) ପ୍ରମୁଖ କଣ୍ଠଦାନ କରିଛନ୍ତି l ସିନେମାର ଗୀତ ଗୁଡିକୁ ଗୀତିକାର ସୁନ୍ଦର ଭାବରେ ଲେଖିଥିବା କଥା କଣ୍ଠଶିଳ୍ପୀ କହିଛନ୍ତି । ସିନେମାର ସବୁ ଗୀତ ଆପଣଙ୍କ ହୃଦୟକୁ ଛୁଇଁବ ବୋଲି ଟିମ୍ ଆଶା ରଖିଛି ।

Also read- ମହାକାଶକୁ ନେଇ ଯାଉଥିବା ରକେଟରେ ଚନ୍ଦ୍ରୟାନ-୩, ISRO ସେୟାର କଲା ଆକର୍ଷଣୀୟ ଭିଡିଓ

Read More
{}{}