Hindi News >>Home >>Odisha Entertainment

Jawan Advance Booking: ଭାଙ୍ଗିବ କି 'ପଠାନ' ରେକର୍ଡ? ​​ପ୍ରତି ମିନିଟରେ ୩ଶହରୁ ଅଧିକ ଟିକେଟ୍ ବିକ୍ରି

Jawan Advance Booking: ଆଗୁଆ ବୁକିଂକୁ ଲକ୍ଷ କଲେ ଏହା ଜଣାପଡୁଛି ଯେ, ଶାହାରୁଖ ଖାନଙ୍କ ଫିଲ୍ମ ଚାରିଆଡେ ଆଲୋଡ଼ନ ସୃଷ୍ଟି କରିଛି । ସିନେପ୍ରେମୀମାନେ ପ୍ରତି ସେକେଣ୍ଡରେ ସିନେମା ଦେଖିବାପାଇଁ ଆଗୁଆ ଟିକଟ ବୁକିଂ କରୁଛନ୍ତି ।

Advertisement
Jawan Advance Booking: ଭାଙ୍ଗିବ କି 'ପଠାନ' ରେକର୍ଡ? ​​ପ୍ରତି ମିନିଟରେ ୩ଶହରୁ ଅଧିକ ଟିକେଟ୍ ବିକ୍ରି
Stop
Soubhagya Ranjan Mishra|Updated: Sep 01, 2023, 03:10 PM IST

Jawan Advance Booking: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ (Shah rukh khan)ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଯବାନର ଆଡଭାନ୍ସ ବୁକିଂ ଆରମ୍ଭ ହୋଇସାରିଛି। ଆମେରିକାରେ ଆଡଭାନ୍ସ ବୁକିଂ ଆରମ୍ଭ ପରେ ଶାହାରୁଖ ଖାନ, ନୟନଥାରା ଏବଂ ବିଜୟ ସେଥୁପାଠୀଙ୍କ ଫିଲ୍ମକୁ ନେଇ ଆଲୋଚନା ସରଗରମ ହୋଇଛି । ଭାରତରେ ମଧ୍ୟ ଶାହାରୁଖଙ୍କ ସିନେମା 'ଯବାନ'ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି । ଆଗୁଆ ବୁକିଂକୁ ଲକ୍ଷ କଲେ ଏହା ଜଣାପଡୁଛି ଯେ, ଶାହାରୁଖ ଖାନଙ୍କ ଫିଲ୍ମ ଚାରିଆଡେ ଆଲୋଡ଼ନ ସୃଷ୍ଟି କରିଛି । ସିନେପ୍ରେମୀମାନେ ପ୍ରତି ସେକେଣ୍ଡରେ ସିନେମା ଦେଖିବାପାଇଁ ଆଗୁଆ ଟିକଟ ବୁକିଂ କରୁଛନ୍ତି ।

ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ଶାହାରୁଖ ଖାନଙ୍କ ଫ୍ୟାନ୍ସ କ୍ଲବ ପକ୍ଷରୁ ସୋସିଆଲ ମିଡିଆ (Social media) ମାଧ୍ୟମରେ ପ୍ରଚାର କରାଯାଉଛି ଯେ, କିଙ୍ଗ ଖାନଙ୍କ ଫିଲ୍ମ ଦେଖିବାକୁ ଫ୍ୟାନ୍ସମାନେ ବ୍ୟଗ୍ର ହୋଇପଡିଛନ୍ତି । ମାତ୍ର ୧ ଘଣ୍ଟା ମଧ୍ୟରେ ୨୦ ହଜାର ଟିକେଟ ବିକ୍ରି (Ticket sales) ହୋଇଥିବା ସୂଚନା ମିଳିଛି । ସୂଚନା ହିସାବରେ କହିବାକୁ ଗଲେ ମାତ୍ର ୧ ମିନିଟରେ ଯବାନର ୩୩୩ଟି ଟିକେଟ୍ ବିକ୍ରି ହେଉଛି । ଏହି ଖବର ଅନେକଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ବିଷୟ ପାଲଟିଛି । ବର୍ତ୍ତମାନ ଶାହାରୁଖ ଖାନଙ୍କ ଫିଲ୍ମର ଆଗୁଆ ବୁକିଂକୁ ନେଇ ନୂଆ ଆକଳନ ଜାରି ରହିଛି। ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଗୁରବାର ଦିନ ଯବାନର ଟ୍ରେଲର ରିଲିଜ୍ ହୋଇଥିଲା । ଟ୍ରେଲରଟି ସିନେପ୍ରେମୀଙ୍କୁ ଖୁବ ପସନ୍ଦ ଆସିଥିବା ଜଣାପଡିଛି । ଟ୍ରେଲରରେ ଶାହାରୁଖ ଖାନଙ୍କ ଅଭିନୟ ଓ ଡାଏଲଗକୁ ଦର୍ଶକେ ଖୁବ ପସନ୍ଦ କରିଛନ୍ତି ।

ଆପଣ ଜାଣି ରଖିବା ଉଚିତ, ଏହି ଚଳଚ୍ଚିତ୍ରରେ ଶାହରୁଖ ଖାନଙ୍କ ବ୍ୟତୀତ ନୟନ୍ତରା ଦୀପିକା ପାଦୁକୋନ, ଏବଂ ବିଜୟ ସେଥୁପାଠୀ ବିଶେଷ ରୂପରେ ନଜର ଆସିବେ । ଏଥିସହିତ ସାନିଆ ମଲହୋତ୍ରା, ଗିରିଜା ଓକ, ପ୍ରିୟମାନି, ଆଲିଆ କୁରେଶୀ, ସଞ୍ଜିତା ଭଟ୍ଟାଚାର୍ଯ୍ୟ, ଲେହର ଖାନ, ରିଦ୍ଧି ଡୋଗ୍ରା ଏବଂ ସୁନୀଲ ପ୍ରମୁଖ ଅଭିନୟ କରିଛନ୍ତି। ଏହି ଫିଲ୍ମ ସେପ୍ଟେମ୍ବର ୭ ରେ ସିନେମା ଯବାନ ରିଲିଜ ହେବାକୁ ଯାଉଛି । ଆଡଭାନ୍ସ ବୁକିଂକୁ ଦେଖିବା ପରେ କିଛି ବ୍ୟକ୍ତି ଏହା ଚର୍ଚ୍ଚା କରୁଛନ୍ତି ଯେ, ବୋଧହୁଏ ଏହି ସିନେମା ଶାହାରୁଖଙ୍କ ପୂର୍ବ ସିନେମା 'ପଠାନ'ର ରେକର୍ଡ ଭାଙ୍ଗିପାରେ ।

ସୂଚନାଯୋଗ୍ୟ, ପୂର୍ବରୁ କିଙ୍ଗ୍ ଖାନ ଶାହାରୁଖ 'ପଠାନ' ସିନେମା ମାଧ୍ୟମରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ । ସିନେମାର ଗୀତ ଓ କାହାଣୀକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ହୋଇଥିଲେ ମଧ୍ୟ ସିନେମାଟି ବକ୍ସ ଅଫିସ (Box office)ରେ ଭଲ ପ୍ରଦର୍ଶନ କରିଥିଲା । କିଛି ସ୍ଥାନରେ ସିନେମାର ଗୀତରେ ନାୟିକା ଦୀପିକା ପାଦୁକୋନଙ୍କ ପିନ୍ଧିବା ପାଇଁ ବ୍ୟବହୃତ ପୋଷାକକୁ ନେଇ ବିରୋଦ୍ଧ ପ୍ରଦର୍ଶନ ମଧ୍ୟ କରାଯାଇଥିଲା । ଏପରିକି କିଛି ସିନେମା ହଲ ସାମ୍ନାରେ ଗଣ୍ଡଗୋଳ ହୋଇଥିବା କଥା ସାମ୍ନାକୁ ଆସିଥିଲା । ସିନେମାକୁ କିଛି ବ୍ୟକ୍ତି ବୟକଟ କରିବା ସହିତ ସୋସିଆଲ ମିଡିଆ (Social media)ରେ ବିଭିନ୍ନ ପ୍ରକାରର ମତ ସେୟାର କରିଥିଲେ । କେବଳ ବିରୋଦ୍ଧ ନୁହେଁ ଅନେକ ବ୍ୟକ୍ତି ସିନେମା 'ପଠାନ'ର ସପକ୍ଷରେ ମଧ୍ୟ ସୋସିଆଲ ମିଡିଆରେ ମତ ଦେଇଥିଲେ । ତେବେ ବର୍ତ୍ତମାନ ଶାହାରୁଖଙ୍କ ନୂଆ ସିନେମା 'ଯବାନ' ରିଲିଜ୍ ପରେ ଦର୍ଶକ ଏହାକୁ କେତେ ପସନ୍ଦ କରୁଛନ୍ତି ଏବଂ କାହାଣୀରେ କଣ ଦେଖିବାକୁ ମିଳୁଛି ତାହା ପ୍ରିମିୟର ଶୋ ପରେ ହିଁ ଆପଣଙ୍କୁ ଆମେ ସୂଚନା ଦେବୁ ।

Also Read- Parliament News: କାହିଁକି ଜରୁରୀ ପଡ଼ିଲା ସଂସଦର ସ୍ୱତନ୍ତ୍ର ଅଧିବେଶନ

Read More
{}{}