Hindi News >>Home >>Odisha Entertainment

Naga Chaitanya: ଦ୍ବିତୀୟ ବିବାହ କରିବେ ନାଗା ଚୈତନ୍ୟ, ଜାଣନ୍ତୁ କ'ଣ କରନ୍ତି ତାଙ୍କ ଜୀବନ ସାଥୀ?

Naga Chaitanya: ସାଉଥ ଷ୍ଟାର ନାଗା ଚୈତନ୍ୟ (Naga Chaitanya) । ଏହି ଷ୍ଟାରଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନାଗା ଚୈତନ୍ୟ ଦ୍ବିତୀୟ ଥର ବିବାହ କରିବାକୁ ଯାଉଛନ୍ତି (Naga Chaitanyas Second Marriage) । ବିବାହ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି। 

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Sep 14, 2023, 01:42 PM IST

Naga Chaitanya: ସାଉଥ ଷ୍ଟାର ନାଗା ଚୈତନ୍ୟ (Naga Chaitanya) । ଏହି ଷ୍ଟାରଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନାଗା ଚୈତନ୍ୟ ଦ୍ବିତୀୟ ଥର ବିବାହ କରିବାକୁ ଯାଉଛନ୍ତି (Naga Chaitanyas Second Marriage) । ବିବାହ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି। ସେ ତାଙ୍କ ପ୍ରଥମ ପତ୍ନୀ ତଥା ଅଭିନେତ୍ରୀ  ସାମନ୍ଥା ରୁଥ ପ୍ରଭୁଙ୍କୁ  (Samantha Ruth Prabhu) ୨୦୨୧  ଅକ୍ଟୋବର ୨ ରେ ଡିଭୋର୍ସ ଦେଇଥିଲେ।  ପରସ୍ପରର ସହମତି କ୍ରମେ ଏହି ଛାଡପତ୍ର ହୋଇଥିଲା।  ଏହି ଖବର ଫ୍ୟାନ୍ସଙ୍କ ହୋସ୍ ଉଡାଇ ଦେଇଥିଲା । ନାଗା ସାମନ୍ଥାଙ୍କ ଠାରୁ ଛାଡପତ୍ର ହେବାର ପ୍ରାୟ ଦୁଇ ବର୍ଷ ବିତିଗଲାଣି ଏବଂ ବର୍ତ୍ତମାନ ଏହି ଦୁଇ ଜଣ ନିଜ ଜୀବନରେ ଆଗକୁ ମଧ୍ୟ ବଢିଲେଣୀ। 

Also Read: Jawan: ବକ୍ସ ଅଫିସରେ ଧମାଲ୍ ମଚାଉଛି 'ଜଓ୍ବାନ', ଜାଣନ୍ତୁ ସପ୍ତମ ଦିନରେ କେତେ କଲା କଲେକସନ୍?

ନାଗାଙ୍କ ଅଭିନୀତ ଫିଲ୍ମ 'ୟେ ମାୟା ଚେସାଭ'ର ସେଟରେ ସେ ସାମନ୍ଥାଙ୍କୁ ଭେଟିଥିଲେ। ପରେ ସୁଟିଂ ସେଟରୁ ଆରମ୍ଭ ହୋଇଥିବା ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଦୁହେଁ ଡେଟିଂ କରିବାକୁ  ଲାଗିଥିଲେ। ଏବଂ ୨୦୧୭ ମସିହାରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହର କିଛି ଦିନ ପରେ ଦାମ୍ପତ୍ୟ ଜୀବନରେ ଆରମ୍ଭ ହୋଇଥିଲା ଝଡ଼ । ପରେ ପରପ୍ପର ଠାରୁ ଅଲଗା ହେବାକୁ ନିସ୍ପତି ନେଇଥିଲେ। ସାଉଥ୍ ଉଣ୍ତଷ୍ଟ୍ରି ଏହି ପାଓ୍ବାର ଫୁଲ୍ କପଲ ୨୦୨୧  ଅକ୍ଟୋବର ୨ ରେ ପରପ୍ପର ଠାରୁ ଆଇନ୍ ଗତ ଭାବେ ଅଲଗା ହୋଇଥିଲେ। ଷ୍ଟାର କପଲଙ୍କ ବିଚ୍ଛେଦ ଖବର ହଇଚଇ ସୃଷ୍ଟି କରିଥିଲା। 

ପରେ ନାଗା  ଅଭିନେତ୍ରୀ (Sobhita Dhulipala) ଶୋଭିତା ଧୁଲିପାଲଙ୍କୁ ଡେଟ୍ କରୁଥିବା ଖବର ସାମ୍ନାକୁ ଆସିଥିଲା। କିନ୍ତୁ ଏହି ସମ୍ପର୍କ ନେଇ ନାଗା  କି ଶୋଭିତା ମୁହଁ ଖୋଲି ନାହାଁନ୍ତି। କିନ୍ତୁ ଏହାରି ଭିତରେ ନାଗାଙ୍କ ଦ୍ବିତୀୟ ବିବାହ ନେଇ ଖବର ସାମ୍ନାକୁ ଆସୁଛି (Naga Chaitanyas Second Marriage) । ତେବେ, ପୁଅର ବିବାହ ନେଇ (Nagarjuna) ନାଗାର୍ଜୁନ ବି ପ୍ରସ୍ତୁତ ହେଉଥିବା ଜଣାପଡିଛି । ତେବେ, ତାଜା ସୁଚନା ମୁତାବକ,  ନାଗା ଯେଉଁ ଯୁବତୀଙ୍କୁ ବିବାହ କରିବେ ସେ ଯୁବତୀଙ୍କ ନାଁ ପ୍ରକାଶ କରି ନାହାଁନ୍ତି ନାଗାଙ୍କ ପରିବାର ଲୋକେ। କିନ୍ତୁ କୁହାଯାଉଛି ଯେ, ଝିଅଟି ଏକ ବ୍ୟବସାୟିକ ପରିବାରର । ଏବଂ ଗ୍ଲାମର ଦୁନିଆ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। 

 

Read More
{}{}