Hindi News >>Home >>Odisha Entertainment

Satish Kaushik Death: ମହିଳାଙ୍କ ଚାଞ୍ଚଲ୍ୟକର ବୟାନ, ୧୫ କୋଟି ପାଇଁ ସତୀଶ କୌଶିକଙ୍କୁ ମାରିଛନ୍ତି ମୋ ସ୍ବାମୀ!

Satish kaushik Death: ସତୀଶ କୌଶିକଙ୍କ ମୃତ୍ୟୁକୁ ବିତିଛି ୩ ଦିନ । ଦିନକୁ ଦୁନ ଭିନ୍ନ ମୋଡ଼ ନେଉଛି ଅଭିନେତାଙ୍କ ମୃତ୍ୟୁ ମାମଲା । ପୂର୍ବରୁ ଦିଲ୍ଲୀ ବିଜୱାସନ ସ୍ଥିତ ଫାର୍ମ ହାଉସ୍‌ରୁ କିଛି ଆପତ୍ତିଜନକ ଔଷଧ ମିଳିଥିଲା । କୁହାଯାଉଥିଲା କି, ହୋଲି ଖେଳି ସାରିବା ପରେ ଏହି ଫାର୍ମ ହାଉସ୍‌ରେ ସତୀଶଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ନେବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଏଥିରେ ପୁଣି ଆସିଛି ଏକ ନୂଆ ଟ୍ବଷ୍ଟ ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Mar 12, 2023, 08:28 PM IST

Satish kaushik Death: ଇତି ମଧ୍ଯରେ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ(Satish Kaushik) ମୃତ୍ୟୁକୁ ବିତିଛି ୩ ଦିନ । ଦିନ ଯେତିକି ଗଡୁଛି ସତୀଶଙ୍କ ମୃତ୍ୟୁକୁ ନେଇ ସସପେନ୍ସ ସେତିକି ବଢିବାରେ ଲାଗିଛି । ଦିନକୁ ଦୁନ ଭିନ୍ନ ମୋଡ଼ ନେଉଛି ଅଭିନେତାଙ୍କ ମୃତ୍ୟୁ ମାମଲା । ପୂର୍ବରୁ ଦିଲ୍ଲୀ ବିଜୱାସନ ସ୍ଥିତ ଫାର୍ମ ହାଉସ୍‌ରୁ କିଛି ଆପତ୍ତିଜନକ ଔଷଧ ମିଳିଥିଲା । କୁହାଯାଉଥିଲା କି, ହୋଲି ଖେଳି ସାରିବା ପରେ ଏହି ଫାର୍ମ ହାଉସ୍‌ରେ(Farmhouse) ସତୀଶଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ନେବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

ହୋଲି ଦିନ ସତୀଶ ଯାଇଥିବା ଫାର୍ମ ହାଉସ୍‌(Vikas Malu Farm house) ତାଙ୍କ ନିକଟତର ବନ୍ଧୁ ବିକାଶ ମାଲୁଙ୍କର(Vikas Malu) ଅଟେ । ତେବେ ଏହି ଘଟଣାକୁ ନେଇ ବ୍ୟବସାୟୀ ବିକାଶ ମାଲୁଙ୍କ ପତ୍ନୀ ସାନଭି ଦିଲ୍ଲୀ ପୋଲିସ କମିଶନରଙ୍କୁ ଏକ ଚିଠି ଲେଖିଥିଲେ । ଯାହା ଫଳରେ ପୁଣି ଥରେ ଭିନ୍ନ ମୋଡ଼ ନେଇଛି କାହାଣୀ । ସାନଭି କହିଛନ୍ତି ଯେ ସତୀଶଙ୍କୁ ହତ୍ୟା କରାଯାଇଛି । ଏହି ହତ୍ୟା ପଛରେ ସ୍ବାମୀଙ୍କ ହାତ ରହିଛି । ଏହା ପଛର କାରଣ ୧୫ କୋଟି ଟଙ୍କା ହୋଇପାରେ । ବିକାଶ ସତୀଶଙ୍କୁ ଟଙ୍କା ପାଇଁ ହତ୍ୟା କରିଥିବା ସେ ପୋଲିସକୁ କହିଛନ୍ତି । ବିବାହ ପରେ ବିକାଶଙ୍କୁ ବ୍ୟବସାୟ ଲାଗି କିଛି ଟଙ୍କା ଦରକାର ପଡ଼ିଥିଲା । ତାଙ୍କ ସ୍ବାମୀଙ୍କୁ  ସତୀଶଙ୍କ ୧୫ କୋଟି ଦେଇଥିଲେ । କିଛି ବର୍ଷ ପରେ ଟଙ୍କା ପେରସ୍ତ ନେଇ କହିଥିଲେ ସତୀଶ । ଏହି ଟଙ୍କା ଯୋଗୁଁ ଉଭୟଙ୍କ ମଧ୍ଯରେ କିଛି ଦିନ ତଳେ ଝଗଡ଼ା ମଧ୍ଯ ହୋଇଥିଲା । ସେ ଆଉ ମଧ୍ୟ କହିଛନ୍ତି କି ଟଙ୍କା ପାଇଁ ସତୀଶ ତାଙ୍କ ଘରକୁ ମଧ୍ୟ ଆସିଥିଲେ । ସେହି ସମୟରେ ଜଲଦି ଟଙ୍କା ପେରସ୍ତ କରିବା ନେଇ ବିକାଶ ସତୀଶଙ୍କୁ କଥା ଦେଇଥିଲେ । ପରେ ହୋଲି ପାର୍ଟିରେ ଯୋଜନାବଦ୍ଧ ଭାବେ ତାଙ୍କ ସ୍ବାମୀ ଔଷଧ ଦେଇ ସତୀଶଙ୍କୁ ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି । ପୂର୍ବରୁ ବିଜୱାସନ ସ୍ଥିତ ଫାର୍ମ ହାଉସ୍‌ରୁ ପୋଲିସ କିଛି ଆପତ୍ତିଜନକ ଔଷଧ ପାଇଥିଲା । ଯାହାକୁ ନେଇ ସତୀଶଙ୍କ ମୃତ୍ୟୁ ସନ୍ଦେହ ଘେରକୁ ଆସିଥିଲା । ସାନଭିଙ୍କ ଅଭିଯୋଗ ପରେ ପୋଲିସ ଛାନଭିନ୍ ଆରମ୍ଭ କରିଛି । ପୋଲିସ ସେ ଦିନ ହୋଲି ପାର୍ଟି ସମୟରେ ଫାର୍ମ ହାଉସରେ ଥିବା ୨୫ ଜଣ କର୍ମଚାରୀଙ୍କୁ ଡ଼ାକି ପଚରାଉଚରା କରୁଛି।

ସତୀଶ ଏକାଧାରାରେ ଜଣେ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଥିଲେ । ଫିଲ୍ମ ମିଷ୍ଟର ଇଣ୍ଡିଆର ‘କ୍ୟାଲେଣ୍ଡର’ ହେଉ କି ଦିୱାନା ମସ୍ତାନାର ପପୁ ପେଜର ସତିଶଙ୍କୁ ଦେଇଥିଲା ଭିନ୍ନ ପରିଚୟ । ଫିଲ୍ମର ରାମଲଖନରେ ‘ କାଶୀରାମ’ ଚରିତ୍ର ସବୁବେଳେ ଲୋକଙ୍କ ମନରେ ରହିବେ । ନିଜର ଅଭିନୟ କ୍ୟାରିୟରରେ ସତିଶ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିଥିଲେ। ତାଙ୍କର ଚମତ୍କାର ଅଭିନୟ ସବୁବେଳେ ଫ୍ୟାନ୍ସଙ୍କ ମନରେ ଜୀବନ୍ତ ରହିବ । ସତୀଶ ୧୦ରୁ ଉର୍ଦ୍ଧ୍ୱ ଫିଲ୍ମର ନିର୍ଦ୍ଦେଶନା ସହ ଶତାଧିକ ଫିଲ୍ମରେ ଅଭିନୟର ଛାପ ଛାଡି଼ ଯାଇଛନ୍ତି । ୧୯୫୬ ମସିହାରେ ହରିୟାଣାରେ ସତୀଶ ଜନ୍ମଗ୍ରହଣ କରିଥିଲେ। ୧୯୮୨ ମସିହାରେ ଫିଲ୍ମ ‘ମାସୁମ୍’ ଜରିଆରେ ସତୀଶ ତାଙ୍କର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ସେ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ଛାତ୍ର ଥିଲେ।

Also Read-Oscars 2023: ଭାରତରେ ବସି ଅନଲାଇନରେ ଦେଖି ପାରିବେ ୯୫ତମ ଓସ୍କାର ଆୱାର୍ଡ, ଜାଣନ୍ତୁ ତାରିଖ ଓ ସମୟ ସହ ସବୁକିଛି

 

 

Read More
{}{}