Hindi News >>Home >>Odisha Entertainment

Mili Film: 'ମିଲି' ର ଦ୍ବିତୀୟ ଗୀତ ରିଲିଜ୍, ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଲେ ଜାହ୍ନବୀ

Mili Film: ଶ୍ରୀଦେବିଙ୍କ ଲାଡଲୀ ଜାହ୍ନବୀ କପୁର । ଅଭିନେତ୍ରୀ ଜାହ୍ନବୀଙ୍କ ଆଗାମୀ ଫିଲ୍ମ 'ମିଲି' ଖୁବଶିଘ୍ର ରିଲିଜ୍ ହେବାକୁ ଯାଉଛି । ଫିଲ୍ମଟିକୁ ନେଇ ଅଭିନେତ୍ରୀ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି ।ଫିଲ୍ମର ଦ୍ବିତୀୟ ଗୀତଟି ଆଜି ରିଲିଜ୍ ହୋଇଛି ।

Advertisement
Mili Film: 'ମିଲି' ର ଦ୍ବିତୀୟ ଗୀତ ରିଲିଜ୍, ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଲେ ଜାହ୍ନବୀ
Stop
Zee Odisha Desk|Updated: Oct 27, 2022, 06:10 PM IST

Mili Film: ଶ୍ରୀଦେବିଙ୍କ ଲାଡଲୀ ଜାହ୍ନବୀ କପୁର । ଅଭିନେତ୍ରୀ ଜାହ୍ନବୀଙ୍କ ଆଗାମୀ ଫିଲ୍ମ 'ମିଲି' ଖୁବଶିଘ୍ର ରିଲିଜ୍ ହେବାକୁ ଯାଉଛି । ଫିଲ୍ମଟିକୁ ନେଇ ଅଭିନେତ୍ରୀ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମର ଦ୍ବିତୀୟ ଗୀତଟି ଆଜି ରିଲିଜ୍ ହୋଇଛି । ଏବେ ଏହି ଫିଲ୍ମର 'ତୁମ୍ ଭୀ ରାହି' ଗୀତ ରିଲିଜ୍ ହୋଇଛି। ଯାହାକୁ ଜାହ୍ନବୀ ନିଜ ଇନଷ୍ଟାରେ ସେୟାର କରିଛନ୍ତି । ଏବଂ କ୍ୟାପସନରେ ଲେଖିଛନ୍ତି ଯେ, 'ମିଲି' ଚଳଚ୍ଚିତ୍ରର ମୋର ପ୍ରିୟ ଗୀତ ଶେଷରେ ରିଲିଜ୍ ହୋଇଛି । ଏହାସହ ସେ ଲେଖିଛନ୍ତି ଯେ ଫିଲ୍ମଟି ନଭେମ୍ବର ୪ରେ ରିଲିଜ୍‌ ହେବ । ଏଥିରେ ଜାହ୍ନବୀଙ୍କ ସହିତ ସନ୍ନି କୌଶଲ ମଧ୍ୟ ନଜର ଆସିବେ । 

ଫିଲ୍ମ 'ମିଲି' ୨୦୧୯ ମାଲାୟଲମ୍ ଫିଲ୍ମ ହେଲେନର ରିମେକ୍ । ଫଲ୍ମର ନିର୍ଦ୍ଦେଶକ ମାଥୁକୁଟି ଜାଭିୟର  (Mathukutty Xavier) ରହିଥିବା ବେଳେ ପ୍ରଯୋଜନା ଦାୟିତ୍ବରେ ରହିଛନ୍ତି ବୋନି କପୁର  ଅର୍ଥାତ ଜାହ୍ନବୀଙ୍କ ପିତା । ୨୦୨୧ରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା। ଏନେଇ ଫିଲ୍ମର କିଛି ଅପଡେଟ ମଧ୍ୟ ନିଜ ଫ୍ୟାନ୍ସକୁ ନିକଟରେ ଇନଷ୍ଟାରେ ଦେଇଥିଲେ ଜାହ୍ନବୀ । ଫିଲ୍ମରେ ଜାହ୍ନବୀ (Janhvi Kapoor) ଙ୍କ ବ୍ୟତିତ ସନ୍ନି କୌଶଲ (Sunny Kaushal) ଓ ମନୋଜ ପାଓ୍ବା (Manoj Pahwa) ଙ୍କୁ ମଧ୍ୟ ଲିଡ୍ ରୋଲରେ ଦେଖିବାକୁ ମିଳିବ । 
 

ଏହାବି ପଢନ୍ତୁ : Nayanthara & Vignesh Surrogacy Controversy: ନୟନତାରା ଓ ବିଘ୍ନେଶଙ୍କୁ ମିଳିଲା କ୍ଲିନଚିଟ୍, ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦୋଷ ଦେଲେ ସରକାର

 

ଯଦି ଏହି ଅଭିନେତ୍ରୀଙ୍କ ଓ୍ବାର୍କଫ୍ରଣ୍ଟର କଥା କହିବା, ତେବେ ବର୍ତ୍ତମାନ ଜାହ୍ନବୀଙ୍କ ପାଖରେ ଏକାଧିକ ପ୍ରୋଜେକ୍ଟ ରହିଛି। ଅଭିନେତ୍ରୀ ବର୍ତ୍ତମାନ ଅଭିନେତା ବରୁଣ ଧାୱନଙ୍କ ସହ ନୀତୀଶ ତିୱାରୀଙ୍କ ଫିଲ୍ମ ‘ବାୱାଲ’(Bawaal)ର ସୁଟିଂରେ ବ୍ୟସ୍ତ ଅଛନ୍ତି।  ଏହା ବ୍ୟତିତ ଜାହ୍ନବୀଙ୍କୁ ଅଭିନେତା ରାଜକୁମାର ରାଓଙ୍କ ସହ ‘ମିଷ୍ଟର ଆଣ୍ତ ମିସେସ୍ ମାହି’(Mr and Mrs. Mahi)ରେ ମଧ୍ୟ ଦେଖିବାକୁ ମିଳିବ। ଗତ କିଛି ଦିନ ତଳେ ଜାହ୍ନବୀଙ୍କ ଏକ ଭିଡିଓ  ଭାଇଲାଲ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, ଜାହ୍ନବୀ କପୁର ଏକ ରେଷ୍ଟୁରାଣ୍ଟରୁ ବାହାରକୁ ଆସୁଛନ୍ତି । ଏହା ପରେ ଜାହ୍ନବୀ ସିଧା କାରକୁ ଯାଇ ଚାଲିଯାଉଛନ୍ତି । ଶିଖର ପହରିଆ ପୂର୍ବରୁ ଡ୍ରାଇଭିଂ ସିଟରେ ବସିଥିବା ଦେଖିବାକୁ ମିଳୁଛି। ଶିଖର ପହରିଆ ହେଉଛନ୍ତି, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେ(Sushilkumar Shinde)ଙ୍କ ନାତି।  

ଏହା ପୂର୍ବରୁ ମଧ୍ୟ ହାହ୍ନବୀ ନିଜ ପିଲାଦିନ ସାଙ୍ଗକୁ ଡେଟ କରୁଥିବା ଖବର ଚର୍ଚ୍ଚା ହେଉଥିଲା । ଜାହ୍ନବୀ କପୁର ତାଙ୍କ ଇନ୍‌ଷ୍ଟା ଷ୍ଟୋରୀରେ ତାଙ୍କର ବନ୍ଧୁ ଅକ୍ଷତ ରାଜନ (Akshat Rajan)ଙ୍କ ଜନ୍ମଦିନ ପାଳନ କରୁଥିବା ଏକ ଫଟୋ ମଧ୍ୟ ସେୟାର କରିଥିଲେ। ଯେଉଁଥିରେ ଫ୍ୟାନ୍ସଙ୍କ କମେଣ୍ଟ ମଧ୍ୟ ଏ ପୋଷ୍ଟରେ ଆସିଥିଲା। ଜାହ୍ନବୀ କପୁର ଏବଂ ଅକ୍ଷତ ରାଜନ ପିଲାଦିନର ବନ୍ଧୁ । ତେବେ,ଏହା ପୂର୍ବରୁ ମଧ୍ୟ ଜାହ୍ନବୀ ଅନେକ ବଲିଉଡ ଅଭିନେତାଙ୍କୁ ମଧ୍ୟ ଡେଟ୍ କରିସାରିଛନ୍ତି। ଜଣାଶୁଣା ଅଭିନେତା ଇଶାନ ଖଟ୍ଟର(Ishaan Khatter) ଙ୍କ ନାଁ ସହିତ ଜହ୍ନବୀଙ୍କ ନାଁ ମଧ୍ୟ ଗତ କିଛି ଦିନ ଧରି ବେଶ ଚର୍ଚ୍ଚାରେ ରହିଥିଲା ।  

Read More
{}{}