Hindi News >>Home >>Odisha Entertainment

MC Stan Expensive gift: ଏମସି ଷ୍ଟାନଙ୍କୁ ଏତିକି ଲକ୍ଷର ଉପହାର ଦେଲେ ସାନିଆ ମିର୍ଜା, ଦାମ ଶୁଣିଲେ ଉଡ଼ିଯିବ ହୋସ!

MC Stan Expensive Shoes-Goggles: ବିଗ୍ ବସ ୧୬ ବିଜେତା ଏମସି ଷ୍ଟାନ ଓ ସାନିଆ ମିର୍ଜାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହା ଶୁଣି ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଛନ୍ତି।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Apr 15, 2023, 12:20 PM IST

MC Stan Expensive Shoes-Goggles: ବିଗ୍ ବସ ୧୬ (Bigg boss 16) ପ୍ରତିଯୋଗୀ ରାପର ଏମସି ଷ୍ଟାନଙ୍କ (MC Stan) ଲୋକପ୍ରିୟତା ଦିନକୁ ଦିନ ବେଶ ବଢିବାରେ ଲାଗିଛି । ବିଗ୍ ବସ ୧୬ରେ ବିଜେତା (Bigg boss 16 winner 2023) ହୋଇଥିଲେ ଏହି ପି-ଟାଉନ ରାପର । ଶୋ’ ଶେଷ ହେବା ପରେ ଫରାହ ଖାନ ସମସ୍ତ ବିଗ୍ ବସ ୧୬ ପ୍ରତିଯୋଗୀଙ୍କ ଲାଗି ଏକ ଗ୍ରାଣ୍ତ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ଫରାହ ଖାନଙ୍କ (farhan khan) ନିକଟର ବନ୍ଧୁ ତଥା ଦେଶର ପ୍ରସିଦ୍ଧ ଟେନିସ ତାରକା ସାନିଆ ମିର୍ଜା (Sania Mirza) ମଧ୍ୟ ଯୋଗ ଦେଇଥିଲେ। ତେବେ ବର୍ତ୍ତମାନ ସାନିଆ ମିର୍ଜା ଓ ଏମସି ଷ୍ଟାନଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଯାହା ଶୁଣି ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଛନ୍ତି।

ସୂଚନା ଅନୁଯାୟୀ, ଏମସି ଷ୍ଟାନ ସାନିଆ ମିର୍ଜାଙ୍କୁ (Sania Mirza) ବଡ଼ ଭଉଣୀ ବୋଲି ମାନନ୍ତି । ଏଥିଲାଗି ସେ ତାଙ୍କୁ “ଆପା” ବୋଲି ଡ଼ାକନ୍ତି । ନିକଟରେ ଏମସି ଷ୍ଟାନ ନିଜ ଇଣ୍ଟାଗ୍ରାମ ଆକାଉଣ୍ଟରେ ଏକ ଷ୍ଟୋରୀ (Insta Story) ସେୟାର କରି ସାନିଆ ମିର୍ଜାଙ୍କୁ (Sania Mirza) ଧନ୍ୟବାଦ ଜଣାଇଥିଲେ । ବାସ୍ତବରେ, ସାନିଆ ଏମସି ଷ୍ଟାନଙ୍କୁ ନିକଟରେ ଦୁଇଟି ବହୁ ମୂଲ୍ୟ ଉପହାର ଦେଇଛନ୍ତି । ଯେଉଁଥିରେ ଗୋଟିଏ ଘଣ୍ଟା ଓ ଚଷମା ସାମିଲ ରହିଛି । ଏମସି ଷ୍ଟାନକୁ (MC Stan ) ସାନିଆ ମିର୍ଜା ଦେଇଥିବା ଏହି ଉପହାରର ମୂଲ୍ୟ ଜାଣି ଫ୍ୟାନ୍ସଙ୍କ ହୋସ ଉଡ଼ିଯାଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ସାନିଆ ଏମସି ଷ୍ଟାନଙ୍କୁ ଦେଇଥିବା ଜୋତାର ମୂଲ୍ୟ ପ୍ରାୟ ୯୧ ହଜାର ଅଟେ।

ଏହା ବି ପଢନ୍ତୁ-KGF 3: Yash ଙ୍କ ଫ୍ୟାନ୍ସଙ୍କୁ ମିଳିଲା ଜବରଦସ୍ତ ସରପ୍ରାଇଜ୍, ପରଦାରେ ପାର୍ଟ ୩ ରିଲିଜ ନେଇ ଆସିଲା ଟିଜର !

ଏମସି ଷ୍ଟାନଙ୍କ (MC Stan) ଏହି ପୋଷ୍ଟକୁ ବେଶ ପସନ୍ଦ କରିଛନ୍ତି ଫ୍ୟାନ୍ସ । ବହୁ ଇଣ୍ଟା ୟୁଜର୍ସ ଏହି ପୋଷ୍ଟକୁ ଲାଇକ କରିଥିବା ଦେଖିବାକୁ ମିଳିଛି । ତେବେ ଲୋକେ ସାନିଆ ମିର୍ଜା ଓ ଏମସି ଷ୍ଟାନଙ୍କ ଏହି ସମ୍ପର୍କକୁ ବେଶ ପସନ୍ଦ କରିଛନ୍ତି ଲୋକେ । ପ୍ରକାଶ ଥାଉ କି, ବିଗ୍ ବସ ୧୬ ବିଜେତା ହେବା ପରେ ଏମସି ଷ୍ଟାନଙ୍କ ଫଲୋୟର୍ସ ପୂର୍ବ ଅପେକ୍ଷା ଆହୁରୀ ବଢିବାକୁ ଲାଗିଛି । ବିଭିନ୍ନ ସମୟରେ ଏମସି ଷ୍ଟାନ ଭିନ୍ନ ଭିନ୍ନ କାରଣକୁ ନେଇ ଲାଇମ ଲାଇଟରେ ରହୁଛନ୍ତି । ବର୍ତ୍ତମାନ ରାପର ନିଜର ଲାଇଭ ଶୋ’କୁ ନେଇ ବ୍ୟସ୍ତ ଅଛନ୍ତି ।

 

Read More
{}{}