Hindi News >>Home >>Odisha Entertainment

Malaika Arora on Khan Family: ଅର୍ଜୁନଙ୍କ ପ୍ରେମରେ ପଡିଲେ ଆଉ ବିଷ ଓଗାଳିଲେ

Malaika Arora on Khan Family: ଅଭିନେତ୍ରୀ ମଲାଇକା ଆରୋରା । ନିକଟରେ ତାଙ୍କ ଶୋ' (Moving In With Malaika) 'ମୁଭିଙ୍ଗ ଇନ୍ ଓ୍ବିଥ୍ ମଲାଇକା' ପାଇଁ ଆଜିକାଲି ଅଭିନେତ୍ରୀ ଜଣକ ହେଡଲାଇନରେ ଅଛନ୍ତି। ଶୋ’ରେ ମଲାଇକା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଭାବେ କହୁଛନ୍ତି ।

Advertisement
Malaika Arora on Khan Family: ଅର୍ଜୁନଙ୍କ ପ୍ରେମରେ ପଡିଲେ ଆଉ ବିଷ ଓଗାଳିଲେ
Stop
Zee Odisha Desk|Updated: Dec 16, 2022, 05:53 PM IST

Malaika Arora on Khan Family: ଅଭିନେତ୍ରୀ ମଲାଇକା ଆରୋରା । ନିକଟରେ ତାଙ୍କ ଶୋ' (Moving In With Malaika) 'ମୁଭିଙ୍ଗ ଇନ୍ ଓ୍ବିଥ୍ ମଲାଇକା' ପାଇଁ ଆଜିକାଲି ଅଭିନେତ୍ରୀ ଜଣକ ହେଡଲାଇନରେ ଅଛନ୍ତି। ଶୋ’ରେ ମଲାଇକା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଭାବେ କହୁଛନ୍ତି । ସେ ଶୋ’ରେ ତାଙ୍କ ସମ୍ପର୍କ ବିଷୟରେ ଅନେକ ବଡ଼ ଖୁଲାସା କରିଛନ୍ତି । ନିକଟରେ ଏହି ଶୋ'କୁ  କରନ ଜୋହର ଆସିଥିଲେ। ସେହି ଏପିସୋଡରେ ଅଭିନେତ୍ରୀ କରଣ ଜୋହରଙ୍କ ସହ ପୂର୍ବତନ ସ୍ୱାମୀ ଅରବାଜ ଖାନଙ୍କ ବିଷୟରେ ଖୋଲାଖୋଲି ଭାବେ କଥା ହୋଇଥିଲେ। ଖାନ୍ ପରିବାର ସହିତ ତାଙ୍କର ସମ୍ପର୍କ କିପରି ଅଛି ବୋଲି ଶୋ’ରେ ମଲାଇକା ଆରୋରା କହିଛନ୍ତି।

ମୁଁ ଖାନ ପରିବାର ପାଇଁ ୧ ନମ୍ବର ନୁହେଁ :
ମଲାଇକା ଆରୋରା ତାଙ୍କ ଶୋ’ରେ ଖୋଲାଖୋଲି ଭାବେ କଥା ହୋଇଛନ୍ତି। ଏହି ଶୋ’ରେ ଅଭିନେତ୍ରୀ ଜଣକ ଖାନ୍ ପରିବାର ବିଷୟରେ ବିଷ ଓଗାଳି ଥିଲେ। ସେ କହିଥିଲେ ଯେ, ତାଙ୍କୁ କେହି ପରିବାରରେ ସମର୍ଥନ କରନ୍ତି ନାହଁ । ସେ ଅରବାଜଙ୍କ ପରିବାର ପାଇଁ ୧ ନମ୍ବର ନୁହଁନ୍ତି, କିନ୍ତୁ ପୁଅ ଅରହାନ କାରଣରୁ ସମସ୍ତେ ତାଙ୍କୁ ସମର୍ଥନ କରନ୍ତି। ଯାହା ତାଙ୍କୁ କଷ୍ଟ ଦିଅ ।

ଅରହାନ କାରଣରୁ ପରିବାର ଚିନ୍ତିତ :
କରଣଙ୍କ ସହ କଥାବାର୍ତ୍ତା କରି ମଲାଇକା କହିଛନ୍ତି ଯେ ଅରବାଜଙ୍କ ପରିବାରରେ ତାଙ୍କର ସ୍ଥିତି କଦାପି ଏକ ନମ୍ବର ହୋଇପାରିବ ନାହିଁ। ପୁଅ ଅରହାନ କାରଣରୁ ସେ ମୋ ବିଷୟରେ ଚିନ୍ତା କରୁଛନ୍ତି। ଏହା ପରେ, ମଲାଇକାଙ୍କ ସହ କଥାବାର୍ତ୍ତା ବେଳେ କରଣ କହିଛନ୍ତି - ତୁମର ଦୁର୍ଘଟଣା ପରେ ପୁରା ପରିବାର ତୁମ ସହିତ ଥିଲେ ? ମୋର ଅର୍ଥ ସେହି ଲୋକମାନେ ସେଠାରେ ଥିଲେ 

ଏକ ବିଜ୍ଞାପନର ସୁଟିଂରେ ମଲାଇକା ଓ ଅରବାଜ ଖାନଙ୍କ ପ୍ରଥମ ସାକ୍ଷାତ ହୋଇଥିଲା । ପରେ ଦୁହିଁଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ହୋଇଥିଲା ଆଉ ଏହି ବନ୍ଧୁତା ଧିରେ ଧିରେ ପ୍ରେମରେ ପରିଣତ ହୋଇଥିଲା । ମଲାଇକା ଏବଂ ଅରବାଜ ପରସ୍ପରକୁ ପାଞ୍ଚ ବର୍ଷ ଧରି ଡେଟ କରିଥିଲେ । ୧୯୯୮ ମସିହାରେ ମଲାଇକା ଏବଂ ଅରବାଜଙ୍କ ବିବାହ ହୋଇଥିଲା।  ସେତେବେଳେ ମଲାଇକା ବଲିଉଡରେ ନୂଆ କରି ପାଦ ଥାପିଥିଲେ । କିନ୍ତୁ ସେ ନିଜ କ୍ୟାରିୟର ଅପେକ୍ଷା ପରିବାରକୁ ଅଧିକ ସମୟ ଦେଉଥିଲେ। 

ସେହି ସମୟରେ ଦୁହେଁ ବଲିଉଡର ମୋଷ୍ଟ ପାଓ୍ବାରଫୁଲ କପୁଲ ଥିଲେ। କିନ୍ତୁ ୧୯ ବର୍ଷ ବିବାହ ପରେ ଅର୍ଥାତ ୨୦୧୭ରେ ମଲାଇକା ଅରବାଜଙ୍କ ଠାରୁ ଛାଡପତ୍ର ନେଇଥିଲେ। ଅରବାଜ ଏବଂ ମଲାଇକାଙ୍କ ପରିବାର ଏଥିପାଇଁ ପ୍ରସ୍ତୁତ ନ ଥିଲେ, କିନ୍ତୁ ମଲାଇକା ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଉଭୟଙ୍କର ଏକ ପୁଅ ମଧ୍ୟ ଅଛି, ଯିଏ ମଲାଇକା ସହ ରୁହନ୍ତି। ଦୁହେଁ ଅଲଗା ରହୁଛନ୍ତି ସତ କିନ୍ତୁ ନିଜ ପୁଅ ପାଇଁ ସେମାନେ ସାଙ୍ଗ ହୋଇ ସବୁବେଳେ ଛିଡା ହୁଅନ୍ତି । ବର୍ତ୍ତମାନ ଉଭୟ ମଲାଇକା ଏବଂ ଅରବାଜ ନିଜ ଜୀବନରେ ଆଗକୁ ବଢିଛନ୍ତି । ମଲାଇକା ବର୍ତ୍ତମାନ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ କରୁଥିବା ବେଳେ ଅରବାଜ ଖାନ ଜର୍ଜିଆଙ୍କୁ ଡେଟ୍ କରୁଛନ୍ତି।

Read More
{}{}