Hindi News >>Home >>Odisha Entertainment

Malaika Arora Wedding: ମଲାଇକାଙ୍କ ବାଜିବ ଶାହାନାଇ,ନିଜେ ଦେଲେ ହିଣ୍ଟ !

Malaika Arora Wedding: ବଲିଉଡ ଅଭିନେତ୍ରୀ ତଥା ମଡେଲ ମଲାଇକା ଆରୋରା । ବର୍ତ୍ତମାନ ମଲାଇକା ନିଜ ଚାର୍ଟ ଶୋ' ମୁଭିଙ୍ଗ ଇନ୍ ଓ୍ବିଥ୍  ମଲାଇକା ( Moving in with Malaika)କୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି । ଏହି ଶୋ'ରେ ମଲାଇକା ଆରୋରା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବହୁତ ଖୋଲାଖୋଲି ଭାବରେ ଶୋ'କୁ ଆସୁଥିବା ଅତିଥିଙ୍କ ସହ ଚର୍ଚ୍ଚା କରୁଛନ୍ତି ।

Advertisement
Malaika Arora Wedding: ମଲାଇକାଙ୍କ ବାଜିବ ଶାହାନାଇ,ନିଜେ ଦେଲେ ହିଣ୍ଟ !
Stop
Zee Odisha Desk|Updated: Dec 29, 2022, 02:51 PM IST

Malaika Arora Wedding: ବଲିଉଡ ଅଭିନେତ୍ରୀ ତଥା ମଡେଲ ମଲାଇକା ଆରୋରା । ବର୍ତ୍ତମାନ ମଲାଇକା ନିଜ ଚାର୍ଟ ଶୋ' ମୁଭିଙ୍ଗ ଇନ୍ ଓ୍ବିଥ୍  ମଲାଇକା ( Moving in with Malaika)କୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି । ଏହି ଶୋ'ରେ ମଲାଇକା ଆରୋରା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବହୁତ ଖୋଲାଖୋଲି ଭାବରେ ଶୋ'କୁ ଆସୁଥିବା ଅତିଥିଙ୍କ ସହ ଚର୍ଚ୍ଚା କରୁଛନ୍ତି । ଅର୍ଜୁନ କପୁରଙ୍କ ସହ ସମ୍ପର୍କ ହେଉ କିମ୍ବା ଅରବାଜ ଖାନଙ୍କ ସହ ଛାଡପତ୍ର ହେଉ,ମଲାଇକାଙ୍କ ଏହି ଶୋ ଏକ ପାରିବାରିକ ଟକ୍ ସୋରେ ପରିଣତ ହୋଇଗଲାଣୀ। ନିକଟରେ ଏହି ଶୋକୁ ମଲାଇକାଙ୍କ ଭଉଣୀ ଅମ୍ରିତା ଆରୋରା ଆସିଥିଲେ । ଏଭଳି ପରିସ୍ଥିତିରେ ସେ ତାଙ୍କ ଭଉଣୀ ଅମୃତା ଆରୋରାଙ୍କ ସହ ତାଙ୍କର ଦ୍ୱିତୀୟ ବିବାହ ବିଷୟରେ ଆଲୋଚନା କରିଥିଲେ।

ବ୍ରେସଲେଟ ପାଇଁ ଦୁଇ ଭଉଣୀ ମୁହାଁମୁହିଁ :
ମଲାଇକାଙ୍କ ଶୋ' ମୁଭିଙ୍ଗ ଇନ୍ ଓ୍ବିଥ୍  ମଲାଇକା ର ଏକ ନୂଆ ଏପିସୋଡ୍ ଡିସନି ପ୍ଲସ୍ ହଟଷ୍ଟାରରେ ପ୍ରସାରିତ ହେଉଛି । ତେବେ, ଏହି ଶୋରେ ଦେଖିବାକୁ ମିଳିଛି ଯେ,ଉଭୟ ଏକତ୍ର ହୋଇ ସେମାନେ ଏକ ରେସ୍ତୋରାଁକୁ ଯାଆନ୍ତି । ଯେଉଁଠାରେ ମଲାଇକା ଏବଂ ଅମୃତା ଏକ କ୍ବଲିଟି ଟାଇମ ବିତାନ୍ତି । ଏଭଳି ପରିସ୍ଥିତିରେ ଅମ୍ରିତାଙ୍କ ଧ୍ୟାନ ମଲାଇକାଙ୍କ ଚୁଡି (Malaika's bangle) ଉପରେ ପଡେ ।

ମଲାଇକା ଅମୃତାଙ୍କୁ କହିଛନ୍ତି ଯେ ଏହା ହୀରାର ଅଟେ। ଏହା ପରେ ଅମ୍ରିତା ତାଙ୍କ ମା’ର ହୀରା ବ୍ରେସଲେଟ୍ କଥାକୁ ମନେ ପକାନ୍ତି । ଏହା ପରେ ଅମ୍ରିତା କୁହନ୍ତି ଯେ ବର୍ତ୍ତମାନ ସମୟ ଆସିଛି ତାଙ୍କ ପ୍ରିୟ ଝିଅକୁ ସେହି ବ୍ରେସଲେଟ୍ ଦେବାର । ଯାହା ଶୁଣି ମଲାଇକା ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି । ଅମ୍ରିତା ମଲାଇକାଙ୍କୁ କୁହନ୍ତି ଯଦି ତୁମେ ଚାହଁ,ତାକୁ ମୋ ସହ ସେୟାର କରିପାରିବ। ତେବେ ସେହି ହୀରା ବ୍ରେସଲେଡ ଉପରେ କେବଳ ମୋର ଅଧିକାର ରହିଛି । ଏହା ଶୁଣିବା ପରେ ମଲାଇକା ରାଗି ଯାଆନ୍ତି । ଏବଂ କୁହନ୍ତି ଯେ ତୁମେ ତାଙ୍କର ପ୍ରିୟ ଝିଅ ହୋଇପାର ,ତେଣୁ ତୁମେ ଏହା ରଖିପାର । ମଲାଇକାଙ୍କ ଠାରୁ ଏଭଳି ଶୁଣିବା ପରେ ଅମ୍ରିତାଙ୍କ ଚେହେରା ଫିକା ପଡିଯାଏ । ଏହା ପରେ ମଲାଇକା କୁହନ୍ତି ଯେ ,ଯଦି ଆମ ମଧ୍ୟରୁ କେହି ପୁଣି ଥରେ ବିବାହ କରନ୍ତି,ତେବେ ମୋର ପ୍ରଥମ ହେବ । ତେଣୁ,ଏ କ୍ଷେତ୍ରରେ, ମୁଁ ବ୍ରେସଲେଟ୍ ପାଇବି । ତେବେ, ଏଥିରୁ ସ୍ପଷ୍ଚ ଭାବରେ ଜଣାପଡୁଛି ଯେ,ମଲାଇକା ଖୁବଶିଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି ।

ଏହାବି ପଢନ୍ତୁ : Shah Rukh Khan: ପର୍ଣ୍ଣଷ୍ଟାରଙ୍କୁ ପସନ୍ଦ ଆସିଲା ଶାହରୁଖଙ୍କ ଏହି ଗୀତ, ଭିଡିଓ ଭାଇରାଲ

ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଦିର୍ଘ ବର୍ଷ ଧରି ମଲାଇକା ଏବଂ ଅର୍ଜୁନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି। ଦିର୍ଘ ଦିନ ଧରି ପରପ୍ପରକୁ ଡେଟ ମଧ୍ୟ କରୁଛନ୍ତି । ହେଲେ ଏହି ଲବବାର୍ଡ ୨୦୧୯ରେ ନିଜ ସମ୍ପର୍କକୁ ଅଫିସିଆଲ କରିଥିଲେ।  ଏହା ପରେ ସେମାନଙ୍କୁ ଟ୍ରୋଲର ଶୀକାର ହେବାକୁ ପଡିଥିଲା । ତେବେ ଉଭୟ ଏହା ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାଁନ୍ତି। ମଲାଇକା-ଅର୍ଜୁନଙ୍କ ଯୋଡିକୁ ସେମାନଙ୍କ ପ୍ରଶଂସକଙ୍କୁ ବହୁତ ପସନ୍ଦ କରନ୍ତି । ଦୁହେଁ ପ୍ରାୟତଃ ଭ୍ୟାକେସନରେ ଏକାଠି ସମୟ ବିତାନ୍ତି। ଦୀର୍ଘ ସମୟ ଧରି ଉଭୟଙ୍କ ବିବାହକୁ ନେଇ କଳ୍ପନାଜଳ୍ପନା ଚାଲିଛି।

 

Read More
{}{}