Hindi News >>Home >>Odisha Entertainment

Nisa Moharana: ବବିଙ୍କୁ ବାହା ହେବେ ନିଶା !, ଭିଡ଼ିଓ କରି ନିଶା ଦେଲେ ଏଭଳି ପ୍ରସ୍ତାବ

ନୂଆଦିଲ୍ଲୀ: ଆଇଟମ ଡ୍ୟାନସର ତଥା ଯାତ୍ରା କଳାକାର ନିଶା ମହାରଣା (Nisa Moharana) ବିଭିନ୍ନ କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଯାତ୍ରା ଆଇଟମ ଡ୍ୟାନସ କରି ବେଶ ଚର୍ଚ୍ଚାକୁ ଆସିଥାନ୍ତି ନିଶା। ସମାଜ ସେବା କରି ଯେତିକି ନାଁ ଅର୍ଜନ କରିଛନ୍ତି ନିଶା ତାହା ଠାରୁ ଅଧିକ ବିବାଦୀୟ ହୋଇ ଥାନ୍ତି ନିଶା। ବିଭିନ୍ନ ସମୟରେ ନିଜର ଡାଏଲଗକୁ ନ

Advertisement
Nisa Moharana: ବବିଙ୍କୁ ବାହା ହେବେ ନିଶା !, ଭିଡ଼ିଓ କରି ନିଶା ଦେଲେ ଏଭଳି ପ୍ରସ୍ତାବ
Stop
Zee Odisha Desk|Updated: Jun 19, 2023, 09:41 PM IST

latest odisha news: ନୂଆଦିଲ୍ଲୀ: ଆଇଟମ ଡ୍ୟାନସର ତଥା ଯାତ୍ରା କଳାକାର ନିଶା ମହାରଣା (Nisa Moharana) ବିଭିନ୍ନ କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଯାତ୍ରା ଆଇଟମ ଡ୍ୟାନସ କରି ବେଶ ଚର୍ଚ୍ଚାକୁ ଆସିଥାନ୍ତି ନିଶା। ସମାଜ ସେବା କରି ଯେତିକି ନାଁ ଅର୍ଜନ କରିଛନ୍ତି ନିଶା ତାହା ଠାରୁ ଅଧିକ ବିବାଦୀୟ ହୋଇ ଥାନ୍ତି ନିଶା। ବିଭିନ୍ନ ସମୟରେ ନିଜର ଡାଏଲଗକୁ ନେଇ ସେ ବିବାଦ ମଧ୍ୟରେ ଫସି ରହିଥାନ୍ତି। ନିକଟରେ ବାହାନଗା ରେଳ ଦୁର୍ଘଟଣା ପିଡ଼ୀତଙ୍କୁ ସାହାଯ୍ୟର ହାତ ବଢାଇ ଚର୍ଚ୍ଚାରେ ରହିଥିଲେ ନିଶା। ତେବେ ବର୍ତ୍ତମାନ ଚର୍ଚ୍ଚାକୁ ଆସିବାର କାରଣ କିନ୍ତୁ ଭିନ୍ନ ରହିଛି। ଆସନ୍ତୁ ଜାଣିବା ନିଶା ବର୍ତ୍ତମାନ ଚର୍ଚ୍ଚାରେ ରହିବାର କାରଣ କଣ ରହିଛି। 

ଏଠାରେ କହି ରଖୁକି ଓଲିଉଡ଼ ଜଗତରେ ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି ବବି ମିଶ୍ର। ବବି ଅଭିନେତ୍ରୀ କୋଏଲଙ୍କୁ ପୂର୍ବରୁ ବିବାହ କରିଥିଲେ। କିନ୍ତୁ ପାରିବାରିକ ବିବାଦ ପରେ ସେ କୋଏଲଙ୍କୁ ଛାଡପତ୍ର ଦେଇସାରିଛନ୍ତି। ତେବେ ଆଜି ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି କି ବର୍ତ୍ତମାନ ସମୟରେ ଝିଅଙ୍କ ଅଭାବ ଦେଖିବାକୁ ମିଳୁଛନ୍ତି। ସମୟରେ ସମାଜରେ ଝିଅ ଅଭାବ ଦେଖାଦେଇଛନ୍ତି। ଏହି ସାକ୍ଷାତକାର ସମୟରେ ସେ ତାଙ୍କ ଅଭିଜ୍ଞତା ସମ୍ପର୍କରେ ବଖାଣିଥିଲେ। ଛତିଶଗଡ଼, ତେଲୁଗୁ, ତାମିଲ ଆଦି ଭାଷାରେ ସେ ଅଭିନୟ କରିଛନ୍ତି। ଓଡ଼ିଆ ଇଣ୍ଡଷ୍ଟ୍ରୀରେ ମଧ୍ୟ ଉନ୍ନତି ଘଟୁଛି। ଓଡ଼ିଆ ସିନେମାକୁ ନେଇ ସେ ବହୁତ ଆଶାବାଦୀ ରହିଥିବା ନେଇ ବବି କହିଥିଲେ। 

ବ୍ୟକ୍ତିଗତ ଜୀବନକୁ ନେଇ ଏକ ପ୍ରଶ୍ନରେ ସେ କହିଥିଲେ କି ତାଙ୍କର ଆଗକୁ କିଛି ସିନେମା ଆସୁଥିବା ନେଇ ସୂଚନା ଦେଇଥିଲେ। ତେବେ ସେ ଦ୍ୱିତୀୟ ବିବାହ କରିବାକୁ ଚାହୁଁଛନ୍ତି। ଆଗରୁ ପୁଅମାନଙ୍କ ସଂଖ୍ୟା କମ ରହିଥିଲେ। ଝିଅମାନଙ୍କ ଅଧିକ ସଂଖ୍ୟା ରହିଥିଲେ। ଏବେ ପୁଅଙ୍କ ସଂଖ୍ୟା ବଢିଯାଇଛି। ଝିଅଙ୍କ ସଂଖ୍ୟା କମି ଗଲାଣି। ପୁନର୍ବାର ବିବାହ କରିବାକୁ ଚାହୁଁଛନ୍ତି ବୋଲି ଉକ୍ତ ଗଣମାଧ୍ୟମ ଜରିଆରେ ସୂଚନା ପ୍ରଦାନ କରିଥିଲେ। ବବିଙ୍କ ଏହି ଉକ୍ତି ଶୁଣିବା ପରେ ନିଶା ଏକ ଭିଡ଼ିଓ ଜାରି କରି ନିଜର ମତାମତ ରଖିଛନ୍ତି। 

ଏକ ଭିଡ଼ିଓ ଜାରି କରି ନିଶା କହିଛନ୍ତି କି ଆଜି କାଲି ସମୟରେ ଝିଅ ମିଳିବା କଷ୍ଟକର। କିନ୍ତୁ ମୁଁ ଆପଣଙ୍କର ବହୁତ ବଡ଼ ପ୍ରଶଂସକ। ସେ କହିଥିଲେ କି ମୁଁ ଓଡ଼ିଶାର ଦ୍ୱିତୀୟ ସନ୍ନି ଲିଓନି। ଆଜି ମୁଁ ଜାଣିବାକୁ ପାଇଲି କି ବବି ଭାଇ ଦ୍ୱିତୀୟ ବିବାହ କରିବାକୁ ଚାହୁଁଛନ୍ତି। ବବି ମିଶ୍ରଙ୍କୁ ବାହା ହେବାକୁ ସେ ପ୍ରସ୍ତୁତ ରହିଥିବା ନେଇ ସୂଚନା ଦେଇଛନ୍ତି। ବବି ମିଶ୍ର ତାଙ୍କୁ କେବେ ବିବାହ ପାଇଁ ପ୍ରସ୍ତାବ ଦେବେ ବୋଲି ସେ ଅପେକ୍ଷା କରି ରହିଥିବା ନେଇ ନିଶା ସୂଚନା ଦେଇଛନ୍ତି। 

Also Read: ମିଳିବା ପରେ ଛୁଆକୁ ତାଗିଦ କରୁଛି ମାଆ ବିଲେଇ, ଭାଇରାଲ ହେଉଛି ଭିଡ଼ିଓ; ଆପଣ ବି ଦେଖନ୍ତୁ

Also Read: Asia Cup Money: ଏସିଆ କପ୍ ପ୍ରସାରଣରୁ ମିଳୁଥିବା ଟଙ୍କାକୁ କ'ଣ କରିଥାଏ ବିସିସିଆଇ?

 

Read More
{}{}