Hindi News >>Home >>Odisha Entertainment

ଫ୍ୟାନଙ୍କୁ ନାଲିଆଖି ଦେଖାଇଲେ ହ୍ରିତିକ, କାହିଁକି ଜାଣନ୍ତି କି...

ଶୁକ୍ରବାର ରିଲିଜ ହୋଇଥବା ଫିଲ୍ମ ବ୍ରହ୍ମାସ୍ତ୍ର ( Brahmastra) ଦେଖିବାକୁ ନିଜ ଦୁଇ ପିଲାଙ୍କ ସହ ମୁମ୍ବାଇର ଏକ ଥିଏଟରକୁ ଯାଇଥିଲେ ହ୍ରିତକ ରୋଶନ୍ । ଏହି ସମୟରେ ହ୍ରିତିକଙ୍କ ଏକ ଫ୍ୟାନ ତାଙ୍କ ପାଖକୁ ସେଲଫି ନେବାପାଇଁ ମାଡିଆସିଥିଲେ ।

Advertisement
ଫ୍ୟାନଙ୍କୁ ନାଲିଆଖି ଦେଖାଇଲେ ହ୍ରିତିକ, କାହିଁକି ଜାଣନ୍ତି କି...
Stop
Zee Odisha Desk|Updated: Sep 10, 2022, 12:28 PM IST

ନୂଆଦିଲ୍ଲୀ: ଫ୍ୟାନ୍ସଙ୍କ ଉପରେ ରାଗିଲେ କ୍ରିସଷ୍ଚାର ହ୍ରିତିକ ରୋଶନ୍। ସେଲଫି ନେଲା ବେଳେ ଫ୍ୟାନ୍ସଙ୍କୁ ଦେଖାଇଲେ ନାଲି ଆଖି। ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ଘଟଣାଟି ଥିଲା ପୁରା ଏମିତି ...
ଶୁକ୍ରବାର ରିଲିଜ ହୋଇଥବା ଫିଲ୍ମ ବ୍ରହ୍ମାସ୍ତ୍ର ( Brahmastra) ଦେଖିବାକୁ ନିଜ ଦୁଇ ପିଲାଙ୍କ ସହ ମୁମ୍ବାଇର ଏକ ଥିଏଟରକୁ ଯାଇଥିଲେ ହ୍ରିତକ ରୋଶନ୍ । ଏହି ସମୟରେ ହ୍ରିତିକଙ୍କ ଏକ ଫ୍ୟାନ ତାଙ୍କ ପାଖକୁ ସେଲଫି ନେବାପାଇଁ ମାଡିଆସିଥିଲେ । ହେଲେ ଫ୍ୟାନ୍ସଙ୍କ ଏଭଳି ବ୍ୟବହାର ଦେଖି୍ ରାଗିଯାଇଥିଲେ କ୍ରିସଷ୍ଚାର। ସେଲଫି ନେବାକୁ ମନା କରିବା ସହ ରାଗିଯାଇଥିଲେ। କ୍ୟା କର ରହେ ହେ ତୁ ? କ୍ୟା କର ରହେ ହେ କହି (What are you doing?)ଗାଡି ଭିତରକୁ ଚାଲି ଯାଇଥିଲେ ବଲିଉଡର ଗ୍ରୀକ୍‌ଗଡ୍ ହ୍ରିତିକ ରୋଶନ୍। ତେବେ, ହ୍ରିତିକଙ୍କ ଏ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଫ୍ୟାନ୍ସଙ୍କ ପ୍ରତି ହ୍ରିତିକଙ୍କ ଏ ବ୍ୟବହାର ଦେଖି ଭିଡିଓରେ ମଧ୍ୟ ଠେର ସାରା କମେଣ୍ଟ ଆସୁଛି । ଯେଉଁଥିରେ ଫ୍ୟାନ୍ସ ହ୍ରିତିକଙ୍କ ପ୍ରତି କିଛି ପ୍ରତି କିଛି ଖଟାମିଠା ଭରା କମେଣ୍ଚସ ମଧ୍ୟ କରିଛନ୍ତି।

କିଛି ସପ୍ତାହ ପୂର୍ବରୁ ଶାହରୁଖ ଖାନଙ୍କ ସହ ସମାନ ଘଟଣା ଘଟିଥିଲା। ଶାହାରୁକ୍ ଖାନ୍( Shah Rukh Khan) ନିଜ ପୁଅ ଆରୟାନ ଖାନ( Aryan Khan)ଙ୍କ ସହ ଏୟାରପୋର୍ଟରେ ସ୍ପଷ୍ଟ ହୋଇଥିଲେ। ଏହି ସମୟରେ ଜଣେ ଫ୍ୟାନ୍ସ ଜୋରଜବରଦସ୍ତ ତାଙ୍କ ପାଖକୁ ଯାଇ ସେଲଫ୍ ନେବା ପାଇଁ ଚେଷ୍ଟା କରିଥିଲା । ଯେଉଁଥିରେ ଶାହାରୁକ୍ ଅପସେଟ ହୋଇଯାଇଥିଲେ।

 

https://www.instagram.com/p/CiSCm1MNeFj/?utm_source=ig_embed&utm_campaig...

Vikram Vedha film ରିଲିଜ୍ ଡେଷ୍ଟ ଓ ଷ୍ଟାରକାଷ୍ଟ...
ଚଳିତ ମାସ 30ରେ ହ୍ରିତିକଙ୍କ ଅପକମିଙ୍ଗ ମୁଭି ବିକ୍ରମ ବେଦା ( upcoming film Vikram Vedha) ରିଲିଜ ହେବ। ଫିଲ୍ମର ଟ୍ରେଲର ଏ ସପ୍ତାହରେ ରିଲିଜ ହୋଇଥିଲା। ଟ୍ରେଲରକୁ ଫ୍ୟାନ୍ସଙ୍କ ରେସପନ୍ସ ମଧ୍ୟ ଖୁବ ଭଲ ଥିଲା। ଫିଲ୍ମର ଷ୍ଚାରକାଷ୍ଚରେ ରହିଛନ୍ତି ହ୍ରିତିକ ରୋଶନ(Hrithik Roshan ), ସେଫ ଅଲ୍ଲୀ ଖାନ୍(Saif Ali Khan ), ରାଧିକା ଆପଟେ(Radhika Apte ), ରୋହିତ ସରାଫ(Rohit Saraf ),ୟୋଗିତା ବିହାନୀ(Yogita Bihani ), ସରିବ ହସମି(Sharib Hashmi ), ଓ ସତ୍ୟଦୀପ ମିଶ୍ରା( Satyadeep Mishra)।  ଏହା ଏକ ତାମିଲ ରିମେକ୍ ମୁଭି। ତେବେ ଫିଲ୍ମର ବଜେଟ ରହିଛି  175 କୋଟି।   ତେବେ, ତାମିଲ ଭାଷାରେ ଏ ଫିଲ୍ମଟି 2017 ଜୁଲାଇ 21ରେ ରିଲିଜ ହୋଇଥିଲା।  ଫିଲ୍ମର ମୁଖ୍ୟ ଭୁମିକାରେ ରହିଥିଲେ ଆର ମାଧବନ(R. Madhavan) ଓ ବିଜୟ ସେତୁପତି (Vijay Sethupathi) ରହିଥିଲେ। ଫ୍ୟାନ୍ସ ବି ମୁଭିକୁ କାଫି ପଜେଟିଭ ରେସପନ୍ସ ଦେଇଥିଲେ।

ହ୍ରୀତିକ ରୋ଼ଶନ ଜଣେ ବଲିଉଡ ଅଭିନେତା । ସେ ୧୦ ଜାନୁୟାରୀ ୧୯୭୪ରେ ଜନ୍ମ ହେଇଥିଲେ । "କହୋନ ପ୍ୟାର ହେ" ତାଙ୍କର ପ୍ରଥମ ସିନେମା ଥିଲା । ଏହା ପରେ ସେ କୋଇ ମିଲ ଗୟା,କ୍ରିସ, ଧୂମ୨, ଯୋଦ୍ଧା ଆକବର ,ମିଶନ କାଶ୍ମୀର, ଲକ୍ଷ୍ୟ,ଅଗ୍ନିପଥ, ଗୁଜାରିଶ, ଜିନ୍ଦେଗୀ ନା ମିଲେଗୀ ଦୁବାରାରା,କ୍ରିସ ୩ ଭଳି ପ୍ରମୁଖ ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସେ ପ୍ରସିଦ୍ଧ ସିନେମା ନିର୍ଦ୍ଦେଶକ ରାକେଶ ରୋଶନଙ୍କ ପୁଅ । ହ୍ରୀତିକ୍‌ଙ୍କୁ ଗୀତ ଗାଇବାକୁ ଓ ଡାନ୍ସ କରିବାକୁ ବହୁତ ଭଲ ଲାଗେ ।

Read More
{}{}