Hindi News >>Home >>Odisha Entertainment

Paresh Rawal: ଥାନାକୁ ଟଣା ହୋଇପାରନ୍ତି Paresh Rawal, ଗୁଜୁରାଟ ନିର୍ବାଚନ ପ୍ରଚାର ବେଳେ କରିଥିଲେ ଏମିତି କାମ

Paresh Rawal: ବଲିଉଡର ଜଣାଶୁଣା ଅଭିନେତା ପରେଶ ରାୱଲ ( Paresh Rawal ) । କମେଡି ମୁଭିରେ ତାଙ୍କ ଅଭିନୟ ବେଶ ଚମକ୍କାର । କିନ୍ତୁ ଲୋକଙ୍କୁ ସବୁବେଳେ ହସାଉଥିବା ପରେଶଙ୍କ ବିରୋଧରେ ଆସିଛି ଅଭିଯୋଗ । ଗୁଜୁରାଟରେ ବିଜେପି ପାଇଁ ପ୍ରଚାର କରୁଥିଲେ ପରେଶ। କିନ୍ତୁ ପ୍ରଚାର ସମୟରେ ସେ ବଙ୍ଗାଳୀ ବିରୋଧି ମନ୍ତବ୍ୟ ଦେଇଥିବା ଅଭିଯୋଗ  ହୋଇଛି । 

Advertisement
 Paresh Rawal: ଥାନାକୁ ଟଣା ହୋଇପାରନ୍ତି Paresh Rawal, ଗୁଜୁରାଟ ନିର୍ବାଚନ ପ୍ରଚାର ବେଳେ କରିଥିଲେ ଏମିତି କାମ
Stop
Zee Odisha Desk|Updated: Dec 06, 2022, 01:36 PM IST

Paresh Rawal: ବଲିଉଡର ଜଣାଶୁଣା ଅଭିନେତା ପରେଶ ରାୱଲ ( Paresh Rawal ) । କମେଡି ମୁଭିରେ ତାଙ୍କ ଅଭିନୟ ବେଶ ଚମକ୍କାର । କିନ୍ତୁ ଲୋକଙ୍କୁ ସବୁବେଳେ ହସାଉଥିବା ପରେଶଙ୍କ ବିରୋଧରେ ଆସିଛି ଅଭିଯୋଗ । ଗୁଜୁରାଟରେ ବିଜେପି ପାଇଁ ପ୍ରଚାର କରୁଥିଲେ ପରେଶ। କିନ୍ତୁ ପ୍ରଚାର ସମୟରେ ସେ ବଙ୍ଗାଳୀ ବିରୋଧି ମନ୍ତବ୍ୟ ଦେଇଥିବା ଅଭିଯୋଗ  ହୋଇଛି । ଏହି ମନ୍ତବ୍ୟକୁ ନେଇ ଏବେ ବିବାଦ ଦେଖାଦେଇଛି । ଏନେଇ ତାଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତ ସିପିଆଇ(ଏମ୍‌)ର ଲୋକସଭା ସାଂସଦ ମହମ୍ମଦ ସଲିମ୍(CPI(M) West Bengal State Secretary Md Salim )  ।  

ସଲିମ ତାଙ୍କ ଏତଲାରେ ଏହା ଦର୍ଶାଇଛନ୍ତି ଯେ, ପରେଶ ଦେଇଥିବା ମନ୍ତବ୍ୟ ଦଙ୍ଗା ସୃଷ୍ଟିକାରୀ,ଏହା ବଙ୍ଗାଳୀ ଓ ଅନ୍ୟ ସଂପ୍ରଦାୟ ମଧ୍ୟରେ ସମନ୍ବୟକୁ ନଷ୍ଟ କରୁଛି। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଗୁଜୁରାଟରେ ରାଲି ଚାଲିଥିବା ସମୟରେ ଅଭିନେତା  କହିଥିଲେ ଯେ 'ଗୁଜରାଟ ଜନସାଧାରଣ ମୁଦ୍ରାସ୍ଫୀତିକୁ ସହ୍ୟ କରିବେ କିନ୍ତୁ ବାଂଲାଦେଶୀ ଓ ରୋହିଙ୍ଗ୍ୟା ଙ୍କୁ ନୁହେଁ।' ଏହି ମନ୍ତବ୍ୟକୁ ନେଇ ବିବାଦ ଉପୁଜିଥିଲା। ଏହା ବଙ୍ଗଳାଙ୍କ ପାଇଁ ଅପମାନଜନକ ମନ୍ତବ୍ୟ ବୋଲି ସଲିମ କହିଛନ୍ତି । କେବଳ ସେତିକି ନୁହେଁ, ପ୍ରଚାର ବେଳେ ସେ ଏହା ବି କହିଛନ୍ତି ଯେ, 'ଯଦି ଗ୍ୟାସ ସିଲିଣ୍ଡର ମହଙ୍ଗା ହୁଅ, ତେବେ ଏହାର ମୂଲ୍ୟ ହ୍ରାସ ପାଇବ। ଲୋକମାନେ ଚାକିରୀ ପାଇବେ। 

କିନ୍ତୁ ଯଦି ରୋହିଙ୍ଗ୍ୟା ପ୍ରବାସୀ ତଥା ବାଂଲାଦେଶୀମାନେ ଦିଲ୍ଲୀରେ ଆପଣଙ୍କ ଚାରିପାଖରେ ବସବାସ କରିବେ ତେବେ,ଆପଣଙ୍କର ଗ୍ୟାସ ସିଲିଣ୍ତର ଆବଶ୍ୟକତା ରହିବ ନାହିଁ । ବଙ୍ଗୀୟମାନେ ତୁମମାନଙ୍କୁ ମାଛ ରାନ୍ଧିକି ଦେବେ। ' ସେପେଟ ଏହି  ପ୍ରସଙ୍ଗରେ ନିଜର ପକ୍ଷ ରଖିଛନ୍ତି ପରେଶ ସେ କହିଛନ୍ତି  ସେ ବଙ୍ଗାଳୀମାନଙ୍କ ବିରୋଧରେ କିଛି ବି କହିନାହାନ୍ତି । ତାଙ୍କ ମନ୍ତବ୍ୟ କେବଳ ବେଆଇନ ବାଂଲାଦେଶୀ ଓ ରୋହିଙ୍ଗ୍ୟା ଅନୁପ୍ରବେଶକାରୀମାନଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା। ବଲିଉଡ୍ ଅଭିନେତା ପରେଶ ରାଓ୍ବଲ , ଯଦି ଆମେ ତାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା  । ତେବେ, ତାଙ୍କ ହାତରେ ଅନେକ ବଡ ପ୍ରଜେକ୍ଟ ରହିଛି । ସେ ତାଙ୍କର ଆଗାମୀ ଫିଲ୍ମ 'ହେରାଫେରି ୩ ' ରେ ନଜର ଆସିବେ। ଏହାବ୍ୟତୀତ  ସେ 'ସେହେଜାଦା' ଓ 'ଡ୍ରିମଗାର୍ଲ ୨' ରେ ନଜର ଆସିବେ। 

ଏହାବି ପଢନ୍ତୁ : Urfi Javed New Viral Video: ମାତାଲ ହୋଇ ରାସ୍ତାରେ ବୁଲିଲେ ଉର୍ଫ, ଟ୍ରୋଲର୍ସ କହିଲେ ଆଉ କଣ୍ଟ୍ରୋଲରେ...

ଏହାବି ପଢନ୍ତୁ : Lucky Ali: ଯୁଗ ଗଲା ଲୋକ ଭୁଲିଗଲେ, ସହାୟତା ପାଇଁ ନିବେଦନ କରି ଥକି ଗଲେ ଗାୟକ ଅଲ୍ଲୀ

ଏହାବି ପଢନ୍ତୁ : Akshay kumar: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଏହି ଫିଲ୍ମରେ ନଜର ଆସିବେ ଅକ୍ଷୟ କୁମାର !

ଏହାବି ପଢନ୍ତୁ  : Mahesh Babu: ସାଉଥ ଫିଲ୍ମରେ ଆଉ ଦେଖିବାକୁ ମିଳିବେନି ମହେଶ ବାବୁ, ରହିଛି ଏହି ବଡ କାରଣ !

Read More
{}{}