Hindi News >>Home >>Odisha Entertainment

Freddy: ପ୍ରେମିକାର ଧୋକ୍କା ଠାରୁ ଅଧିକ କଷ୍ଟ ଦେଲା କଇଁଛର ମୃତ୍ୟୁ, ଏମିତି ରିଭେଞ୍ଜ ନେଲେ କାର୍ତ୍ତିକ ଆର୍ୟନ

Freddy News: ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଏମିତି ରୂପ ଦେଖି ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାହାଣୀରେ ଟ୍ୱିଷ୍ଟ ସେତେବେଳେ ଆସେ ଯେତେବେଳେ ଡ. ଫ୍ରିଡିଙ୍କ ଅନ୍ତରଙ୍ଗ ବନ୍ଧୁ ହାଇଡର କୁ କିଡନାପ କରିନିଅନ୍ତି ଯୁବତୀ ଓ ତାଙ୍କ ପ୍ରେମିକ। ହାଇଡର ଥିବ ନାୟକଙ୍କ ପ୍ରିୟ କଇଁଛ ତଥା ଭଲବନ୍ଧୁ । ଛୋଟ ବେଳଠୁ ସେ ନାୟକଙ୍କ ସାଙ୍ଗ ଥିବ। 

Advertisement
Freddy: ପ୍ରେମିକାର ଧୋକ୍କା ଠାରୁ ଅଧିକ କଷ୍ଟ ଦେଲା କଇଁଛର ମୃତ୍ୟୁ, ଏମିତି ରିଭେଞ୍ଜ ନେଲେ କାର୍ତ୍ତିକ ଆର୍ୟନ
Stop
Rasmita Sahoo|Updated: Dec 03, 2022, 07:29 PM IST

Freddy Kartik Aaryan: କାର୍ତ୍ତିକ ଆର୍ୟନ ବଲିଉଡର ଜଣେ ଆଗଧାଡିର ନାୟକ । ତାଙ୍କ ଅଭିନୀତ ଅନେକ ଫିଲ୍ମ ଦର୍ଶକଙ୍କୁ ଖୁବ ଭଲପାଇବା ଦେଇଛି ଅନେକ କିଛି ଅଭିଜ୍ଞତା ଦେଇଛି । ହେଲେ ଗତକାଲି ରିଲିଜ ହୋଇଥିବା ଫିଲ୍ମ Freddy କୁ ନେଇ ଏବେ କାର୍ତ୍ତିକ ଆର୍ୟନଙ୍କୁ ନେଇ ଜୋରଦାର ଚର୍ଚ୍ଚା । NetFlix ରେ ରିଲିଜ ହୋଇଥିବା ଫିଲ୍ମକୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି । ଜଣେ ସାଧାସିଧା ଦନ୍ତ ଚିକିତ୍ସକ କେମିତି ନିଜ କଇଁଛ ମୃତ୍ୟୁର ପ୍ରତିଶୋଧ ନେଇଛନ୍ତି ତାକୁ ଫିଲ୍ମରେ ଅତି ଭୟଙ୍କର ଭାବେ ଦେଖାଯାଇଛି। 

ମାଟ୍ରିମୋନିଆଲ ସାଇଟରୁ (Matrimonial Site) ନିଜର ସୋଲମେଟ ଖୋଜୁ ଖୋଜୁ ଜଣେ ବିବାହିତା ନାରୀଙ୍କ ପ୍ରେମରେ ପଡନ୍ତି କାର୍ତ୍ତିକ ଆର୍ୟନ ତଥା ଡ. ଫ୍ରିଡି ଜିନୱାଲା । ପ୍ରତିଟି ମୁହୂର୍ତ୍ତରେ ନିଜ ମନର ନାୟିକା କଥା ଭାବୁଥିବା ସେହି ଯୁବତୀ ଜଣଙ୍କ ନିଜ ଦାନ୍ତର ଚିକିତ୍ସା ପାଇଁ  ଫ୍ରିଡି ଙ୍କ ପାଖରେ ପହଞ୍ଚନ୍ତି। ଆଉ ସେଠାରୁ ଆରମ୍ଭ ହୁଏ ଦୁହିଁଙ୍କ ପ୍ରେମ । ଏକଥା ଜାଣିପାରି ଯୁବତୀଙ୍କ ସ୍ୱାମୀ ଫିଲ୍ମର ନାୟିକାଙ୍କୁ ଖୁବ ନିର୍ଯାତନା ଦିଅନ୍ତି। ଆଉ ଦିନରାତି ମାଡ ଖାଇ ସହିଯାଆନ୍ତି ଫ୍ରିଡିଙ୍କ ମନର ନାୟିକା । ଏସବୁ ଜାଣିପାରି ସହିପାରନ୍ତିନି ଫ୍ରିଡି। ଉଭୟ ଚିନ୍ତା କରନ୍ତି କେମିତି ଯୁବତୀଙ୍କ ସ୍ୱାମୀଙ୍କୁ ରାସ୍ତାରୁ ହଟାଇ ନିଜର ଏକ ସ୍ୱପ୍ନର ଦୁନିଆ ଗଢିତୋଳିବେ। 

Also Read: Riya Dey Reception Party: ପରୀ ଆଉଟଫିଟରେ ନଜର ଆସିଲେ ରିୟା, ଫ୍ୟାନ୍ସ କହିଲେ...

ପ୍ଲାନ ସଫଳ ହୁଏ, ରାସ୍ତା ଦୁର୍ଘଟଣା ରେ ଯୁବତୀଙ୍କ ସ୍ୱାମୀଙ୍କୁ ଗାଡି ଚଢାଇ ମାରି ହତ୍ୟାକୁ ଆତ୍ମହତ୍ୟାର ରୂପ ଦିଅନ୍ତି ଡ.ଫ୍ରିଡି । ହେଲେ ସେ ଜାଣିନଥିଲେ ଯେ , ଯେଉଁ ମନର ନାୟିକାଙ୍କୁ ଭଲ ପାଇ ନିଜର ଏକ ସଂସାର ମନରେ ଗଢିତୋଳିଥିଲେ। ସେ ଘରକୁ ଗୋଟିଏ ଚୁଟକିରେ ଚୁରମାର କରିଦେଲେ  ଯୁବତୀ । ନିଜ ସ୍ୱାମୀଙ୍କୁ ରାସ୍ତାରୁ ହଟାଇବାକୁ ନିଜ ପ୍ରେମିକଙ୍କ ସହ ଷଡଯନ୍ତ୍ର କରି ଡ ଫ୍ରିଡିଙ୍କୁ ଫସାଇଥିଲେ ଯୁବତୀ। ଏହା ଜାଣିବା ପରେ ଭିତରୁ ପୁରା ଭାଙ୍ଗିପଡନ୍ତି ଡ. ଫ୍ରିଡି (Dentist Freddy) । କାରଣ ଯୁବତୀଙ୍କ ପୁରୁଣା ପ୍ରେମିକ ଡ ଫ୍ରିଡିଙ୍କୁ ସର୍ବସାଧାରଣରେ ବହୁତ ବେଇଜତ କରିଥାନ୍ତି । ଏହାପରେ ଡ ଫ୍ରିଡି ମନରୁ ଭାବିନିଅନ୍ତି ତାଙ୍କଠାରୁ ପ୍ରତିଶୋଧ ନେବେ।

Also Read:  Hansika Motwani Wedding: ସୁଫି ନାଇଟରେ ଏମିତି କ'ଣ କଲେ ହଂସିକା ଓ ସୋହେଲ ? ଯାହାକୁ ଦେଖି ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ

ଅନେକ ପ୍ରକାରର ପ୍ଲାନ କରି ଡ ଫ୍ରିଡି ସେ ଯୁବତୀ ଓ ତାଙ୍କ ପ୍ରେମିକଙ୍କୁ ହଇରାଣ କରିଥିବେ। ହେଲେ କାହାଣୀରେ ଟ୍ୱିଷ୍ଟ ସେତେବେଳେ ଆସେ ଯେତେବେଳେ ଡ. ଫ୍ରିଡିଙ୍କ ଅନ୍ତରଙ୍ଗ ବନ୍ଧୁ ହାଇଡର କୁ କିଡନାପ କରିନିଅନ୍ତି ଯୁବତୀ ଓ ତାଙ୍କ ପ୍ରେମିକ। ହାଇଡର ଥିବ ନାୟକଙ୍କ ପ୍ରିୟ କଇଁଛ ତଥା ଭଲବନ୍ଧୁ । ଛୋଟ ବେଳଠୁ ସେ ନାୟକଙ୍କ ସାଙ୍ଗ ଥିବ। ପ୍ରତିଶୋଧ ନେବାକୁ ଯାଇ ଯୁବତୀ ଓ ତାଙ୍କ ପ୍ରେମିକ ସେ କଇଁଛକୁ (Turtule) ମାରି ତାର ସୁପ୍ କରି ପିଇଥିବେ ଯେଉଁଥିପାଇଁ ରାଗରେ ପ୍ରତିଶୋଧ ପରାୟଣ ହୋଇପଡନ୍ତି ଡ ଫ୍ରିଡି। 

Also Read: Urfi Javed: ଉର୍ଫି ଜାଭେଦ କହିଲେ ତାଙ୍କ ବିୟୁଟି ସିକ୍ରେଟ୍, ଫିଟ୍ ରହିବା ପାଇଁ ପ୍ରତିଦିନ କରୁଛନ୍ତି ଏମିତି କାମ

ପରେ ନିଜ କଇଁଛର ମୃତ୍ୟୁକୁ ନେଇ ସେହି ଯୁବତୀ ଓ ତାଙ୍କ ପ୍ରେମିକଙ୍କୁ ନର୍କ ଯନ୍ତ୍ରଣା ଦେଇ ମାରିଛନ୍ତି । ଆଉ ଏହି ଫିଲ୍ମକୁ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ଫ୍ୟାନ୍ସଙ୍କ କହିବା କଥା, ଆଜି ପର୍ଯ୍ୟନ୍ତ କାର୍ତ୍ତିକ ଆର୍ୟନ କରିଥିବା ସବୁ ଫିଲ୍ମ ଠାରୁ ଏହି ଫିଲ୍ମ ବେଶ ଭଲ ହୋଇଛି । ଅନ୍ୟପଟେ ଏହି ଫିଲ୍ମରେ ଟିକେ ବୋକା, ଦେଖାଯିବା ସହ ସାଧାସିଧା ଚରିତ୍ର ପାଇଁ କାର୍ତ୍ତିକଙ୍କୁ ନିଜର ଓଜନ ବଢାଇବାକୁ କୁହାଯାଇଥିଲା ବୋଲି ଡାଇରେକ୍ଟର କହିଛନ୍ତି। ଏହି ଫିଲ୍ମରେ ଅଭିନେତ୍ରୀ Alaya Ebrahim Furniturewala ଅଭିନୟ କରିଛନ୍ତି। ଏହି ଫିଲ୍ମକୁ IMDB ରେଟିଂରେ ୧୦ରୁ ୮.୭ ରେଟିଂ ମିଳିଛି। 

Read More
{}{}