Hindi News >>Home >>Odisha Entertainment

Karan Mehra-Nisha Rawal: ପ୍ରସିଦ୍ଧ ଅଭିନେତାଙ୍କ ଖୁଲାସା, 'ନିଜ ଭାଇଙ୍କ ସହ ଲିଭ୍-ଇନରେ ରହୁଛନ୍ତି ମୋ ପତ୍ନୀ, ଯିଏ କନ୍ୟାଦାନ କରିଛନ୍ତି ତାଙ୍କ ସହ...'

Nisha Rawal Live In Relationship: ଏକ ସମୟ ଥିଲା ଯେତେବେଳେ କରଣ ମେହେରା ଓ ନିଶା ରାୱଲ (Nisha Rawal) ଙ୍କ ଯୋଡି ଟେଲିଭିଜନର ସବୁଠାରୁ ଲୋକପ୍ରିୟ ଯୋଡ଼ି ଥିଲା । ନଚ୍ ବଲିୟେରେ ମଧ୍ୟ ଏହି କପଲ୍ ସେମାନଙ୍କ କ୍ୟାମିଷ୍ଟ୍ରି ଓ ବଣ୍ଡିଂ ସହିତ ସମସ୍ତଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଥିଲେ । କିନ୍ତୁ ଦୁହେଁ ବର୍ତ୍ତମାନ ପରସ୍ପରର ଚେହେରା ଦେଖିବାକୁ ପସନ୍ଦ କରନ୍ତି ନାହିଁ ଓ ସେମାନଙ୍କର ସମ୍ପର୍କ କୋର୍ଟର ଦ୍ୱାର ଦେଶରେ ପହଞ୍ଚିଛି ।

Advertisement
Karan Mehra-Nisha Rawal: ପ୍ରସିଦ୍ଧ ଅଭିନେତାଙ୍କ ଖୁଲାସା, 'ନିଜ ଭାଇଙ୍କ ସହ ଲିଭ୍-ଇନରେ ରହୁଛନ୍ତି ମୋ ପତ୍ନୀ, ଯିଏ କନ୍ୟାଦାନ କରିଛନ୍ତି ତାଙ୍କ ସହ...'
Stop
Zee Odisha Desk|Updated: Feb 28, 2023, 08:18 AM IST

Nisha Rawal Live In Relationship: ପ୍ରସିଦ୍ଧ ଟେଲିଭିଜନ ଅଭିନେତା (Television Actor) କରଣ ମେହେରା (Karan Mehra), ଯିଏ ଅତୀତରେ ଚାରୁ ଆସୋପା (Charu Asopa) ଙ୍କ ସହ କଥିତ ସମ୍ପର୍କ କାରଣରୁ ଅନେକ ବିବାଦରେ ଛନ୍ଦି ହୋଇପଡିଥିଲେ । ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଟ୍ରାକରେ ନାହିଁ । ଏକ ସମୟ ଥିଲା ଯେତେବେଳେ କରଣ ମେହେରା ଓ ନିଶା ରାୱଲ (Nisha Rawal) ଙ୍କ ଯୋଡି ଟେଲିଭିଜନର ସବୁଠାରୁ ଲୋକପ୍ରିୟ ଯୋଡ଼ି ଥିଲା । ନଚ୍ ବଲିୟେରେ ମଧ୍ୟ ଏହି କପଲ୍ ସେମାନଙ୍କ କ୍ୟାମିଷ୍ଟ୍ରି ଓ ବଣ୍ଡିଂ ସହିତ ସମସ୍ତଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଥିଲେ । କିନ୍ତୁ ଦୁହେଁ ବର୍ତ୍ତମାନ ପରସ୍ପରର ଚେହେରା ଦେଖିବାକୁ ପସନ୍ଦ କରନ୍ତି ନାହିଁ ଓ ସେମାନଙ୍କର ସମ୍ପର୍କ କୋର୍ଟର ଦ୍ୱାର ଦେଶରେ ପହଞ୍ଚିଛି ।

କରଣ ମେହେରା (Karan Mehra) ଙ୍କ ନିଜ ପତ୍ନୀ ତଥା ଅଭିନେତ୍ରୀ ନିଶା ରାୱଲ (Nisha Rawal) ଙ୍କ ସହ ଦେଢ଼ ବର୍ଷ ଧରି କୋର୍ଟରେ ମାମଲା ଚାଲିଛି । ଉଭୟ ପରସ୍ପର ବିରୋଧରେ ଗମ୍ଭୀର ଅଭିଯୋଗ କରୁଥିବା ଦେଖାଯାଉଛି । ଗୋଟିଏ ପରେ  ନିଶା ରାୱଲ କରଣଙ୍କୁ ଉପରେ ମାରିପିଟ ଓ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ କରଣ ମେହେରା ନିଶା ରାୱଲଙ୍କ ଉପରେ ଏକ୍ସଟ୍ରା ମ୍ୟାରିଟାଲର ଖୁଲାସା କରିଛନ୍ତି । କେବଳ ଏତିକି ନୁହେଁ, ନିଶା ରାୱଲ ନିଜ ରାକ୍ଷୀ ଭାଇଙ୍କ ସହ ଲିଭ-ଇନ୍‌ରେ ରହୁଛନ୍ତି ବୋଲି ମଧ୍ୟ କରଣ ମେହେରା କହିଛନ୍ତି ।

ପ୍ରକୃତରେ, କିଛି ସମୟ ପୂର୍ବରୁ ଦିଆଯାଇଥିବା ଏକ ସାକ୍ଷାତକାରରେ କରଣ ମେହେରା ମଧ୍ୟ ତାଙ୍କ ପତ୍ନୀଙ୍କ ବିରୋଧରେ ଅବୈଧ ସମ୍ପର୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଖୁଲାସା କରିଥିଲେ । ଏକ ପୁରୁଣା ସାକ୍ଷାତକାରରେ କରଣ ମେହେରା କହିଥିଲେ ଯେ, ନିଶା ତାଙ୍କୁ ନିଜ ପୁଅ ସହ ମିଶିବାକୁ ଦିଅନ୍ତି ନାହିଁ । କେବଳ ଏତିକି ନୁହେଁ, ସେ ନିଜ ଘରେ ଅନ୍ୟ ଜଣେ ପୁରୁଷଙ୍କ ସହ ରହୁଛନ୍ତି । କରଣ ମେହେରା କହିଛନ୍ତି ଯେ, ନିଶା ତାଙ୍କ ରାକ୍ଷୀ ଭାଇ ରୋହିତ ସାଥିଆଙ୍କ ସହ ଅବୈଧ ସମ୍ପର୍କ ରଖିଛନ୍ତି । ଅଭିନେତା ଖୁଲାସା କରିଛନ୍ତି ଯେ, ପୂର୍ବରୁ ନିଶା ରୋହିତ ସାଥିଆଙ୍କୁ ତାଙ୍କ ଭାଇ ଭାବରେ ମନେ କରୁଥିଲେ ଓ ତାଙ୍କୁ ରାକ୍ଷୀ ବାନ୍ଧୁଥିଲେ । କିନ୍ତୁ ପରେ ନିଶା ତାଙ୍କ ସହ ଅନୈତିକ ସମ୍ପର୍କ ସ୍ଥାପନ କରିଛନ୍ତି । 

ଅଧିକ ପଢ଼ନ୍ତୁ:-ପ୍ରଥମେ କଲା ଉଲଗ୍ନ, ତା'ପରେ ଲୁଟିଲେ ୨.୭୦ କୋଟି ଟଙ୍କା

ଅଧିକ ପଢ଼ନ୍ତୁ:-ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢ଼ିଚାଲିଛି ଗର୍ବ ଅହଂକାର! ରୋହିତଙ୍କ ଅଧିନାୟକତ୍ୱ ଉପରେ ଏହି ମନ୍ତବ୍ୟରୁ ସୃଷ୍ଟି ହେଲା ବବାଲ

ଅଧିକ ପଢ଼ନ୍ତୁ:-ଅଷ୍ଟ୍ରେଲିଆର ନିଷ୍ପତ୍ତି ଉପରେ ରାଗି ପାଚି ଲାଲ ହେଲା ଆଫଗାନିସ୍ତାନ, ଦେଲା ଏତେ ବଡ଼ ଧମକ

 

କରଣ ମେହେରା ମଧ୍ୟ ସେହି ଭିଡିଓରେ କହିଛନ୍ତି ଯେ, ନିଶାଙ୍କ ସହ ଯେଉଁ ରୋହିତଙ୍କ ସମ୍ୱନ୍ଧ ରହିଛି, ସେ ରାକ୍ଷୀ ଭାଇ ହୋଇଥିବା ଯୋଗୁଁ  ବାହାଘରରେ ନିଶାଙ୍କ କନ୍ୟାଦାନ କରିଥିଲେ । ମୁଁ ଗତ ବର୍ଷ ଏହି ବିଷୟରେ ଜାଣିପାରିଲି । କିନ୍ତୁ ତା’ପରେ ଯଦି ମୁଁ କିଛି କହିଥା’ନ୍ତି, ଲୋକମାନେ ବିଶ୍ୱାସ କରିନଥାନ୍ତେ । ପ୍ରମାଣ ସଂଗ୍ରହ କରିବାକୁ ମୋତେ ୧୪ ବର୍ଷ ଲାଗିଲା । ଆମେ ଆପଣଙ୍କୁ କହି ରଖୁଛୁ ଯେ, ନିଶା ରାୱଲ କଙ୍ଗନା ରାନାୱତ ଓ ଏକତା କପୁରଙ୍କ ଶୋ' ଲକଅପରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଶୋ’ରେ ନିଶା ସ୍ୱୀକାର କରିଛନ୍ତି ଯେ ବାହାଘରେ ପରେ ମଧ୍ୟ ତାଙ୍କର ଅନୈତିକ ସମ୍ପର୍କ ରହିଛି । ଗତ ବର୍ଷ ଉଭୟ କରଣ ମେହେରା ଓ ନିଶା ରାୱଲ ପରସ୍ପର ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ ।

Read More
{}{}